ବିବାଦ ଘେରରେ ଭାରତୀୟ କ୍ରିକେଟର : ଭାଇରାଲ୍ ହେଉଛି ଗୋମାଂସ ଖାଇଥିବା ବିଲ୍

ଭାଇରାଲ୍ ହେଉଛି ଗୋମାଂସ ଖାଇଥିବା ବିଲ୍

ନୂଆଦିଲ୍ଲୀ: ବିବାଦ ଘେରରେ ଭାରତୀୟ ଖେଳାଳି। ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ଟିମ ଇଣ୍ଡିଆର ଖେଳାଳିମାନେ ଏକ ରେଷ୍ଟୁରାଣ୍ଟରେ ଖାଉଥିବାର ଫଟୋ ସହ ଏକ ବିଲ୍ ମଧ୍ୟ ଖୁବ ଭାଇରାଲ ହେଉଛି। ଏହି ବିଲରେ ଗୋମାଂସ ଅର୍ଡର ହୋଇଥିବା ଦେଖାଯାଇଛି, ଯାହାକୁ ଭାରତୀୟ ଖେଳାଳିମାନେ ଅର୍ଡର କରିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଫଟୋରେ ରୋହିତ ଶର୍ମାଙ୍କ ସହ ରିଷବ ପନ୍ତ, ଶୁଭମନ ଗିଲ, ପୃଥୀ ସ ଓ ନବଦୀପ ସାଇନୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି। ଏହି ଘଟଣାର ପ୍ରକୃତ ସତ କି ନାହିଁ ଏ ଯାଏଁ ସାମ୍ନାକୁ ଆସିପାରିନାହିଁ। ଏହାସହ ବିସିସିଆଇ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପକ୍ଷରେ ଏହି ସମୟରେ ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ରେସ୍ତୋରାଁକୁ ଯାଇ ଭାରତୀୟ ଖେଳାଳିମାନେ କୋଭିଡ ନିୟମ ଉଲ୍ଲଘଂନ କରିଥିବାରୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ସୂଚନା ମିଳିଛି।

ପ୍ରୋଟୋକଲ ଅନୁସାରେ ଖେଳାଳିମାନେ ଆଉଟଡୋର ବ୍ୟବସ୍ଥାରେ ଖାଇବାକୁ ଯାଇପାରିବେ, ହେଲେ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ରହିଛି। କିନ୍ତୁ ଫଟୋରେ ସମସ୍ତେ ଏକାଠି ଖାଉଥିବାର ଦେଖିବାକୁ ମିଳିଥିଲା। ଯାହା ପରେ ସୋସିଆଲ ମିଡିଆରେ ବିବାଦ ଘେରକୁ ଆସିଛନ୍ତି ଭାରତୀୟ ଖେଳାଳି। ନବଲଦୀପ ସିଂ ନାମକ ଜଣେ ପ୍ରଶଂସକ ଟ୍ୱିଟରରେ ଏହି ଫଟୋ ସେୟାର କରିବା ପରେ ସୃଷ୍ଟି ହୋଇଥିଲା ଝଡ। ଏହି ଦୁଇଟି ଯାକ ଘଟଣାକୁ ନେଇ ଟ୍ୱିଟରରେ ସମାଲୋଚନାର ଶିକାର ହୋଇଛନ୍ତି ଭାରତୀୟ ଖେଳାଳି। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ପ୍ରଶଂସକମାନେ ଟ୍ୱିଟରରେ ରୋହିତଙ୍କୁ ସମର୍ଥନ କରି ଏହାକୁ ଏକ ଗୁଜବ ବୋଲି କହିଛନ୍ତି। ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ଏଠାରେ ଏବେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଦୁଇଟି ମ୍ୟାଚ ଶେଷ ହୋଇଥିବା ବେଳେ ଆଉ ଦୁଇଟି ମ୍ୟାଚ ଏବେ ବାକି ଅଛି। ଏହି ଟେଷ୍ଟ ସିରିଜରେ ୧-୧ରେ ଏବେ ସିରିଜ ବରାବର ଅଛି । ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୭ ତାରିଖରେ ଖେଳାଯିବ।

Share Now:

Kalinga News Beuro

Next Post

ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ବ୍ୟବସ୍ଥା : ବସ୍ତିକୁ ଯିବ ପୁଲିସ

Tue Jan 5 , 2021
ଭୁବନେଶ୍ବର : ଏଣିକି ବସ୍ତିକୁ ଯିବ ପୁଲିସ୍‌। ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବ। କିଏ ରହୁଛି, କ’ଣ କରୁଛି, ପରିବାରରେ କେତେଜଣ, ଘରର ମାଲିକ କିଏ; ସବୁ ଟିକିନିଖି ତଥ୍ୟ ହାସଲ କରିବ। କୌଣସି ଗୋଟିଏ ପରିବାର କିମ୍ବା ଘର ବାଦ୍ ପଡ଼ିବ ନାହିଁ। ଏହି ତଥ୍ୟକୁ ନେଇ ପୁଲିସ୍‌ ଏକ ଡାଟାବେସ୍‌ ତିଆରି କରିବ। ରାଜଧାନୀରେ ବଢ଼ୁଥିବା ଅପରାଧର ମୁକାବିଲା ପାଇଁ କମିସନରେଟ୍‌ ପୁଲିସ୍‌ ଏପରି […]
ବସ୍ତିକୁ ଯିବ ପୁଲିସ୍‌

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial