ଫ୍ଲାଟ୍‌ ଦେବା ନାଁରେ ୧.୭୨ କୋଟି ଚଳୁ : ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ

ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର: ଫ୍ଲାଟ୍‌ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଫେରାର୍‌ ଥିବା ଜଣେ ବିଲ୍ଡରକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ଗିରଫ କରିଛି। ସେ ହେଲେ, ବାସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ମନୋଜ ପଟ୍ଟନାୟକ। ଉକ୍ତ ସଂସ୍ଥା ଏକ କୋଟି ୭୨ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଠକେଇରେ ସମ୍ପୃକ୍ତ ଥିବା ମନୋଜଙ୍କ ପତ୍ନୀ ସୁଚିତ୍ରା ବିଶୋଇ ଓ ଅନ୍ୟ କିଛି ସହଯୋଗୀ ଫେରାର ଅଛନ୍ତି। ସୂଚନା ମୁତାବକ, ୨୦୧୬ ମସିହାରେ ମନୋଜଙ୍କ ସଂସ୍ଥା ଭୁବନେଶ୍ୱର ସିଜୁଆଠାରେ ବାସେରା ଫ୍ରେସ୍‌କୋ ନାମକ ଏକ ଆପାର୍ଟମେଣ୍ଟ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଲୋକଙ୍କୁ ସୁଲଭ ମୂଲ୍ୟରେ ଫ୍ଲାଟ୍‌ ଦେବାକୁ କହି ପ୍ରଲୋଭିତ କରିଥିଲା। ପଳାସୁଣୀସ୍ଥିତ ଅଫିସ୍‌ରେ ଏଥିପାଇଁ ବୁକିଂ ହୋଇଥିଲା। ‌ଜ୍ୟୋତି ଶଙ୍କର ପଣ୍ଡା, ତାଙ୍କ ଭାଇ ସୁବାସ ଶଙ୍କର ପଣ୍ଡା ଏବଂ ସେମାନଙ୍କ ଅନ୍ୟ ଜଣେ ବନ୍ଧୁ ୩ଟି ଫ୍ଲାଟ୍‌ ବୁକିଂ କରିଥିଲେ। ୨୦୧୭ ଜୁନ୍‌ରେ ମନୋଜଙ୍କ ସଂସ୍ଥା ଫ୍ଲାଟ୍‌ ହସ୍ତାନ୍ତର କରିବା କଥା। ମାତ୍ର ଦିନ ଗଡ଼ି ଚାଲିବା ସତ୍ତ୍ୱେ ଫ୍ଲାଟ ମିଳିଲା ନାହିଁ କି ଗ୍ରାହକମାନେ ଟଙ୍କା ଫେରସ୍ତ ମାଗିଲେ ବି ମିଳିଲା ନାହିଁ। ଏହି ତିନିଜଣଙ୍କ ବା‌ଦ୍‌ ଏମିତି ବହୁ ଗ୍ରାହକ ଫ୍ଲାଟ୍‌ କିଣିବା ପାଇଁ ଟଙ୍କା ଜମା କରିଥିଲେ ଓ ସଂସ୍ଥା ସେମାନଙ୍କୁ ଠକିଥିଲା। ପରେ ମନୋଜ ପଳାସୁଣି କାର୍ଯ୍ୟାଳୟକୁ ବନ୍ଦ କରି ସମସ୍ତ ସହଯୋଗୀଙ୍କ ସହ ଫେରାର୍‌ ହୋଇଯାଇଥିଲେ। ଏହାପରେ ଗ୍ରାହକମାନେ ଠକାମିର ଶିକାର ହୋଇଥିବା ଜାଣି ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ। ଗୋଟିଏ ପରେ ଗୋଟିଏ ଅଭିଯୋଗ ବଢ଼ି ଚାଲିଥିଲା। ଆଜି ମନୋଜଙ୍କୁ ଗିରଫ କରାଯାଇ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ‌ ମନୋଜ ଏବଂ ତାଙ୍କର ସହଯୋଗୀମାନେ ବାସେରା ବ୍ରିନ୍ଦାବନ, ବାସେରା ଇମ୍ପ୍ରେସନ୍‌ ପ୍ଲସ୍‌, ବାସେରା ହାର୍‌ମୋନି, ବାସେରା ଆଙ୍ଗନ୍‌ ଭଳି ଭିନ୍ନ ଭିନ୍ନ ଆପାର୍ଟମେଣ୍ଟ ପ୍ରୋଜେକ୍ଟ ନାଁରେ ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି।

Share Now:

Kalinga News Beuro

Next Post

ଅର୍ଚ୍ଚନା ମାମଲା : ‘ଇଡି’ର ଜେରାରେ ସଂପୂର୍ଣ୍ଣ ସହଯୋଗ କରିଛି- ଡ୍ରାଇଭର ଚନ୍ଦନ

Mon Nov 28 , 2022
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଡ୍ରାଇଭର ଚନ୍ଦନ ଦ୍ଵିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଇଡି କାର୍ଯ୍ୟାଳୟରେ ଜେରାରୁ ବାହାରିବା ପରେ ସୋମବାର ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇଡିର ଜେରାରେ ସେ ସଂପୂର୍ଣ୍ଣ ସହଯୋଗ କରିଛନ୍ତି। ଚନ୍ଦନଙ୍କ ଓକିଲ ପ୍ରତିକ୍ରିୟାରେ କହିଛନ୍ତି ଆଜି ବ୍ୟାଙ୍କ ଟ୍ରାଞ୍ଜାସନ ଉପରେ ଇଡି ମାଗିଥିବା ତଥ୍ୟ ଇଡିକୁ ଦିଆଯାଇଛି। […]
ଅର୍ଚ୍ଚନା ମାମଲାରେ ଡ୍ରାଇଭର ଚନ୍ଦନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial