ଯୁଦ୍ଧାଭ୍ୟାସ ଆଳରେ ତାଇଓ୍ବାନକୁ ଦଖଲ କରିବାକୁ ପ୍ରସ୍ତୁତି କରୁଛି ଚୀନ : ତାଇଓ୍ବାନ ବିଦେଶ ମନ୍ତ୍ରୀ

ତାଇଓ୍ବାନକୁ ଦଖଲ କରିବାକୁ ପ୍ରସ୍ତୁତି କରୁଛି ଚୀନ

ତାଇପେଇ : ଯୁଦ୍ଧାଭ୍ୟାସ ଆଳରେ ତାଇଓ୍ବାନକୁ ଅଧିକାର କରିବାକୁ ଆକ୍ରମଣ କରିପାରେ ଚୀନ। ଏପରି ଆଶଙ୍କା ପ୍ରକାଶ କରିଛନ୍ତି ତାଇଓ୍ବାନର ବୈଦେଶିକ ମନ୍ତ୍ରୀ ଜୋସେଫ ୟୁ। ତାଇପେଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଚୀନ ନିଜର ସମରାଭ୍ୟାସକୁ ଆଳ କରି ତାଇଓ୍ବାନକୁ ଅଧିକାର କରିବାକୁ ପ୍ରସ୍ତୁତି ଚଳାଇଛି। ସେ କହିଛନ୍ତି ଚୀନ ସେନା ବଡ଼ ଧରଣର ସମରାଭ୍ୟାସ କରିବା ସହ ମିଜାଇଲ ଉତକ୍ଷେପଣ ଚଳାଇଛି। କେବଳ ଏତିକି ନୁହେଁ, ତାଇଓ୍ବାନ ଲୋକମାନଙ୍କ ହତୋତ୍ସାହିତ କରିବାକୁ ଚୀନ ପକ୍ଷରୁ ସାଇବର ଆକ୍ରମଣ, ଅର୍ଥନୈତିକ ଅବରୋଧ ଓ ମିଥ୍ୟାପ୍ରଚାର ( ସୂଚନା ଯୁଦ୍ଧ) କରାଯାଉଛି। ଅଗଷ୍ଟ ୨ରେ ହୋଇଥିବା ପେଲୋସିଙ୍କ ତାଇଓ୍ବାନ ଗସ୍ତର ଦୁଇଦିନ ପରେ ଚୀନ ତାଇଓ୍ବାନକୁ ଘେରି ସମୁଦ୍ରରେ ଏକ ବୃହତ ସମରାଭ୍ୟାସ କରିଥିଲା। ଏହି ସମରାଭ୍ୟାସ ବେଳେ ଚୀନର ୬୮ଟି ଚୀନ ଯୁଦ୍ଧବିମାନ ଓ ୧୩ଟି ଯୁଦ୍ଧ ଜାହାଜ ତାଇଓ୍ବାନ ପ୍ରଣାଳୀ (ଚୀନ ଓ ତାଇଓ୍ବାନ ମଧ୍ୟରେ ଥିବା ସାମୁଦ୍ରିକ ଅଞ୍ଚଳ)ର ମଧ୍ୟରେଖା ଅତିକ୍ରମ କରିଥିଲେ। ଏପରିକି ଚୀନ ବିମାନଗୁଡ଼ିକ ତାଇଓ୍ବାନ ଉପକୂଳଠାରୁ ୨୦ ମାଇଲ ଦୂର ପର୍ଯ୍ୟନ୍ତ ପଳାଇଆସିଥିଲେ। ଗତ ରବିବାର ଦିନ ଚୀନ ନିଜର ସମରାଭ୍ୟାସ ଶେଷ କରିବାକୁ ପୂର୍ବରୁ ଘୋଷଣା କରିଥିଲେ ବି ତାହା ଏବେ ବି ଜାରି ରହିଛି। ଏହାର ଜବାବରେ ତାଇଓ୍ବାନ ପକ୍ଷରୁ ମଙ୍ଗଳବାର ଦିନ ଏକ ସମରାଭ୍ୟାସ ଆରମ୍ଭ କରାଯାଇଥିଲା। ଏହା ମାଧ୍ୟମରେ ଚୀନର ମୁକାବିଲା କରିବାକୁ ତାଇଓ୍ବାନ ସେନା ନିଜ ପ୍ରସ୍ତୁତିର ପ୍ରଦର୍ଶନ କରିଥିଲା।

Share Now:

Kalinga News Beuro

Next Post

ବିହାରରେ ରାଜନୀତି ସରଗରମ : ଆମେ କକେଇ-ପୁତୁରା, କଥା କଟାକଟି ଚାଲେ-ତେଜସ୍ୱୀ

Tue Aug 9 , 2022
ପାଟନା: ଆମେ ସମ୍ପର୍କରେ କକେଇ-ପୁତୁରା। ଆମ ଭିତରେ ତୁ ତୁ ମେଁ ମେଁ ଚାଲିଥାଏ। କିଛି ଏଭଳି କହି ଆଜି ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ)ର ନେତା ତେଜସ୍ୱୀ ଯାଦବ ବିହାରରେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସହ ମେଣ୍ଟ କରିବା ସମ୍ପର୍କରେ କହିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ତେଜସ୍ୱୀ ବିଜେପିକୁ କଡା ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଇତିହାସ ସାକ୍ଷୀ ଅଛି ବିଜେପି ଯାହା ସହ ରହିଥାଏ, ପ୍ରଥମେ […]
କକେଇ-ପୁତୁରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial