ଅଭ୍ୟାସ ମ୍ୟାଚ୍‌ରେ ଓଡ଼ିଶାଠୁ ହାରିଲା କୋରିଆ

ଓଡ଼ିଶାଠୁ ହାରିଲା କୋରିଆ

ରାଉରକେଲା: ରାଉରକେଲାରେ ନବନିର୍ମିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଭାରତ ଓ କୋରିଆ କନିଷ୍ଠ ଦଳ ମଧ୍ୟରେ ରବିବାରଠାରୁ ୩ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଗୁରୁବାର ଭାରତୀୟ ଦଳ ଅଭ୍ୟାସ ମ୍ୟାଚ୍‌ରେ ୭-୨ ଗୋଲ୍‌ରେ ସେଲ୍‌ ହକି ଏକାଡେମୀ(ରାଉରକେଲା)କୁ ପରାସ୍ତ କରିଥିବାବେଳେ ଶୁକ୍ରବାର କୋରିଆ ଦଳ ତା’ର ଅଭ୍ୟାସ୍‌ ମ୍ୟାଚ୍‌ରେ ଓଡ଼ିଶା ଦଳଠାରୁ ପରାସ୍ତ ହୋଇଛି।
ଶୁକ୍ରବାର ସନ୍ଧ୍ୟାରେ ଷ୍ଟାଡିୟମ୍‌ର ପିଚ୍‌ ନଂ ୨ ରେ ଓଡ଼ିଶା-କୋରିଆ ଦଳ ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ କ୍ବାର୍ଟର୍‌ରେ କୋରିଆ ଖେଳାଳି ଗୋଟିଏ ଗୋଲ୍‌ ଦେଇ ଦଳକୁ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟର୍‌ରେ କିନ୍ତୁ ଓଡ଼ିଶା ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ମାଥିଆସ୍‌ ଡାଙ୍ଗ୍‌ଙ୍କ ଏକ ଆକର୍ଷଣୀୟ ଫିଲ୍‌ଡ ଗୋଲ୍‌ ବଳରେ ସ୍କୋର୍‌ ବରାବର ରହିଥିଲା। ତୃତୀୟ କ୍ବାର୍ଟର୍‌ରେ ଦିବ୍ୟ ପ୍ରସାଦ କୁଜୁର ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିବର୍ତ୍ତିତ କରିବାରୁ ଦଳ ୨-୧ରେ ଆଗୁଆ ରହିଥିଲା। ଓଡ଼ିଶା ଖେଳାଳିଙ୍କ ଘନଘନ ଆକ୍ରମଣ ଯୋଗୁଁ କୋରିଆ ଦଳ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ନ ପାଇ ପରାଜିତ ହୋଇଛି। ଉଲ୍ଲେଖଯୋଗ୍ୟ, ଷ୍ଟାଡିୟମର ମୁଖ୍ୟ ପଡ଼ିଆରେ ରବିବାରଠାରୁ ଭାରତ-କୋରିଆ ଟେଷ୍ଟ୍‌ ସିରିଜ୍‌ ଆରମ୍ଭ ହେବ।

Share Now:

Kalinga News Beuro

Next Post

ବଡ଼ବଡ଼ିଆଙ୍କ ପାଇଁ ନିୟମ ନାସ୍ତି: ଭଡ଼ାରେ ଲାଗିଛି ଘରୋଇ ଗାଡ଼ି, ଚଢ଼ୁଛନ୍ତି କମିସନର୍

Fri Dec 23 , 2022
ଆଇଏଏସ୍‌ ଅଧିକାରୀ କ’ଣ ଆଇନ ବାହାରେ..? ଭୁବନେଶ୍ୱର: ନିୟମ କହୁଛି ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡ଼ି ବେପାରରେ ଲାଗି ପାରିବ ନାହିଁ। ଏହାକୁ ଚିହ୍ନଟ କରିବା ପାଇଁ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌ର ବ୍ୟବସ୍ଥା କରାଯାଇଛି। ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡ଼ି ହଳଦିଆ ନମ୍ବର ପ୍ଲେଟ୍ ଓ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡ଼ିର ଧଳା ନମ୍ବର ପ୍ଲେଟ୍ ଲଗାଯାଉଛି। ଫଳରେ ଏହାର ଅପବ୍ୟବହାର ହେଲେ ସହଜରେ ଚିହ୍ନଟ କରିହେବ […]
ବଡ଼ବଡ଼ିଆଙ୍କ ପାଇଁ ନିୟମ ନାସ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial