କରୋନା ଆକ୍ରାନ୍ତ ହେଲେ ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁର

ଲଣ୍ଡନରୁ ଫେରିବା ପରେ ନିଜର ଯାତ୍ରା ଇତିହାସ ଲୁଚାଇଥିଲେ

ମୁମ୍ବାଇ: ଗୀତ ‘ବେବି ଡଲ୍’ ଏବଂ ‘ଚିଟିଆନ୍ କଲାଇୟାନ୍’ ପାଇଁ ଲୋକପ୍ରିୟ ହୋଇଥିବା କଣ୍ଠଶିଳ୍ପୀ କନିକା କପୁର ଶୁକ୍ରବାର ଦିନ ନୋଭେଲ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ସେ ଲଣ୍ଡନରୁ ଫେରିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ତାଙ୍କୁ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ମେଡିକାଲ ରିପୋର୍ଟ ମଧ୍ୟ ଏବେ ସାମ୍ନାକୁ ଆସିଥିବା ବେଳେ ବିଦେଶରୁ ଫେରିବା ସମୟରେ ସେ ବିମାନବନ୍ଦରରେ ନିଜର ପରୀକ୍ଷା ନକରାଇ ଲୁଚି ଘରକୁ ଚାଲିଆସିଥିଲେ ବୋଲି ଜଣା ପଡ଼ିଛି। ବିଦେଶରୁ ଫେରିବା ସମୟରେ ତାଙ୍କୁ ହାଲୁକା ଥଣ୍ଡା ଜ୍ୱର ସହ କାଶ ମଧ୍ୟ ହେଉଥିଲା।
ସୂଚନା ମୁତାବକ, ୪୧ବର୍ଷୀୟା କଣ୍ଠଶିଳ୍ପୀ କିଛି ସମୟ ପାଇଁ ଲଣ୍ଡନରେ ଥିଲେ ଏବଂ ମାର୍ଚ୍ଚ ୧୫ରେ ସେ ଲକ୍ଷ୍ନୌକୁ ଫେରିଥିଲେ। କିନ୍ତୁ ‌ସେ ଭାରତ ଫେରି ତାଙ୍କ ଯାତ୍ରା ଇତିହାସ ବିଷୟରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଜଣାଇନଥିଲେ। ଲକ୍ଷ୍ନୌରେ ପହଞ୍ଚିବା ପରେ ଦେହ ଖରାପ ଥାଇ ମଧ୍ୟ କନିକା ଏକ ପଞ୍ଚ ତାରକା ହୋଟେଲରେ ନିଜ ସାଙ୍ଗସାଥୀ ଏବଂ ପରିବାର ପାଇଁ ଭୋଜିର ଆୟୋଜନ କରିଥିଲେ। ରିପୋର୍ଟ ଅନୁଯାୟୀ, ପାର୍ଟିରେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ରାଜନେତା ଏବଂ ସମାଜସେବୀ ଯୋଗ ଦେଇଥିଲେ। ଏହା ସହ ଲଣ୍ଠନରୁ ଫେରିବା ପରେ ସେ ଲକ୍ଷ୍ନୌର ଏକ ବିସ୍ତୃତ ଆପାର୍ଟମେଣ୍ଟରେ ରହିଥିଲେ ବୋଲି ଜଣା ପଡ଼ିଛି। ଏବେ କନିକା କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମନରେ ସଂକ୍ରମଣକୁ ନେଇ ଭୟ ଆରମ୍ଭ ହୋଇଛି। ହେ‌ଲେ ବର୍ତ୍ତମାନ ପାର୍ଟିରେ ଯୋଗ ଦେଇଥିବା ଲୋକ ଏବଂ କନିକା ରହୁଥିବା ଆପାର୍ଟମେଣ୍ଟର ଲୋକଙ୍କୁ କ୍ଵାରେଣ୍ଟାଇନରେ ରଖାଯିବ ଦରକାର କି ନାହିଁ ସେ ନେଇ ସ୍ୱାସ୍ଥ୍ୟ ଅଧିକାରୀମାନେ ନିଶ୍ଚିତ ହୋଇନାହାନ୍ତି। କିନ୍ତୁ ସେମାନଙ୍କୁ ଡାକ୍ତରଖାନା ଯାଇ ଯାଞ୍ଚ କରାଇନେବାକୁ ପରାମର୍ଶ ଦିଆଯାଇଛି। କନିକାଙ୍କ ବାପାଙ୍କ କହିବା ମୁତାବକ, ଲଣ୍ଡନରୁ ଫେରିବା ପରେ କନିକା ୩ଟି ପାର୍ଟିରେ ଯୋଗ ଦେଇଥିଲେ। ପାର୍ଟିରେ ‌ସେ ପ୍ରାୟ ୩୫୦-୪୦୦ଲୋଙ୍କ ସଂସ୍ପର୍ଶରେ ଆସିଥିଲେ। ଏବେ ଆମକୁ କରୋନାଭାଇରସ ଦ୍ୱାରା ସଂକ୍ରମିତ ହେବା ସନ୍ଦେହରେ କ୍ଵାରେଣ୍ଟାଇନରେ ରଖାଯାଇଛି।

Share Now:

Kalinga News Beuro

Leave a Reply

Next Post

କରୋନା କଟକଣା: କେବଳ ୬ଟି ରୁଟ୍‌ରେ ଗଡ଼ିବ ମୋ ବସ୍‌

Sun Mar 22 , 2020
ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଲକ୍‌ ଡାଉନ୍ ଘୋଷଣା କରିଥିବା ବେଳେ ଏହାକୁ ନଜରରେ ରଖି କ୍ରୁଟ୍‌ ପକ୍ଷରୁ ମୋ’ ବସ୍‌ ଚଳାଚଳ ଉପରେ ମାର୍ଚ୍ଚ ୨୩ରୁ ୨୯ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। କେବଳ ହସ୍ପିଟାଲ, ରେଳ ଷ୍ଟେସନ, ବିମାନବନ୍ଦର, ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରୁଟ୍‌ରେ ମୋ’ ବସ୍‌ ଚାଲିବ। ତାହା ପୁଣି ପ୍ରତି ଘଣ୍ଟାଏରେ ଗୋଟିଏ ବସ୍‌ ଚାଲିବ। କ୍ରୁଟ୍‌ ପକ୍ଷରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial