ବାବରଙ୍କୁ ଜୋତା ମାରିବାକୁ ଇଚ୍ଛା ହେଉଛି : ଟିମ୍ ହାରିବା ପରେ ବାବର ଆଜମଙ୍କୁ ଟ୍ରୋଲ କଲେ ପାକିସ୍ତାନୀ

ବାବର ଆଜମଙ୍କୁ ଟ୍ରୋଲ କଲେ ପାକିସ୍ତାନୀ

କଲମ୍ବୋ: ଚଳିତ ଏସିଆ କପ୍‌ରେ ଭାରତ ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି। ବର୍ଷା ପାଇଁ ପୂର୍ବ ଦିନଠାରୁ ଲମ୍ବିଥିବା ଏହି ମ୍ୟାଚ୍‌ରେ ବିରାଟ କୋହଲି (୧୨୨) ଓ କେଏଲ୍ ରାହୁଲ (୧୧୧)ଙ୍କ ବ୍ୟକ୍ତିଗତ ଶତକ ଏବଂ ଦ୍ୱିଶତକ ଭାଗୀଦାରି (୨୩୩*) ବଳରେ ଭାରତ ୩୫୬ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିଥିଲା। ଜବାବରେ ପାକିସ୍ତାନକୁ ଭାରତୀୟ ବୋଲର କୌଣସି ଭାବେ ଆଗକୁ ବଢ଼ିବାକୁ ଦେଇନଥିଲେ। କୁଲଦୀପ ଯାଦବଙ୍କ ୫ ୱିକେଟ୍‌ ସଫଳତା ଭାରତକୁ ସହଜ ବିଜୟ ଦେଇଥିଲା। ୨୨୮ ରନ୍‌ ବ୍ୟବଧାନ ବିଜୟ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତର ସର୍ବବୃହତ ବିଜୟ। ତେବେ ପାକିସ୍ତାନକୁ ହରାଇ ଭାରତ ଜିତିବା ପରେ ଏବେ ପାକ୍ ଟିମକୁ ଟ୍ରୋଲ ହେବାକୁ ପଡ଼ିିଛି।
ପାକିସ୍ତାନବାସୀ ସୋସିଆଲ ମିଡିଆରେ ପାକ୍ କ୍ରିକେଟ ଟିମର ଅଧିନାୟକ ବାବର ଆଜମଙ୍କୁ ଜୋତା ମାରିବା କଥା ଲେଖିଛନ୍ତି। ଏହା ସହ ପାକିସ୍ତାନୀ ‌ହୋଇ ବି ବିରାଟ କୋହଲୀ ଶତକ ମାରିବାର ଖୁସି ମନାଉଛୁ ବୋଲି କିିଛି ଲୋକ ଲେଖିଥିବା ଦେଖାଯାଇଛି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, ବେଳେ ବେଳେ ବାବରଙ୍କ ଅଧିନାୟକତ୍ୱ ଦେଖି ତାଙ୍କୁ ଜୋତା ମାରିବାକୁ ଇଚ୍ଛା ହୁଏ।
ଅନ୍ୟଜଣେ ଲେଖିଛନ୍ତି, “ଯଦି ଆପଣ କେବେ ବିଫଳ ବୋଲି ଭଳି ଅନୁଭବ କରନ୍ତି ତେବେ ଜାଣି ରଖନ୍ତୁ ଯେ, କିଛି ପାକିସ୍ତାନୀ ବିରାଟ କୋହଲି ଶତକ ମାରିବାର ଖୁସିକୁ ପାଳନ କରୁଛନ୍ତି।”
ଆଉ ଜଣେ ଲେଖିଛନ୍ତି, ଆମର ରନ୍ ହାର୍ ଆମ ଦେଶର ଅର୍ଥନୀତିଠାରୁ ବି ଖରାପ।

Share Now:

Kalinga News Beuro

Next Post

ପାଶ୍ଚାତ୍ୟ ସହିତ ଚାଲିଥିବା ନିଷ୍ଠାପର ସଂଗ୍ରାମକୁ ସମର୍ଥନ କରୁଛି: ପୁଟିନ୍‌ଙ୍କୁ କହିଲେ କିମ୍‌

Wed Sep 13 , 2023
ମସ୍କୋ: ରୁଷ୍‌ ପାଶ୍ଚାତ୍ୟ ସହିତ ନିଷ୍ଠାପର ସଂଗ୍ରାମ ଚଳାଇଛି ଓ ତାହାକୁ ମୁଁ ସମର୍ଥନ କରୁଛି ବୋଲି ଆଜି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କ୍ରେମ୍‌ଲିନ୍‌ ମୁଖ୍ୟ ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ କହିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ରୁଷ୍‌ ଗସ୍ତରେ ଥିବା କିମ୍‌ ଆଜି ରୁଷ୍‌ର ସୁଦୂର ପୂର୍ବ ପ୍ରାନ୍ତ ଅମୁର୍‌ରେ ଥିବା ଏକ ମହାକାଶ କେନ୍ଦ୍ରରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିଛନ୍ତି। କିମ୍‌ କହିଛନ୍ତି ଯେ, […]
ନିଷ୍ଠାପର ସଂଗ୍ରାମକୁ ସମର୍ଥନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial