ବିଜ୍ଞାନର କରାମତି : ପ୍ରସବ ବେଳେ ଜଣାପଡ଼ିବ ନାହିଁ ଗର୍ଭଯନ୍ତ୍ରଣା

ପ୍ରସବ ବେଳେ ଜଣାପଡ଼ିବ ନାହିଁ ଯନ୍ତ୍ରଣା

ନୂଆଦିଲ୍ଲୀ: ମହିଳାମାନେ ଯେତେବେଳେ ପିଲା ଜନ୍ମ କରନ୍ତି ସେହି ସମୟର କଷ୍ଟ ଓ ଯନ୍ତ୍ରଣା ସେ ହିଁ ଜାଣିଥା’ନ୍ତି। ତାଙ୍କ ବ୍ୟତୀତ ଏହି ଯନ୍ତ୍ରଣା କେବଳ କିଛି ମାତ୍ରରେ ପ୍ରସବ କରାଉଥିବା ଡାକ୍ତର ଓ ନର୍ସମାନେ ଅନୁଭବ କରିପାରନ୍ତି। ହେଲେ ଏବେ ଡାକ୍ତରୀ ବିଜ୍ଞାନ ଏକ ନୂଆ ଉପାୟରେ ପ୍ରସବ କରାଇବ ଯେଉଁ ତରିକାରେ ଗର୍ଭବତୀ ଜଣଙ୍କୁ ଡେଲଭରି ସମୟରେ ଗର୍ଭ ଯନ୍ତ୍ରଣା ଜଣାପଡିବ ନାହିଁ। ବିଜ୍ଞାନର ଅଗ୍ରଗତି ଯୋଗୁଁ ପ୍ରତିଦିନ ବିଶ୍ୱରେ କିଛି ନା କିଛି ନୂତନ ଉଦ୍ଭାବନ ଦେଖିବାକୁ ମିଳିଛି। ହେଲେ ବିଜ୍ଞାନର ଅଗ୍ରଗତି ସବୁଠୁ ଅଧିକ ଦେଖିବାକୁ ମିଳୁଛି ଚିକିତ୍ସା ବିଜ୍ଞାନରେ। ଯାହାଦ୍ୱାରା ଅସାଧ୍ୟ ରୋଗର ଚିକିତ୍ସା ବି ସହଜରେ ସାଧନ ହୋଇ ପାରୁଛି। ହେଲେ ପ୍ରଥମ ଥର ପାଇଁ ଗର୍ଭବତୀମାନଙ୍କୁ ଡେଲିଭରି ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ବ୍ରିଟେନର ଡାକ୍ତରମାନେ ଏକ ଗବେଷଣା କରି ସେଥିରେ ଉପନୀତ ହୋଇଛନ୍ତି। ଯେଉଁଥି ପାଇଁ ଏହି ଗବେଷଣା କରୁଥିବା ଟିମକୁ ସାରା ବିଶ୍ୱରୁ ପ୍ରଶଂସାର ସୁଅ ଛୁଟୁଛି।
ବ୍ରିଟେନ୍‌ରେ ଏକ ହସ୍ପିଟାଲରେ ପ୍ରଥମଥର ପାଇଁ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା କମାଇବାକୁ ଏହି ନୂଆ ପଦକ୍ଷେପ ନିଆଯାଇଛି। ଏଠାରେ ନ୍ୟାସନାଲ ହେଲଥ ସର୍ଭିସ ପକ୍ଷରୁ ହସ୍ପିଟାଲରେ ଗର୍ଭବତୀଙ୍କୁ ଭର୍ଚୁଆଲ ରିୟଲିଟି ହେଡସେଟ୍ ପିନ୍ଧିବାକୁ ଦିଆଯାଉଛି। ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଲା ଗର୍ଭବତୀ ଲେବର ରୁମ୍‌କୁ ଯିବା ପୂର୍ବରୁ ଯନ୍ତ୍ରଣା ଉପରୁ ତାଙ୍କର ନଜର ହଟିଯିବ। ମାତ୍ର ୭ ମିନିଟ୍ ପାଇଁ ଗର୍ଭବତୀଙ୍କୁ ଏହି ହେଡସେଟ୍ ପିନ୍ଧିବାକୁ ପଡିବ। ଏହି ସମୟରେ ଭିଆରରେ ଲାଇଟିଂ, ସମୁଦ୍ର ଲହଡି, ମଙ୍ଗଳ ଗ୍ରହରେ ପାଦ ଥାପିବା, ପେଙ୍ଗୁଇନମାନଙ୍କ ଗହଣରେ ଥିବା ଭଳି ଗର୍ଭବତୀଙ୍କୁ ଅନୁଭବ ହେବ। ଏଥି ସହିତ ମନକୁ ଶାନ୍ତ ରଖିବା ପାଇଁ ଗର୍ଭବତୀମାନେ ସଂଗୀତ ମଧ୍ୟ ଶୁଣିପାରିବେ। ଏହା ପ୍ରଥମେ ୱେଲ୍ସର ସମସ୍ତ ହସ୍ପିଟାଲରେ ଲାଗୁ କରାଯିବ।

Share Now:

Kalinga News Beuro

Next Post

କରୋନା ପୀଡାକୁ ବିଡିଏ ପାହାର : ନନ୍ଦନକାନନ ସମୁଖରୁ ଶହେ ଦୋକାନ ଉଚ୍ଛେଦ

Fri Nov 20 , 2020
ବାରଙ୍ଗ : ମହାମାରୀ କରୋନା ମାଡ଼ରେ ସେମାନଙ୍କର ବିପୁଳ କ୍ଷତି ହୋଇଥିଲା। ଦୀର୍ଘ ୭ ମାସ ହାତବାନ୍ଧି ଘରେ ବସି ରହିବା ପରେ ସେମାନଙ୍କ ପାଇଁ ସୁଯୋଗ ଆସିଥିଲା। ତେଣୁ ଧାରକରଜ କରି ପୁଣି ବେପାର ଆରମ୍ଭ କଲେ। ମାତ୍ର ମାସଟିଏ ଯାଇଛି କି ନାହିଁ, ଦାଉ ସାଧିଲା ବିଡିଏ। ଦୋକାନ ଉଚ୍ଛେଦ କଲା। କରୋନା ସିନା ଅଣ୍ଟା ଭାଙ୍ଗି ଦେଇଥିଲା, ବିଡିଏ ପୂରା ଉପାଡ଼ି ଦେଲା। ରୋଜଗାର ବାଟ […]
ଶହେ ଦୋକାନ ଉଚ୍ଛେଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial