ବୃଦ୍ଧାଙ୍କୁ ହାଣି ୭ ଲକ୍ଷ ଟଙ୍କା ସହ ସୁନାଗହଣା ନେଇ ଫେରାର୍‌ ହେଲେ ଦୁର୍ବୃତ୍ତ

ବୃଦ୍ଧାଙ୍କୁ ହାଣି ୭ ଲକ୍ଷ ଟଙ୍କା ସହ ସୁନାଗହଣା ନେଇ ଫେରାର୍‌ ହେଲେ ଦୁର୍ବୃତ୍ତ

ବାଲେଶ୍ୱର : ଘରେ ଏକୁଟିଆ ବୃଦ୍ଧା ଥିବା ବେଳେ ବୃଦ୍ଧାଙ୍କୁ ହାଣି ୭ ଲକ୍ଷ ଟଙ୍କା ସହ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ, ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ଜୁଣିଆ ରାମ ମନ୍ଦିର ନିକଟରେ ରାଜକିଶୋର ଗୁପ୍ତା ଗତକାଲି ରାତି ୨ଟାରେ ବାଲେଶ୍ୱର ରେଳ ଷ୍ଟେସନକୁ ନିଜ ସ୍ତ୍ରୀଙ୍କୁ ଆଣିବାକୁ ଯାଇଥିବା ବେଳେ ଘରେ ମାଆ ଶାନ୍ତିଲତା ଏକୁଟିଆ ଥିଲେ। ଦୁର୍ବୁତ୍ତ ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ରାଜକିଶୋରଙ୍କ ପାଚେରୀ ଡେଇଁ ପଛପଟ ଝରକା ତାଜା ଦେଇ ଛାତକୁ ଯାଇ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ରାଜକିଶୋରଙ୍କ ମାଆ ଶାନ୍ତିଲତା ଗୁପ୍ତା ଜାଣିପାରି ଉଠି ପଡ଼ିଥିଲେ ଏବଂ ତାଙ୍କୁ ବିରୋଧ କରିଥିଲେ। ଫଳରେ ଦୁର୍ବୁତ୍ତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ବାନ୍ଧି ପକାଇଥିଲେ। ରକ୍ତ ଉଡୁବୁଡୁ ଅବସ୍ଥାରେ ମହିଳା ଜଣକ ପଡ଼ିଥିବା ବେଳେ ଦୁର୍ବୁତ୍ତ ୭ ଲକ୍ଷ ଟଙ୍କା ଓ ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ମୋଟ ୨୦ ଲକ୍ଷ ଲୁଟ କରି ଫେରାର ହୋଇ ଯାଇଥିଲେ।
ଭୋର ସମୟରେ ରାଜକିଶୋର ନିଜ ସ୍ତ୍ରୀଙ୍କୁ ନେଇ ଘରେ ପହଁଞ୍ଚିବା ପରେ କବାଟ ଓ ଝରକା ଭାଙ୍ଗି ପଡ଼ିଥିବା ଦେଖିଥିଲେ। ଘରେ ମା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଚେତ ହୋଇ ପଡ଼ିଥିଲେ। ମାଆଙ୍କୁ ଦେଖି ଚିତ୍କାର କରି ଡାକ ପକାଇଥିଲେ ରାଜକିଶୋର। ପଡୋଶୀ ରାଜକିଶୋରଙ୍କ ଡାକ ଶୁଣି ଆସି ରାଜକିଶୋରଙ୍କ ମାଙ୍କୁ ଉଦ୍ଧାର କରି ପ୍ରଥମେ ଗୋପାଳପୁର ଡାକ୍ତରଖାନା ନେଇଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୋପାଳପୁର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଜରିଆରେ ତଦନ୍ତ କରୁଛି।

Share Now:

Kalinga News Beuro

Next Post

ମାସେ ହେଲା ଅନ୍ଧାରରେ ୧୫ ପରିବାର : ପାଠ ପଢ଼ିବାକୁ ହାଇରାଣ ହେଉଛନ୍ତି ପିଲା

Wed Sep 27 , 2023
କୋଲାବିରା: କୋଲାବିରା ବ୍ଲକ୍ ସୋଢ଼ାମାଳ ପଞ୍ଚାୟତ ଡୁକୁନାପଡ଼ାରେ ଅନ୍ଧାରରେ ଗ୍ରାମବାସୀ ଦିନ ବିତାଉଛନ୍ତି। ପ୍ରାୟ ୧୫ରୁ ଅଧିକ ପରିବାର ବିଶିଷ୍ଟ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଏହି ପଡ଼ାରେ ଆଜିକୁ ୩୦ ଦିନରୁ ଅଧିକ ହେଲା ବିଦ୍ୟୁତ୍ ସରବରାହ ଠପ୍ ରହିଛି। ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ମଧ୍ୟ ବଦଳାଯାଉ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଛୁଆଙ୍କ ପାଠ ପଢ଼ାଠାରୁ ଆରମ୍ଭ କରି ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ତ କାମ ପାଇଁ ଲୋକେ […]
ମାସେ ହେଲା ଅନ୍ଧାରରେ ୧୫ ପରିବାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial