ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିବା ଜଣାଯାଇଛି। ତାଙ୍କର ସ୍ୱାବ୍‌ ନମୁନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡସ୍‌ଚାର୍ଜ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କ୍ୟାପିଟାଲ୍ ହସ୍ପିଟାଲର ମେଡିକାଲ୍ ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇଛି ବିଭାଗ।
ସୂଚନାଯୋଗ୍ୟ, ଗତକାଲି ଦ୍ଵିତୀୟ ଆକ୍ରାନ୍ତ ଏମସରୁ ଡିସ୍‌ଚାର୍ଜ ହୋଇଥିଲେ। ଏବେ ରାଜ୍ୟରେ ୩ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ପ୍ରଥମ ଆକ୍ରାନ୍ତ ଜଣକ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଏହାପରେ ଟ୍ରେନ୍‌ରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ। ତାଙ୍କର ଥଣ୍ଡା, ଜ୍ୱର ହେବାରୁ ଏକ ଘରୋଇ କ୍ଲିନିକ୍‌ରେ ଚିକିତ୍ସା କରାଇଥିଲେ। ମାତ୍ର ଦେହ ଭଲ ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ହସ୍ପିଟାଲରେ ତାଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଥିଲା। ମାର୍ଚ୍ଚ ୧୬ ତାରିଖରେ ତାଙ୍କ ସ୍ୱାବ୍‌ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଯୁବକଜଣକ ଟ୍ରେନ୍‌ରେ ୭୬ଜଣ ଲୋକ ଓ ବାହାରେ ୫୩ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଥିଲା । କରୋନା ପଜିଟିଭ୍ ଚିହ୍ନଟ ହେବା ସଂପୃକ୍ତ ଯୁବକଙ୍କ ପିତା ଓ ତାଙ୍କ ଘରୋଇ ସହାୟକଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ୍‌ ୱାର୍ଡରେ ଭର୍ତି କରାଯାଇଥିଲା। ସେମାନେ କରୋନା ଆକ୍ରାନ୍ତ ହୋଇ ନ ଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା।

Share Now:

Kalinga News Beuro

Leave a Reply

Next Post

ବିଏମ୍‌ସି ରକ୍ତଭଣ୍ଡାରରେ ରକ୍ତ ଅଭାବ: କରୋନା ପାଇଁ ଆସୁନାହାନ୍ତି ରକ୍ତଦାତା

Fri Apr 3 , 2020
ସହଜରେ ଦେଇ ହେବ ରକ୍ତ: ଡାକ୍ତର ଗଣେଶ ପ୍ରସାଦ ଦାଶ ପୁରୁଣା ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରକ୍ତଭଣ୍ଡାର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି। ଅବସ୍ଥା ଏପରି ହୋଇଛି ଯେ ଏବେ ରକ୍ତଭଣ୍ଡାର ଗୁଡ଼ିକରେ ହାତଗଣତି କେତୋଟି ୟୁନିଟ୍‌ ରକ୍ତ ମହଜୁଦ୍‌ ରହିଛି। ବିଏମ୍‌ସି ହସ୍ପିଟାଲର ରକ୍ତଭଣ୍ଡାର ମଧ୍ୟ ଏହି ସଂକଟରୁ ବାଦ୍‌ ପଡ଼ିନି। ବର୍ତ୍ତମାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial