ଟୋକିଓ ପାରାଲିମ୍ପିକ୍ସ୍‌: ଟେବୁଲ୍‌ ଟେନିସ୍‌ରେ ରୌପ୍ୟ ପଦକ ଜି‌ଣିଲେ ଭାବିନା ପଟେଲ୍‌

ଟୋକିଓ ପାରାଲିମ୍ପିକ୍ସ୍‌

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ର ଟେୁବୁଲ୍‌ ଟେନିସ୍ ପ୍ରତିଯୋଗିତାରେ ଆଜି ରୌପ୍ୟ ପଦକ ଜିଣି ଭାରତର ଭାବିନା ପଟେଲ୍‌ ଇତିହାସ ସୃଷ୍ଟି କରିଛନ୍ତି। ପାରାଲିମ୍ପିକ୍ସ୍ ପଦକ ଜିଣିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ ମହିଳା। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ବର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ବର ୧ ନମ୍ବର କ୍ରୀଡ଼ିକା ଜୋଉ ୟିଙ୍ଗ୍‌ଙ୍କ ଠାରୁ ପରାସ୍ତ ହୋଇ ୩୪ ବର୍ଷୀୟ ଭାବିନା ମହିଳା ଟେବୁଲ୍‌‌ ଟେନିସ୍‌ ‘ସି-ଫୋର୍‌’ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ କରି ପାରାଲିମ୍ପିକ୍ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଭାବିନାବେନ୍ ପଟେଲ୍‌ ଉତ୍ତମ କ୍ରୀଡ଼ିକା ଭାବେ କ୍ରୀଡ଼ା କ୍ଷେତ୍ରରେ ପରିଚିତା। କିନ୍ତୁ, ଆଜିର ଚୂଡ଼ାନ୍ତ ପ୍ରତିଯୋଗିତାରେ ଜୋଉ ୟିଙ୍ଗ୍ ତାଙ୍କ ଉପରେ ଆଧିପତ୍ୟ ଜାହିର୍‌ କରି ୬ଷ୍ଠ ଥର ଲାଗି ପାରାଲିମ୍ପିକ୍ସ୍‌ ସ୍ବର୍ଣ୍ଣ ପଦକ ହାସଲ କରି ନେଇଛନ୍ତି। ଚୀନ୍‌ର ୟିଙ୍ଗ୍‌ଙ୍କ ଠାରୁ ପଟେଲ୍‌ ୧୯ ମିନିଟ୍‌ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଛନ୍ତି। କିନ୍ତୁ, ପାରାଲିମ୍ପିକ୍ସ୍‌ରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ପ୍ରତିଯୋଗିତାରେ ସେ ଜୋଉଙ୍କ ସହ ଉତ୍ତମ ମୁକାବିଲା କରିଥିଲେ ମଧ୍ୟ ୬ ମିନିଟ୍‌ ପରେ ପ୍ରଥମ୍ ଗେମ୍‌ରେ ସେ ପରାସ୍ତ ହୋଇଥିଲେ। ପରେ ଜୋଉଙ୍କୁ ଟପିଯିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। କିନ୍ତୁ, ତାଙ୍କର ଉତ୍କର୍ଷତା ପ୍ରତିପାଦନ ଯୋଗୁଁ ଭାରତ ଗୌରବାନ୍ବିତ ହୋଇଛି। ଶନିବାର ଦିନ ‘ଉଇମିନ୍‌ସ୍‌ ସିଙ୍ଗଲ୍‌ସ୍‌ କ୍ଲାସ୍‌-ଫୋର୍‌’ରେ ବିଶ୍ବର ୩ ନମ୍ବର ଖେଳାଳି ଚୀନ୍‌ର ଚାଙ୍ଗ୍‌ ମିଆଓଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ଭାବେ ଭାବିନା ପଟେଲ୍‌ ଇତିହାସ ସୃଷ୍ଟି କରିବା ସହ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଚାଙ୍ଗ୍‌ ମିଆଓଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରି ସେ ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ।

Share Now:

Kalinga News Beuro

Next Post

ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ: ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ଜବତ

Sun Aug 29 , 2021
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ ରବିବାର ସକାଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସୋନପୁର ଜିଲ୍ଲା ବିନିକା ସେତୁ ଛକ ନିକଟରେ ପୁର୍ବରୁ ଖବରପାଇ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉକ୍ତ ରାସ୍ତାରେ ଯାଉଥିବା ବିଡିଓଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ତାଙ୍କ ନିକଟରୁ ୩ ଲକ୍ଷ ୯୧ ହଜାର ୩ ଶହ ଟଙ୍କା ଜବତ କରିଥିବାର ଜଣାଯାଇଛି। ବିଜେପୁର ବିଡିଓ ୩ […]
ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ

ଆହୁରି ପଢ଼ନ୍ତୁ