ପାଶ୍ଚାତ୍ୟ ସହିତ ଚାଲିଥିବା ନିଷ୍ଠାପର ସଂଗ୍ରାମକୁ ସମର୍ଥନ କରୁଛି: ପୁଟିନ୍‌ଙ୍କୁ କହିଲେ କିମ୍‌

ନିଷ୍ଠାପର ସଂଗ୍ରାମକୁ ସମର୍ଥନ

ମସ୍କୋ: ରୁଷ୍‌ ପାଶ୍ଚାତ୍ୟ ସହିତ ନିଷ୍ଠାପର ସଂଗ୍ରାମ ଚଳାଇଛି ଓ ତାହାକୁ ମୁଁ ସମର୍ଥନ କରୁଛି ବୋଲି ଆଜି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କ୍ରେମ୍‌ଲିନ୍‌ ମୁଖ୍ୟ ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ କହିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ରୁଷ୍‌ ଗସ୍ତରେ ଥିବା କିମ୍‌ ଆଜି ରୁଷ୍‌ର ସୁଦୂର ପୂର୍ବ ପ୍ରାନ୍ତ ଅମୁର୍‌ରେ ଥିବା ଏକ ମହାକାଶ କେନ୍ଦ୍ରରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିଛନ୍ତି। କିମ୍‌ କହିଛନ୍ତି ଯେ, ସାମ୍ରାଜ୍ୟବାଦ ବିରୋଧରେ ଦୁଇ ଦେଶ ଏକତ୍ର ସଂଗ୍ରାମ କରିବେ। ଜଣେ ଅନୁବାଦକଙ୍କ ଜରିଆରେ କିମ୍‌ ପୁଟିନ୍‌ଙ୍କୁ କହିଲେ, ସାର୍ବଭୌମତ୍ତ୍ବ ଓ ନିରାପତ୍ତା ସୁରକ୍ଷିତ ରଖିବା ପାଇଁ ରୁଷ୍‌ ପ୍ରାଧାନ୍ୟବାଦୀ ବଳ ବିରୋଧରେ ନିଷ୍ଠାପର ସଂଗ୍ରାମ ଆରମ୍ଭ କରିଛି। ଆମେ ସଦାସର୍ବଦା ରାଷ୍ଟ୍ରପତି ପୁଟିନ୍‌ଙ୍କ ନିଷ୍ପତ୍ତି ଓ ରୁଷ୍‌ର ନେତୃତ୍ବକୁ ସମର୍ଥନ କରିବୁ ଏବଂ ସାମ୍ରାଜ୍ୟବାଦ ବିରୋଧରେ ଏକତ୍ର ସଂଗ୍ରାମ କରିବୁ।
ଆଜି ‘ଭୋସ୍ତୋକ୍‌ଚ୍‌ନି କସ୍‌ମୋ‌ଡ୍ରମ୍‌’ରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଉତ୍ତର କୋରିଆର ନେତା କିମ୍‌ ‌ଜୋଙ୍ଗ୍‌ ଉନ୍‌ଙ୍କ ସହିତ କରମର୍ଦ୍ଦନ କରୁଥିବାର ଫଟୋ କ୍ରେମ୍‌ଲିନ୍‌ ସେୟାର୍‌ କରିଛି। ସେମାନଙ୍କ ବୈଠକରେ ଅସ୍ତ୍ରଶସ୍ତ୍ର ରାଜିନାମା ହୋଇପାରେ ବୋଲି ଆଶା କରାଯାଉଛି। କ୍ରେମ୍‌ଲିନ୍‌ ରିଲିଜ୍‌ କରିଥିବା ଭିଡିଓରେ ଶୁଭୁଛି ପୁଟିନ୍‌ କିମ୍‌ଙ୍କୁ ପଚାରୁଛନ୍ତି, ହାଏ। ଆପଣଙ୍କୁ ଭେଟି ଆନନ୍ଦିତ। ଆସିବା ବେଳେ ଅସୁବିଧା ହୋଇନି ତ? ପ୍ରତ୍ୟୁତ୍ତରରେ କିମ୍‌ କହୁଛନ୍ତି, ବ୍ୟସ୍ତବହୁଳ କାର୍ଯ୍ୟରେ ଥାଇ ସୁଦ୍ଧା ଆମକୁ ନିମନ୍ତ୍ରଣ କରି ସ୍ୱାଗତ କରିଥିବାରୁ ଧନ୍ୟବାଦ। ଏହା ପରେ, ଦୁଇ ନେତା ମହାକାଶ କେନ୍ଦ୍ର ମଧ୍ୟକୁ ପ୍ରବେଶ କଲେ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ଗୁମାସ୍ତା ଶାସନ ଚାଲିଛି, ସ୍ଥିତି ଏବେ ବିପର୍ଯ୍ୟସ୍ତ : ନରସିଂହ ମିଶ୍ର

Wed Sep 13 , 2023
ଭୁବନେଶ୍ୱର : ମଙ୍ଗଳବାର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ (ବିଜେଡ଼ି)ର ସଭାପତି ନବୀନ ପଟ୍ଟନାୟକ ଉପସଭାପତି ପଦରୁ ହଟାଇବା ନେଇ ରାଜ‌ନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ସୌମ୍ୟଙ୍କ ଉପରେ ବିଜେଡିର କାର୍ଯ୍ୟାନୁଷ୍ଠାନ ନେଇ ବିରୋଧୀ ଦଳର ନେତାମାନେ ଘେରିଛନ୍ତି। ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କର ବୟାନ ଦେଇ କହିଛନ୍ତି, ‘‘ଓଡ଼ିଶାରେ ଗଣତନ୍ତ୍ର ନୁହେଁ, ଗୁମାସ୍ତା ଶାସନ ଚାଲିଛି। ଓଡ଼ିଶାରେ […]
ଓଡ଼ିଶାରେ ଗୁମାସ୍ତା ଶାସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial