ହକି ବିଶ୍ୱକପ : ଭୁବନେଶ୍ୱର ଜଗିବେ ୮୦ ପ୍ଲାଟୁନ ଫୋର୍ସ, ୪୦୦ରୁ ଉର୍ଦ୍ଧ୍ୱ ଅଧିକାରୀ

କମିସନରେଟ ପୁଲିସ

ଭୁବନେଶ୍ୱର: ରାତି ପାହିଲେ ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯିବ। ବିଶ୍ୱକପରେ ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପ୍ରସ୍ତୁତ ରହିଛି। ଭୁବନେଶ୍ୱରରେ ୮୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୪୦୦ରୁ ଉର୍ଦ୍ଧ୍ୱ ଅଧିକାରୀ ମୁତୟନ ହେବେ। ଶେଷ ପର୍ଯ୍ୟାୟ‌ରେ ପ୍ରସ୍ତୁତି କେମିତି ଚାଲିଛି, ସେନେଇ ପୁଲିସ କମିସନର ବୁଲି ଦେଖିଛନ୍ତି। କଳିଙ୍ଗ ଷ୍ଟାଡିଅମରେ ପୁଲିସ ଅଧିକାରୀଙ୍କୁ ଡିସିପି ପ୍ରତୀକ ସିଂ ଟ୍ରେନିଂ ଦେଇଛନ୍ତି। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୁରକ୍ଷା ବ୍ୟବସ୍ଥାର ସମ୍ମିଳନୀ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆସନ୍ତାକାଲି (ଶୁକ୍ରବାର) ଠାରୁ ହକି ବିଶ୍ଵକପ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ୱରରେ ମଧ୍ୟ ଶୁକ୍ରବାର ଦୁଇଟି ମ୍ୟାଚ ଅଛି। ଦ୍ଵିତୀୟ ଥର ପାଇଁ ଓଡିଶା ହକି ବିଶ୍ୱକପର ଆୟୋଜନ କରିଛି, ଯାହାକି ଆମ ପାଇଁ ଗର୍ବର ବିଷୟ। ବିଦେଶ ଖେଳାଳି କିଭଳି ନିଆରା ଅନୁଭୂତି ନେଇ ଫେରିବେ ସେ ଦିଗରେ ଯତ୍ନବାନ ହେବୁ। ଯେଉଁମାନେ ଖେଳ ଦେଖିବାକୁ ଆସିବେ ତାଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି। ଟିମ ଆସିବା ଠାରୁ ଆରମ୍ଭ କରି, ରହିବା, ଯିବା ଆସିବା କରିବା, ବୁଲିବାକୁ ଯିବା ପାଇଁ ଆବଶ୍ୟକ ପୁଲିସ ବ୍ୟବସ୍ଥା ହୋଇଛି। କିଭଳି ସୁରୁଖୁରୁରେ ସବୁ ହେବ ସେ ବ୍ୟବସ୍ଥା ହୋଇଛି। ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ଏହି ସମୟରେ ବିଭିନ୍ନ ଟୁରିଷ୍ଟ ପ୍ଲେସରେ ମଧ୍ୟ ଭିଡ଼ ହେବ। ସହରରେ ଡଟ ଫେଷ୍ଟ ମଧ୍ୟ ହେବ। ସେଥିପାଇଁ ମଧ୍ୟ ପୁଲିସ ବନ୍ଦୋବସ୍ତ ହୋଇଛି। କିଭଳି ଲୋକେ ‌ମନୋରଞ୍ଜନ କରିବେ ସେ ନେଇ ପ୍ରସ୍ତୁତ ହେଇଛୁ। ଭଲ ଆତିଥେୟତା କିଭଳି ଦେଇ ହେବ ସେନେଇ ଚେଷ୍ଟା କରିବା, ଟ୍ରାଫିକ ବନ୍ଦୋବସ୍ତ ଭଲ ଭାବେ କରାଯାଇଛି।
ଡିସିପି କହିଛନ୍ତି ଯେ, ଟ୍ରାଫିକ ଡିସିପିଙ୍କ ତତ୍ଵାବଧାନରେ ରହିଛି। ପ୍ରାୟ ୭୫ ରୁ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଅଫିସରଙ୍କ ସଂଖ୍ୟା ୪୦୦ ରହିବ। ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ମୁତୟନ ହେବେ। ଖେଳାଳିଙ୍କ ପାଇଁ ବିମାନବନ୍ଦରରେ ନିୟୋଜିତ ହେବେ ଜଣେ ଅତିରିକ୍ତ ଡିସିପି, ଦୁଇ ଜଣ ଏସିପି, ୪ ଜଣ ଇନ୍ସପେକ୍ଟର ଓ ୧୦୩ ଜଣ ପୁଲିସ କର୍ମଚାରୀ। ହୋଟେଲ ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି, ୯ ଇନ୍ସପେକ୍ଟର ଓ ସମୁଦାୟ ୧୮ ପ୍ଲାଟୁନ ଫୋର୍ସ। କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହେବେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ। ଏହା ସହ ଓଡ୍ରାଫ, ଅଗ୍ନିଶମର ଟିମ ରହିବ। ଏହା ସହ ଟ୍ରାଫିକ ଦାଇତ୍ୱରେ ୩ ଜଣ ଏସିପି, ୬ ଜଣ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପ୍ରଚେଷ୍ଟା ରହିବ ଉଚ୍ଚମାନର ପୁଲିସିଙ୍ଗ ଦେଖେଇବୁ। ଗତଥର ଅନେକ ସୁନାମ ପାଇଥିଲୁ ଆମେ।ଲ ଆଣ୍ଡ ଅର୍ଡର, ସୁରକ୍ଷା, ଟ୍ରାଫିକ, ପାର୍କିଂ ଉପରେ ସବୁଠାରୁ ଅଧିକ ଧ୍ୟାନ ଦିଆଯିବ। ଡଟ୍ ଫେସ୍ଟ ପାଇଁ ମଧ୍ୟ ପୁଲିସ ଆରେଞ୍ଜମେଣ୍ଟ କରାଯାଇଛି। ନାଇଟ ବଜାର ପାଇଁ ମଧ୍ୟ କମିସନରେଟ ପୁଲିସ ପକ୍ଷରୁ ଭଲ ବ୍ୟବସ୍ଥା କରାଯାଇଛି। ଆଜି ସବୁ ପୁଲିସ ଅଧିକାରୀଙ୍କୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ଆଣ୍ଟାର୍କଟିକା ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଭିନ୍‌ସନ୍‌ରେ ସିଦ୍ଧାର୍ଥ

Thu Jan 12 , 2023
ପୁରୁଣା ଭୁବନେଶ୍ୱର: ସେଭେନ୍‌ଥ ସମିଟ୍‌ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଥିବା ସିଦ୍ଧାର୍ଥ ରାଉତରାୟ ଆଣ୍ଟାର୍କଟିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଭିନ୍‌ସନ୍‌ ଶୀର୍ଷରେ ପହଞ୍ଚିଛନ୍ତି। ସେଠାରେ ସେ ତ୍ରିରଙ୍ଗା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ ପତାକା ଉଡ଼ାଇଛନ୍ତି। ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ପ୍ରକାଶଯୋଗ୍ୟ, ଏହି ଗିରିଶୃଙ୍ଗ ଚଢ଼ିବାରେ ସିଦ୍ଧାର୍ଥ ହେଉଛନ୍ତି ପ୍ରଥମ […]
ଆଣ୍ଟାର୍କଟିକାରେ ସିଦ୍ଧାର୍ଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial