ଓଟିରେ ରୋଗୀଙ୍କୁ ଛାଡ଼ି ଚାଲିଗଲେ ଡାକ୍ତର ଓ ନର୍ସ : ତିନିଜଣଙ୍କ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ଲକ୍ଷ୍ମୌର ପିଜିଆଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ନବଜାତ ଓ କିଶୋର ସାମିଲ ରହିଛନ୍ତି। ମୃତକଙ୍କ ପରିବାରଲୋକ ହସ୍ପିଟାଲ ପ୍ରଶାସନ ବିରୋଧରେ ଅବହେଳାର ଅଭିଯୋଗ ଆଣି କହିଛନ୍ତି, ‘ ନିଆଁ ଲାଗିବା ହେତୁ ଡାକ୍ତର ଓ ନର୍ସ ଅସ୍ତ୍ରୋପଚାର ବିଭାଗରୁ ଦୌଡ଼ାଦୌଡ଼ି ହୋଇ ପଳାଇଯାଇଥିଲେ। ଯଦି ସଠିକ ସମୟରେ ରୋଗୀଙ୍କୁ ଉଦ୍ଧାର କରାଯାଇଥାଆନ୍ତା ତେବେ ନିଶ୍ଚିତ ରୂପେ ତିନିଜଣଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା।’ଏହି ଘଟଣାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଘଟଣାରକୁ ଗମ୍ଭୀରତା ସହ ନେଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରଜେଶ ପାଠକ ଯାଞ୍ଚ ଆଦେଶ ଦେଇଛନ୍ତି। ଗତ ସୋମବାର ଦ୍ୱିପ୍ରହର ୧ଟା ସମୟରେ ପିଜିଆଇ ଓଟିରେ ଥିବା ମନିଟରରୁ ଧୁଆଁ ବାହାରି ନିଆଁ ଲାଗି ଯାଇଥିଲା। ଏହି ସମୟରେ ୨୬ବର୍ଷର ତୈୟବା ଓ ଗାଜିପୁରର ନେହା ଓ ନବଜାତଙ୍କ ଅସ୍ତ୍ରୋପଚାର ଚାଲିଥିଲା। ଦେଖୁଦେଖୁ ନିଆଁ ଓଟିରୁ ଚାରିଆଡକୁ ମାଡ଼ି ଯାଇଥିଲା।
ଏହି ସମୟରେ ଡାକ୍ତର ଓ ନର୍ସମାନେ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ବଦଳରେ ନିଜେ ଦୌଡ଼ାଦୌଡ଼ି ହୋଇ ଘଟଣାସ୍ଥଳରୁ ଚାଲି ଯାଇଥି‌ଲେ। ନିଆଁ ଲାଗିବା ସମୟରେ ଓଟିରେ ତୈୟବା ଓ ଗୌରବ ଦୁହେଁ ଅଚେତ ଥିବା ବେଳେ ନବଜାତର ଅସ୍ତ୍ରୋପଚାର ଚାଲିଥିଲା। ଧୁଆଁ ଓ ନିଆଁ ହେତୁ ତିନିଜଣଙ୍କ ଅତି ଯନ୍ତ୍ରଣାଦାୟକ ଭାବେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ବିଲ୍ ଲୋକସଭାରେ ପାରିତ

Thu Dec 21 , 2023
ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟାଳୟର ଅବଧି) ବିଲ୍, ୨୦୨୩। ପୂର୍ବରୁ ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇ ସାରିଥିବା ବେଳେ ଆଜି ଲୋକସଭାରେ ଏହି ବିଲ୍ ପାରିତ ହୋଇଥିବା ଜଣାପଡ଼ିଛି। ଏହି ବିଲର ଲକ୍ଷ୍ୟ ହେଉଛି ଭାରତର ନିର୍ବାଚନ ଆୟୋଗ (ଇସିଆଇ)ର ତିନିଜଣ ସଦସ୍ୟଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ପ୍ରତିଷ୍ଠା କରିବା। ମାର୍ଚ୍ଚରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial