କୋଲକାତା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ୩ୟ ତଥା ଶେଷ ମ୍ୟାଚ୍ ଖେଳାଯାଉଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଓହ୍ଲାଇଛି। ଟସ୍ ଜଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ନ୍ୟୁଜିଲାଣ୍ଡ ବୋଲିଂ ଜାରି ରଖିଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଇଶନ କିଶନ୍ ଇନିଂସ ଆରମ୍ଭ କରିଛନ୍ତି। ତେବେ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍କୁ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳର ଧ୍ୟାନ ଏବେ ଶୃଙ୍ଖଳା ମୂଳପୋଛ ଉପରେ କେନ୍ଦ୍ରୀଭୂତ ହୋଇଛି। ସେଥିପାଇଁ ଜୟପୁର ଓ ରାଞ୍ଚି ପରେ କୋଲକାତାରେ ମଧ୍ୟ ରୋହିତ ବାହିନୀ ବିଜୟ ବାନା ଉଡ଼ାଇବା ଲକ୍ଷ୍ୟରେ ରହିଛି। ଆଉ ଏହି ଲକ୍ଷ୍ୟ ପୂରଣ ଲାଗି ଟିମ୍ ଇଣ୍ଡିଆକୁ ବିଜୟୀ ହେବାକୁ ପଡ଼ିବ। ଏହା କରିପାରିଲେ ଭାରତୀୟ କ୍ରିକେଟ୍ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବ। ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଟେ୍ଵଣ୍ଟି-୨୦ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ସମୂଳେ ନେଇପାରିବ। ସେହିଭଳି ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ପ୍ରଥମ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିବେ।
ଭାରତ: ରୋହିତ ଶର୍ମା (ଅଧିନାୟକ), ଇଶନ କିଶନ୍ (ଓ୍ଵିକେଟ୍କିପର), ଭେଙ୍କଟେଶ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ଅକ୍ଷର ପଟେଲ, ୟୁଝାବନ୍ଦ୍ର ଚହଲ, ଦୀପକ ଚହର, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ
ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟଟଲ, ଡାରେଲ ମିଚେଲ, ମାର୍କ ଚାପମ୍ୟାନ୍, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଜେମ୍ସ ନୀସାମ, ମିଚେଲ ସାଣ୍ଟନର, ଆଦାମ ମିଲନେ, ଟିମ୍ ସାଉଦି (ଅଧିନାୟକ), ଈଶ୍ ସୋଢୀ, ଟ୍ରେଣ୍ଟ ବୋଲ୍ଟ
ଆଜି କୋଲକାତାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଟି-୨୦

Share Now: