ବିହାରରେ ରାଜନୀତି ସରଗରମ : ଆମେ କକେଇ-ପୁତୁରା, କଥା କଟାକଟି ଚାଲେ-ତେଜସ୍ୱୀ

କକେଇ-ପୁତୁରା

ପାଟନା: ଆମେ ସମ୍ପର୍କରେ କକେଇ-ପୁତୁରା। ଆମ ଭିତରେ ତୁ ତୁ ମେଁ ମେଁ ଚାଲିଥାଏ। କିଛି ଏଭଳି କହି ଆଜି ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ)ର ନେତା ତେଜସ୍ୱୀ ଯାଦବ ବିହାରରେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସହ ମେଣ୍ଟ କରିବା ସମ୍ପର୍କରେ କହିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ତେଜସ୍ୱୀ ବିଜେପିକୁ କଡା ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଇତିହାସ ସାକ୍ଷୀ ଅଛି ବିଜେପି ଯାହା ସହ ରହିଥାଏ, ପ୍ରଥମେ ତାକୁ ହିଁ ସମାପ୍ତ କରିଦେଇଥାଏ। ବିହାରରେ ମଧ୍ୟ କିଛି ସମାନ ପ୍ରସ୍ତୁତି ହୋଇଥିଲା। ଅତୀତରେ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ବିହାରକୁ ଆସିଥିଲେ। ଏହି ସମୟରେ ସେ କହିଥିଲେ ଯେ ଆଞ୍ଚଳିକ ଦଳଗୁଡିକୁ ସମାପ୍ତ କରିଦେବୁ। ମୁଁ କେବଳ କହିବାକୁ ଚାହୁଁଛି ଯେ ନଡ୍ଡା ଜୀ କେବଳ ଆଞ୍ଚଳିକ ଦଳଗୁଡ଼ିକୁ ସମାପ୍ତ କରିବା କଥା ନୁହେଁ, ସେ ଦେଶର ସମ୍ବିଧାନ ସମାପ୍ତ କରିବା ବିଷୟରେ ମଧ୍ୟ କହିଥିଲେ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ଏକଜୁଟ ହୋଇଛୁ। ଦେଶକୁ ବଞ୍ଚାଇବାକୁ ପଡିବ। ଆମେ ଲୋକଙ୍କ ସହ ଜଡିତ, ତେଣୁ ଆମର ଉଦ୍ଦେଶ୍ୟ କେବଳ ଲୋକଙ୍କ ସେବା କରିବା ହିଁ ରହିଛି। ତେଜସ୍ୱୀ କହିଛନ୍ତି ଯେ ଆଜି ଦେଶରେ ମୁଦ୍ରାସ୍ଫୀତି ହେତୁ ସାଧାରଣ ଲୋକଙ୍କୁ ଦୁଇବେଳା ଖାଦ୍ୟ ଯୋଗାଡ କରିବା ବି କଷ୍ଟକର ହୋଇପଡୁଛି। ଗରିବ ଲୋକ ଦୁଃଖ ଭୋଗୁଛନ୍ତି। ବିଜେପି ପୂର୍ବରୁ ଜାତୀୟ ସୁରକ୍ଷା ବିଷୟରେ କଥାବାର୍ତ୍ତା କରୁଥିଲା କିନ୍ତୁ ଆଜି ଚୀନ୍ ଆମ ଭୂମି ଦଖଲ କରିଛି। ତେଜସ୍ୱୀ ଯାଦବ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି କରିଥିଲେ ଓ ପାଟନା ବିଶ୍ୱବିଦ୍ୟାଳୟ ବିଷୟରେ ଦାବି କରିଥିଲେ ମଧ୍ୟ କେନ୍ଦ୍ର କିଛି ଶୁଣି ନାହିଁ। ବିଜେପି ଯାହା ବି କଲା, ତାହା ଏଜେଣ୍ଡା ଅନୁଯାୟୀ କରିଥିଲା। ଆମକୁ ଦେଶର ସମ୍ବିଧାନ ବଞ୍ଚାଇବାକୁ ପଡିବ। ମୁଁ ନୀତୀଶ କୁମାରଙ୍କୁ ଧନ୍ୟବାଦ ଦେଉଛି। ଆମେ ପୁଣି ଥରେ ଏକାଠି ଅଛୁ। ଆମେ କକେଇ-ପୁତୁରା, ପରସ୍ପର ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥାଏ।

Share Now:

Kalinga News Beuro

Next Post

ସମ୍ବେଦନହୀନ ବିଏମ୍‌ସି : ସଫେଇ କର୍ମଚାରୀଙ୍କ ପେଟରେ ଲାତ

Tue Aug 9 , 2022
ସର୍ବନିମ୍ନ ମଜୁରି ମିଳିବା ନେଇ ବି ସନ୍ଦେହ ଭୁବନେଶ୍ବର: ସହରର ପରିମଳ ବ୍ୟବସ୍ଥାରେ ମୁଖ୍ୟ ଅଙ୍ଗ ହେଲେ ସଫେଇ କର୍ମଚାରୀ। କିନ୍ତୁ ସେହି କର୍ମଚାରୀଙ୍କ ସ୍ବାର୍ଥକୁ ବଳି ଦେବା ପାଇଁ ଖୋଦ୍ ବିଏମ୍‌ସି ହିଁ ବାଟ ଖୋଲିଛି। ୬୭ ୱାର୍ଡରେ ୧୦ଟି ପ୍ୟାକେଜ ଜରିଆରେ ସଫେଇ କରିବା ପାଇଁ ହୋଇଥିବା ନୂଆ ଟେଣ୍ଡର୍‌ରେ ଏହି କର୍ମଚାରୀଙ୍କ ସର୍ବନିମ୍ନ ମଜୁରି ସହ ଇପିଏଫ୍‌, ଇଏସ୍‌ଆଇକୁ ଗୁରୁତ୍ୱର ସହ ନେଇନାହିଁ ବିଏମ୍‌ସି। ଠିକା […]
ସଫେଇ କର୍ମଚାରୀଙ୍କ ପେଟରେ ଲାତ

ଆହୁରି ପଢ଼ନ୍ତୁ