ଦୃଷ୍ଟିହୀନ ଟି-୨୦ ବିଶ୍ବକପ୍ : ବାଂଲାଦେଶକୁ ହରାଇ ଭାରତ ଚାମ୍ପିଅନ୍

ବାଂଲାଦେଶକୁ ହରାଇ ଭାରତ ଚାମ୍ପିଅନ୍

ଟିମରେ ଓଡ଼ିଆ ପୁଅ ନକୁଳ ବଡ଼ନାୟକ

ବେଙ୍ଗାଲୁରୁ : ଦୃଷ୍ଟିହୀନ ଟି-୨୦ କ୍ରିକେଟରେ ଭାରତ ବିଶ୍ବ ଚାମ୍ପିଅନ ହୋଇଛି। ବେଙ୍ଗାଲୁରୁର ଏନ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨ ଓ୍ବିକେଟ ହରାଇ ୨୭୭ ରନ କରିଥିଲା। ଭାରତ ପକ୍ଷରୁ ରମେଶ ୧୬୩ ରନ କରିଥିବାବେଳେ ଅଜୟ ୧୦୦ ରନ କରିଥିଲେ। ଏହାର ଜବାବରେ ବାଂଲାଦେଶ ୩ ଓ୍ବିକେଟ ହରାଇ ୧୫୭ ରନ କରିପାରିଥିଲା। ଏହି ବିଜୟ ହେଉଛି ଭାରତର ୩ୟ ଟି-୨୦ ବିଶ୍ବକପ୍ ଟାଇଟେଲ୍। ପୂର୍ବରୁ ୨୦୧୨ ଓ ୨୦୧୭ରେ ହୋଇଥିବା ଦୃଷ୍ଟିହୀନ ଟି-୨୦ ବିଶ୍ବକପରେ ବି ଭାରତ ଚାମ୍ପିଅନ ହୋଇଥିଲା। ଏହି ବିଶ୍ବ ବିଜୟୀ ଟିମରେ ଓଡ଼ିଶାର ଖେଳାଳି ନକୁଳ ବଡ଼ନାୟକ ବି ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳ ଭାଗ ନେଇପାରିନଥିଲା। ଭିସା ସମସ୍ୟା ଯୋଗୁଁ ପାକିସ୍ତାନ ଟିମ ଭାରତ ଆସିପାରିନଥିଲା। ଏଥିପାଇଁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିବାଦୀୟ ପରିସ୍ଥିତି ଦେଖାଦେଇଥିଲା। ଆସନ୍ତା ୨୦୨୪ରେ ୪ର୍ଥ ଦୃଷ୍ଟିହୀନ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବ। ଏହି ବିଶ୍ବକପକୁ ପାକିସ୍ତାନ ଆୟୋଜନ କରୁଛି। ବିଶ୍ବ ଦୃଷ୍ଟିହୀନ କ୍ରିକେଟ ବୋର୍ଡ ଏହି ଦାୟିତ୍ବ ପାକିସ୍ତାନକୁ ଦେଇଛି।

Share Now:

Kalinga News Beuro

Next Post

ମୁମ୍ବାଇର ଘାଟକୋପର ଅଞ୍ଚଳରେ ଅଗ୍ନିକାଣ୍ଡ : ଜଣେ ମୃତ, ୨୨ଗୁରୁତର

Sat Dec 17 , 2022
ମୁମ୍ବାଇ: ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ଏକ କୋଠାରେ ନିଆଁ ଲାଗିଛି। କୋଠାରେ ହଠାତ ନିଆଁ ଲାଗିବାରୁ ଲୋକେ ବାହାରକୁ ଆସିପାରିନଥିଲେ। ଏହି କାରଣରୁ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଏହା ସହ ଧୂଆଁ ପାଇଁ ଅଣନିଶ୍ବାସୀ ହୋଇପଡ଼ିଥିବା ୨୨ଜଣଙ୍କୁ ଏ‌ବେ ପାରେଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। କୁହାଯାଉଛି ଯେ, ବିଶ୍ୱାସ ବିଲ୍ଡିଂରେ ଥିବା ଜୁନୋ ପିଜା ହୋଟେଲର ମିଟର ରୁମରୁ ନିଆଁ ଲାଗିଥିଲା। ପାରେଖ ହସ୍ପିଟାଲ […]
ମୁମ୍ବାଇର ଘାଟକୋପରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial