ଫିଫା ବିଶ୍ୱକପ୍‌: ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ ସ୍ୱର୍ଣ୍ଣ ଟ୍ରଫି ପାଇଁ ଆଜି ଫ୍ରାନ୍ସ-କ୍ରୋଏସିଆ ମଧ୍ୟରେ ଲଢ଼େଇ

ମସ୍କୋ: ଦୀର୍ଘ ଏକ ମାସ ଧରି ଚାଲିଥିବା ଫିଫା ବିଶ୍ୱକପ୍‌ ୨୦୧୮ ଫାଇନାଲ ମ୍ୟାଚ୍‌ ପରେ ଚାମ୍ପିଅନ ଟିମ୍‌ର ମୁଣ୍ଡ ଉପରେ ଟଙ୍କାର ବର୍ଷା ହେବ। ଆଉ କେଇ ଘଣ୍ଟା ପରେ ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ୍‌ ସୁନାରେ ତିଆରି ଚିକ୍କଣ ଟ୍ରଫି ପାଇଁ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ। ରୁଷିଆର ରାଜଧାନୀରେ ହେବାକୁ ଥିବା ଫିଫା ବିଶ୍ୱକପର ୨୧ତମ ସଂସ୍କରଣରେ ଏହି କଡ଼ା ମୁକାବିଲା ଦେଖିବାକୁ ପଡ଼ିବ। ଫାଇନାଲରେ ପରାଜିତ ଟିମ୍‌କୁ ପାଖାପାଖି ୧୯୧ କୋଟି ଟଙ୍କା ମିଳିବ। ଏହା ବ୍ୟତୀତ ତୃତୀୟ ସ୍ଥାନ ଅଧିକାର କରିଥିବା ବେଲଜିୟମ ଟିମ୍‌କୁ ୨୪ ମିଲିୟନ ଡଲାର ଅର୍ଥାତ ୧୬୪ କୋଟି ଟଙ୍କା ମିଳିବ। ୪ର୍ଥ ସ୍ଥାନରେ ଥିବା ଇଂଲଣ୍ଡ ପାଇବ ୨୨ ମିଲିୟନ ଡଲାର ଅର୍ଥାତ ପାଖାପାଖି ୧୫୦ କୋଟି ଟଙ୍କା ପୁରସ୍କାର।

ଚଳିତ ଫିଫା ବିଶ୍ୱକପ୍‌ରେ ପୁରସ୍କାର ରାଶି ୭୯ କୋଟି ୧୦ ଲକ୍ଷ ଡଲାର ରଖାଯାଇଛି। ଏହା ୨୦୧୪ରେ ବ୍ରାଜିଲରେ ଆୟୋଜିତ ବିଶ୍ୱକପ୍‌ ଠାରୁ ୪୦ ପ୍ରତିଶତ ଅଧିକ। ଚାମ୍ପିଅନ ଟିମ୍‌କୁ ମିଳୁଥିବା ପୁରସ୍କାର ରାଶି ଗତ ଥର ତୁଳନାରେ ୩୦ ପ୍ରତିଶତ ଅଧିକ।

ପୁରସ୍କାର ରାଶି ମାମଲାରେ ବିଶ୍ୱକପ୍‌ ୨୦୧୮ ନୂଆ ରେକର୍ଡ କରିଛି। ଗତ ଥର ବ୍ରାଜିଲ ବିଶ୍ୱକପ୍‌ରେ ସମୁଦାୟ ପୁରସ୍କାର ରାଶି ୫୭୬ କୋଟି ମିଲିୟନ ଡଲାର ଥିଲା, ଯାହାକି ୨୦୧୦ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ଏହା ୪୨୦ ମିଲିୟନ ଡଲାର ଥିଲା।

କେଉଁ ବିଶ୍ୱକପ୍‌ରେ କେତେ ଖର୍ଚ୍ଚ

୧୯୮୨(ସ୍ପେନ୍‌): ୨୦ ମିଲିୟନ ଡଲାର
୧୯୮୬(ମେକ୍ସିକୋ): ୨୬ ମିଲିୟନ ଡଲାର
୧୯୯୦(ଇଟାଲି): ୫୪ ମିଲିୟନ ଡଲାର
୧୯୯୪(ଆମେରିକା): ୭୧ ମିଲିୟନ ଡଲାର
୧୯୯୮(ଫ୍ରାନ୍ସ): ୧୦୩ ମିଲିୟନ ଡଲାର
୨୦୦୨(ଦ. କୋରିଆ ଓ ଜାପାନ): ୧୫୬ ମିଲିୟନ ଡଲାର
୨୦୦୬(ଜର୍ମାନୀ): ୨୬୬ ମିଲିୟନ ଡଲାର

Share Now:

Kalinga News Beuro

Leave a Reply

Next Post

ବିଶେଷ ନୀତି ପାଇଁ ୬ ଦିନ ବନ୍ଦ ରହିବ ତିରୁପତି ମନ୍ଦିର:ଦର୍ଶନରେ ଲାଗିବ ବାରଣ

Sun Jul 15 , 2018
ହାଇଦ୍ରାବାଦ: ଭକ୍ତଙ୍କ ପାଇଁ ନିରାଶ ଜନକ ଖବର। ଆସନ୍ତା ଅଗଷ୍ଟ ୧୧ ତାରିଖରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଭାରତର ପ୍ରସିଦ୍ଧ ଭେଙ୍କେଟେଶ୍ୱର ମନ୍ଦିର ୬ ଦିନ ପାଇଁ ବନ୍ଦ ରହିବ। ଏହି ଅବସରରେ ସର୍ବସାଧାରଣଙ୍କ ମନ୍ଦିର ଦର୍ଶନ ବନ୍ଦ ରହିବ। ଏହି ସମୟରେ ବୈଦିକ ପରମ୍ପରା ଅନୁଯାୟୀ, ବିଷ୍ଣଙ୍କୁ ଅଷ୍ଟବର୍ଦ୍ଧନ ବଲୟ ସମ୍ପର୍କିତ ନିଆରା ନୀତିକାନ୍ତି ଥିବାରୁ ମନ୍ଦିର ବନ୍ଦ ରହିବ। ତିରୁମାଲା ତିରୁପତି ଦେଭସ୍ଥାନମ(ଟିଟିଡି) ବୋର୍ଡ଼ ପକ୍ଷରୁ ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial