ମଶା କାମୁଡ଼ିବାରୁ ବ୍ୟକ୍ତିଙ୍କ ୩୦ଥର ହେଲା ଅସ୍ତ୍ରୋପଚାର

ମଶା କାମୁଡ଼ିବାରୁ ବ୍ୟକ୍ତିଙ୍କ ୩୦ଥର ହେଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଭାରତରେ ଏଯାବତ ଅନେକ ସହରରେ ଡେଙ୍ଗୁର ଭୟାବହ ଘଟଣା ସାମ୍ନାକୁ ଆସିଛି। ଡେଙ୍ଗୁ ଜ୍ୱରରେ ପୀଡିତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ମଶା କାମୁଡ଼ିବା ହେତୁ ଅନେକ ପ୍ରକାର ରୋଗର ଚିକିତ୍ସା କରାଯାଉଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ନିକଟରେ ଜର୍ମାନରୁ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣି ଲୋକଙ୍କ ମନରେ କୋକୁଆଭୟ ଖେଳି ଯାଇଛି। ମଶା କାମୁଡ଼ିବା ହେତୁ ଜଣେ ବ୍ୟକ୍ତିଙ୍କର ଥରେ କି ଦୁଇଥର ନୁହେଁ, ୩୦ଥର ଅସ୍ତ୍ରୋପଚାର ହୋଇଛି। ଏଭଳି ଘଟଣା ଜର୍ମାନର ଏକ ସହରରୁ ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତିଙ୍କ ଜଙ୍ଘକୁ ମଶା କାମୁଡ଼ି ଦେଇଥିଲା। ଏହାପରେ ତାଙ୍କୁ ଯେତେବେଳେ ଯନ୍ତ୍ରଣା ହୋଇଥିଲା ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। କିନ୍ତୁ ଧୀରେଧୀରେ ଯନ୍ତ୍ରଣା ଏତେ ବଢ଼ି ଯାଇଥିଲା କି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଏହି କାରଣରୁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ହୋଇଥିଲା। ଏମିତି କି ତାଙ୍କର ଲିଭର, କିଡନୀ, ହାର୍ଟ ଓ ଫୁସଫୁସ ଆଦି କାମ କରିବା ବନ୍ଦ କରି ଦେଇଥିଲା। ଏହାପରେ ଡାକ୍ତର ତାଙ୍କ ଜଙ୍ଘର ଅସ୍ତ୍ରୋପଚାର କରିଥିଲେ। ଡାକ୍ତର ଭାବିଥିଲେ ଏହି ଅସ୍ତ୍ରୋପଚାର ପରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଠିକ ହୋଇଯିବ। କିନ୍ତୁ ସ୍ୱାସ୍ଥ୍ୟରେ କୌଣସି ସୁଧାର ନଆସିବାରୁ ବ୍ୟକ୍ତିଙ୍କ ଥରେ କି ଦୁଇଥର ନୁହେଁ, ଛୋଟ ବଡ଼ ଏପରି ଭାବେ ୩୦ଟି ଅସ୍ତ୍ରୋପଚାର କରାଯାଇଥିଲା। ଏହି ବ୍ୟକ୍ତିଙ୍କୁ ଏସିୟନ ଟାଇଗର ପ୍ରଜାତିର ମଶା କାମୁଡ଼ି ଦେଇଥିଲା। ଏହା ବହୁତ ବିଷଧର ବୋଲି କୁହାଯାଉଛି। ତେବେ ୩୦ଟି ଅସ୍ତ୍ରୋପଚାର ପରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଅଛି।

Share Now:

Kalinga News Beuro

Next Post

ଫ୍ଲାଟ୍‌ ଦେବା ନାଁରେ ୧.୭୨ କୋଟି ଚଳୁ : ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ

Mon Nov 28 , 2022
ଭୁବନେଶ୍ୱର: ଫ୍ଲାଟ୍‌ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଫେରାର୍‌ ଥିବା ଜଣେ ବିଲ୍ଡରକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ଗିରଫ କରିଛି। ସେ ହେଲେ, ବାସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ମନୋଜ ପଟ୍ଟନାୟକ। ଉକ୍ତ ସଂସ୍ଥା ଏକ କୋଟି ୭୨ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଠକେଇରେ ସମ୍ପୃକ୍ତ ଥିବା ମନୋଜଙ୍କ ପତ୍ନୀ ସୁଚିତ୍ରା ବିଶୋଇ ଓ ଅନ୍ୟ କିଛି ସହଯୋଗୀ ଫେରାର […]
ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial