ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। କୄନ୍ୟାଳ ପାଣ୍ଡ୍ୟାଙ୍କ ପରେ ଏବେ ଆଉ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି। ଏହି ଦୁଇ ଖେଳାଳି ହେଲେ, ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ। ତେବେ ଭାରତୀୟ ଟିମରେ ଆଉ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ଏବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଗତ ଜୁଲାଇ ୨୭ ତାରିଖରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର କୄନ୍ୟାଳ ପାଣ୍ଡ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ହଠାତ୍ ଦ୍ୱିତୀୟ ଟି-୨୦କୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ତା ସହିତ ଦଳର ୭ ଜଣ ଖେଳାଳି ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିବା ହେତୁ ଦ୍ବିତୀୟ ଓ ତୃତୀୟ ଟି-୨୦ରୁ ବାଦ ପଡିଥିଲେ। ଆଉ ଏବେ ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।
Share Now: