ଲାହୋର : ପାକିସ୍ତାନରେ ନିର୍ବାଚନ ଫଳାଫଳ ଚୂଡ଼ାନ୍ତ ଘୋଷଣା ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦଳ ସରକାର ଗଠନ କରିବାରେ ସକ୍ଷମ ହୋଇନାହାନ୍ତି। ନୱାଜ ସରିଫଙ୍କ ପିଏମଏଲ-ଏନ ସର୍ବବୃହତ ଦଳ ଭାବେ ୭୫ ଟି ଆସନ ହାସଲ କରିଛି। ଏପର୍ଯ୍ୟନ୍ତ ନୱାଜ ସରକାର ଗଠନ ପାଇଁ ଦାବି କରୁଥିଲେ। ଏହାପରେ ସେ ତାଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସରକାର ଗଠନ ପାଇଁ ପର୍ଯ୍ୟାପ୍ତ ସମର୍ଥନ ନଥିବାରୁ ସବୁକିଛି ଅଧାପନ୍ତରିଆ ହୋଇପଡ଼ିଛି। ସେପଟେ ନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାର ଗଠନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ତାଙ୍କ ନିକଟତମ ନେତା ଓମାର ଆୟୁବଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଇମ୍ରାନଙ୍କ ନେତାମାନେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୋଟ ୧୦୧ଟି ଆସନରେ ବିଜୟୀ ହୋଇଛନ୍ତି। କିନ୍ତୁ ତାଙ୍କୁ ଅତି କମରେ ଆହୁରି ୩୫ ଜଣ ସାଂସଦ ଙ୍କ ଆବଶ୍ୟକତା ରହିଛି । ସମର୍ଥନ ପାଇଁ ପିଟିଆଇ ଆଉ କେତେକ ଦଳ ସହ ଆଲୋଚନା ଚଳାଇଛି। ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଙ୍କ ଦଳ ଆଇନଗତ କାରଣରୁ ସ୍ୱାଧୀନ ଭାବେ ନିଜ ନେତାଙ୍କୁ ପ୍ରାର୍ଥୀ କରିଥିଲା। ଇମ୍ରାନ୍ ଖାଁ ଏବେ ଜେଲରେ ଅଛନ୍ତି। ସେ ତାଙ୍କ ଦଳର ନେତା ଓମାର ଆୟୁବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।
ଓମାର ଆୟୁବଙ୍କୁ ପିଟିଆଇର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଇମ୍ରାନ ଖାଁ
Share Now: