ପୃଥିବୀରୁ ଏକାଠି ଦେଖିବାକୁ ମିଳିଲା ସୌର ମଣ୍ଡଳର ସମସ୍ତ ଗ୍ରହ

ପୃଥିବୀରୁ ଏକାଠି ଦେଖିବାକୁ ମିଳିଲା ସୌର ମଣ୍ଡଳର ସମସ୍ତ ଗ୍ରହ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ଖଗୋଲୀୟ ସଂଘ ଅନୁସାରେ ଆମ ସୌର ମଣ୍ଡଳରେ ଆଠଟି ଗ୍ରହ ରହିଛି । ସେଗୁଡ଼ିକ ହେଲା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ, ନେପଚୁନ । ଏହାର ଅତିରିକ୍ତ ତିନୋଟି ବାମନ ଗ୍ରହ ମଧ୍ୟରେ ସୀରୀସ, ପ୍ଲୁଟୋ, ଏରିସ ରହିଛି । ନିକଟରେ ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ଏକ ଫଟୋ ସେୟାର କରିଛି। ଏହି ଫଟୋରେ ଏକ ଦୁର୍ଲଭ ଘଟଣା ଦେଖିବାକୁ ମିଳୁଛି। ଫଟୋରେ ଆମର ସୌରମଣ୍ଡଳର ସମସ୍ତ ଗ୍ରହ ପୃଥିବୀରୁ ଏକାଠି ଦେଖିବାକୁ ମିଳୁଛି। ଏହାକୁ ଇଂରାଜୀରେ ‘ଗ୍ରହ ପ‌ରେଡ’ ବୋଲି କୁହାଯାଇଥାଏ। ଏଥିରେ ସୌରମଣ୍ଡଳର ପାଞ୍ଚ ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନିକୁ ଏକାସଙ୍ଗରେ ଦେଖିବାକୁ ମିଳୁଛି । ତେବେ ଏହାର ସବୁଠାରୁ ଅଧିକ ବିଶେଷତ୍ବ ହେଉଛି ଏହାକୁ ଖାଲି ଆଖିରେ ବି ଦେଖାଯାଇ ପାରିଛି।
ଏହି ଦୃଶ୍ୟକୁ ନାସା ଏଷ୍ଟ୍ରୋନାମି ପିକଚର ଅଫ ଦ ଡେ ଭାବେ ସେୟାର କରିଛି। ଜାନୁଆରି ୨ ତାରିଖରେ ପୋଷ୍ଟ ହୋଇଥିବା ଏହି ସୂର୍ଯ୍ୟାସ୍ତ ପରର ଗ୍ରହ ପ‌ରେଡର ଫଟୋରେ ବୃହସ୍ପତି, ମଙ୍ଗଳ, ଶୁକ୍ର, ଶନି ଓ ବୁଧ ଭଳି ଗ୍ରହମାନଙ୍କ ଏକ ବିସ୍ତୃତ ଶୃଙ୍ଖଳାକୁ ସନ୍ଧ୍ୟାରେ ଏକ ବାଇଗଣୀ ରଙ୍ଗର ଆକାଶରେ ଦେଖିବାକୁ ମିଳିଥିଲା। ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ଏହାକୁ ଖଗୋଲୀୟଶାସ୍ତ୍ରୀ ଓ ଫଟୋଗ୍ରାଫର ଟଙ୍କ ତେଜେଲ୨୦୨୨ ଡିସେମ୍ବରରେ ଉଠାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ରେଳବାଇ ଅଫିସରଙ୍କ ଘରେ ସିବିଆଇ ଚଢ଼ାଉ

Wed Jan 4 , 2023
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଳବାଇର କାର୍ଯ୍ୟରତ ଅଫିସରଙ୍କ ଘରେ ସିବିଆଇ ଚଢ଼ାଉ କରୁଛି। ଭୁବନେଶ୍ୱର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ। ଭୁବନେଶ୍ୱରର ୨ଟି, କଟକ ଓ ଜଗତସିଂହପୁରର ଗୋଟିଏ ଲେଖାଏ ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇର ୫ଟି ଟିମ । ଏହି ଚଢ଼ାଉ ସମୟରେ ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଜମା, ପାସପୋର୍ଟ, ସୁନା ଗହଣା, ଗାଡ଼ି, ଜମିଜମା […]
ରେଳବାଇ ଅଫିସରଙ୍କ ଘରେ ସିବିଆଇ ଚଢ଼ାଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial