ଟେନିସ କ୍ରିକେଟ ଆସୋସିଏସନ ଓଡିଶା ପକ୍ଷରୁ ପ୍ରେସ ଇସ୍ତାହାର

ଟେନିସ କ୍ରିକେଟ ଆସୋସିଏସନ ଓଡିଶା

ଭୁବନେଶ୍ୱର : ଚଣ୍ଡୀଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରର ଟେନିସ କ୍ରିକେଟ ଚାମ୍ପିଅନସିପ ପାଇଁ ଓଡିଶା ପକ୍ଷରୁ ଅଭିଜ୍ଞ ଯୁବଗୋଷ୍ଠୀଙ୍କୁ ସାମିଲ କରାଇବା ନେଇ ଟେନିସ କ୍ରିକେଟ ଆସୋସିଏସନ ଓଡ଼ିଶାର ସଭାପତି ବିଜୟକେତନ ମିଶ୍ର ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି। ଓଡ଼ିଶାରୁ ଦକ୍ଷ ଓ ଅଭିଜ୍ଞ ଖେଳାଳିଙ୍କୁ ଚୟନ କରିବା ଲକ୍ଷ ନେଇ ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ କରାଯିବ। ଭୁବନେଶ୍ୱର ପୋଖରୀପୁଟ ବିହାରୀଲାଲ ଷ୍ଟାଡିଅମ ଠାରେ ଆସନ୍ତା ଫେବୃଆରୀ ୬ ଓ ୭ ତାରିଖ ଦୁଇଦିନଧରି ଏହି ଚୟନ ପ୍ରକ୍ରିୟା ହେବ। ତେଣୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କୃତି ୧୬ ଜଣ ଖେଳାଳିଙ୍କୁ ଆସନ୍ତା ଫେବୃଆରୀ ୨୫ ରୁ ୨୮ ତାରିଖରେ ଚଣ୍ଡୀଗଡ଼ ଜାତୀୟ ଟେନିସ ଚାମ୍ପିଅନସିପ ପାଇଁ ଅନୁଷ୍ଠାନ ପକ୍ଷରୁ ପଠାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାଇଛନ୍ତି ସଭାପତି ଶ୍ରୀ ମିଶ୍ର। ଏହି ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟ ଶକ୍ତି ମହାନ୍ତି ,ଉପେନ୍ଦ୍ର ମହାନ୍ତି ,ଉପ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ଦେବେନ୍ଦ୍ର ସାହୁ ତଥା ସନ୍ତୋଷ ସାହୁ , ଗଣେଶ ଜେନା , ସୁନିତା ବର୍ମା , ମନୋଜ ସୁବୁଦ୍ଧି, ଆନୱାର ଅଲ୍ଲୀ , ଭବାନୀ ଶଙ୍କର ସାହୁ, ଅମୀୟ ରଞ୍ଜନ ସ୍ୱାଇଁ, ଅଭିନାଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସମ୍ପାଦକ କିଶୋର ଚନ୍ଦ୍ର ନାୟକ ସଭା ପରିଚାଳନାରେ ସମସ୍ତ ସହଯୋଗ କରିଥିଲେ।

Share Now:

Kalinga News Beuro

Next Post

ଠକେଇ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଛି ଆଇନର ଫାଙ୍କ: ପ୍ରଦୀପଙ୍କ ବିରୋଧରେ ତଦନ୍ତ କରିପାରିବନି ଭିଜିଲାନ୍ସ-ହାଇକୋର୍ଟ

Wed Feb 3 , 2021
ଅଦାଲତରେ ରଦ୍ଦ ହେଲା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କଟକ: ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିପାରିବ ନାହିଁ ଭିଜିଲାନ୍ସ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଯାଇଛି। ଦୀର୍ଘ ସମୟ ଶୁଣାଣି କରି ଏକଥା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କଲେ ହାଇକୋର୍ଟ। ମାମଲାର ଆବେଦନକାରୀ ଖୋଦ୍ ଭିଜିଲାନ୍ସ ହୋଇଥିବାରୁ ଏହାକୁ ଖାରଜ କରିଛନ୍ତି ଅଦାଲତ। କୋର୍ଟଙ୍କ […]
ତଦନ୍ତ କରିପାରିବନି ଭିଜିଲାନ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial