କ୍ରିପ୍ଟୋ ପୁଞ୍ଜି ନିବେଶରେ ଠକେଇ ମାମଲା : ଆଉ ତିନିଜଣଙ୍କ ନାଁରେ ଲୁକ ଆଉଟ ସର୍କୁଲାର୍ ଜାରି

କ୍ରିପ୍ଟୋ ପୁଞ୍ଜି ନିବେଶରେ ଠକେଇ ମାମଲା

ଭୁବନେଶ୍ୱର: କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ଵ ଠକେଇ ମାମଲାରେ ଆଉ ତିନିଜଣଙ୍କ ନାଁରେ ଲୁକ ଆଉଟ ସର୍କୁଲାର୍ ଜାରି କରିଛି ବ୍ୟୁରୋ ଅଫ ଇମିଗ୍ରେସନ। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ପୂର୍ବରୁ ଲୁକ ଆଉଟ ସର୍କୁଲାର୍ ଜାରି କରିବାକୁ ଅନୁରୋଧ କରିଥିଲା। ଏହି ତିନି ବ୍ୟକ୍ତି ହେଲେ କ୍ରିଷ୍ଣା କୁମାର, ଅନୀଲ କୁମାର ଓ ଭୁରା ରାମ। ଏମାନେ ସମସ୍ତେ ରାକେଟର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁର ଘନିଷ୍ଠ ସହଯୋଗୀ। ସୂଚନାଯୋଗ୍ୟ ଯେ ଦେଶରୁ ପ୍ରାୟ ହଜାରେ କୋଟି ଟଙ୍କା ଠକେଇ କରିଥିବା ଏହି ରାକେଟର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁକୁ ଅର୍ଥାତ ସୋମବାର ଦିନ ଇଓଡବ୍ଲୁ ଟିମ୍ ରାଜସ୍ଥାନର ଗଙ୍ଗାନଗରରୁ ଗିରଫ କରିଥିବାବେଳେ ପୂର୍ବରୁ ସଂସ୍ଥାର ଓଡ଼ିଶା ମୁଖ୍ୟ ଭଦ୍ରକର ନିରୋଦ ଦାସକୁ ଗିରଫ କରାଯାଇଥିଲା। ସୋସିଆଲ ମିଡିଆ ମୁଖ୍ୟ ରତ୍ନାକର ପଲେଇକୁ ବି ଗିରଫ କରାଯାଇଥିଲା। ତେବେ ସଂସ୍ଥାର ମୁଖ୍ୟ ହଙ୍ଗେରିର ଡେଭିଡ୍ ଗେଜ୍ ଏବେ ବି ଇଓଡବ୍ଲୁ ଠାରୁ ଅପହଞ୍ଚ ହୋଇ ରହିଛି। କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ଵ ଠକେଇ ମାମଲାରେ ସଂସ୍ଥାର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ ଗେଜଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ। ତାଙ୍କ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି ହୋଇଛି। ଡେଭିଡ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି କରିଛି ବ୍ୟୁରୋ ଅଫ ଇମିଗ୍ରେସନ।
ଏସଟିଏ ଟୋକେନ୍ ସଂସ୍ଥା କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ଲୋକଙ୍କୁ ଠକୁଥିଲା ବୋଲି ଜଣାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସଂସ୍ଥା ମୁଖ୍ୟତଃ ୟୁରୋପର ଆଇସ୍ଲ୍ୟାଣ୍ଡରୁ ପରିଚାଳତ ହେଉଥିଲା, ଏହାର ମୁଖ୍ୟ ଡେଭିଡ୍ ଗେଜ୍ ବିଭିନ୍ନ ସମୟରେ ଭାରତକୁ ଆସି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ବୁଲି ରାତାରାତି ଧନୀ ହେବାର ସ୍ଵପ୍ନ ଦେଖାଇ ଲୋକଙ୍କୁ ସଦସ୍ୟ ହେବାକୁ ପ୍ରବର୍ତ୍ତାଉଥିଲେ। ତେଣୁ ମାମଲାର ବିଦେଶ ଲିଙ୍କ୍ ନେଇ ମଧ୍ୟ ତଦନ୍ତ ହେଉଛି। କେଉଁମାନେ ବିଦେଶରୁ ଆସିଥିଲେ, କେଉଁମାନଙ୍କୁ ସଂସ୍ଥା ବିଦେଶ ପଠାଇଛି, ସେମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି, ଅଭିଯୁକ୍ତ ଦୁଇଜଣ କେତେଥର ବିଦେଶ ଯାଇଥିଲେ ଓ କେଉଁ କେଉଁ ସ୍ଥାନକୁ; ଏହାର ମଧ୍ୟ ଖୋଳତାଡ଼ ହେଉଛି। ଉଭୟଙ୍କ ପାସ୍ପୋର୍ଟ ଯାଞ୍ଚ କରାଯାଇଛି। ଏହାସହିତ ଆର୍ଥିକ କାରବାର ତଥ୍ୟ ପାଇଁ ସଂପୃକ୍ତ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖାଯାଇଛି। ଯେହେତୁ ନିରୋଦର ବ୍ୟାଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କାର ବେଆଇନ୍ ଅର୍ଥ କାରବାର ହୋଇଥିବା ଜଣାପଡ଼ିଛି ଏବଂ ଗୋଟିଏ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଟଙ୍କା ଜମା କରାଯାଉଥିବା ଜଣାପଡ଼ିଛି, ତେଣୁ ଅନ୍ୟମାନଙ୍କ ଆକାଉଣ୍ଟରେ ମଧ୍ୟ ଆହୁରି ଢ଼େର୍ ଅର୍ଥ କାରବାର ହୋଇଥିବ ବୋଲି ଅନୁମାନ କରା ଯାଉଛି। କେଉଁ କେଉଁ ଆକାଉଣ୍ଟରୁ ଏମାନଙ୍କ ପାଖକୁ କେତେ ଟଙ୍କା ଆସିଛି, ଏମାନେ କେଉଁ କେଉଁ ଆକାଉଣ୍ଟକୁ ବା କାହାକୁ କେତେ ଟଙ୍କା ପଠାଇଛନ୍ତି, ଏସବୁ ତଥ୍ୟ ହାତେଇବାକୁ ଇଓଡବ୍ଲୁ ଉଦ୍ୟମ ଚଳାଇଛି। ସେହିପରି ଅଭିଯୁକ୍ତ ଦୁହେଁ ବ୍ୟବହାର କରୁଥିବା ଫେସ୍ବୁକ୍ ଆକାଉଣ୍ଟ ଠାରୁ ଆରମ୍ଭ କରି ହ୍ବାଟସ୍ଆପ୍, ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆ ଯୋଗେ କେଉଁ କେଉଁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ, ଏହା ମଧ୍ୟ ଯାଞ୍ଚ କରାଯାଉଛି। ଏଥିପାଇଁ ଏହି ସୋସିଆଲ୍ ମିଡିଆ ସଂସ୍ଥାଗୁଡ଼ିକୁ ଚିଠି କରାଯାଇଛି। ସମସ୍ତ ତଥ୍ୟ ମିଳିବାପରେ ଏହି ଠକେଇ ରାକେଟର ଅନେକ ଗୁମର ଖୋଲିବ ବୋଲି ଆଶା କରାଯାଉଛି।

Share Now:

Kalinga News Beuro

Next Post

ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ : ଅନ୍ୟୂନ ୫ ମୃତ, ଅନେକ ଆହତ

Sun Aug 27 , 2023
କୋଲ୍‌କାତା: ଆଜି ସକାଳେ ପଶ୍ଚିମବଙ୍ଗର ଜଗନ୍ନାଥପୁରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆହୁରି କେତେ ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଘଟଣାଟି ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ଦତ୍ତପୁକୁର ଥାନା ଅଞ୍ଚଳରେ ଘଟିଥିବା ଏହି ବିସ୍ଫୋରଣ ପରେ ବାଣ କାରଖାନା ଭିତରେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ପୁଲିସ କହିଛି, ଦତ୍ତପୁକୁର ଥାନା […]
ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial