ଆସନ୍ତାକାଲିଠାରୁ ଉପଲବ୍ଧ ହେବ ଟେଲିମେଡିସିନ୍ ହେଲ୍ପଲାଇନ୍:୧୪୪୧୦କୁ ଫୋନ୍ କରି ଚିକିତ୍ସା ପରାମର୍ଶ ପାଇପାରିବେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆସନ୍ତାକାଲି (ବୁଧବାର) ଠାରୁ ଟେଲିମେଡିସିନ୍ ହେଲ୍ପଲାଇନ ନମ୍ବରକୁ କାର୍ଯ୍ୟକାରୀ କରିବେ। ଲୋକେ ଘରେ ଥାଇ ହେଲ୍ପଲାଇନ ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ। ଏଥି ସହିତ ରୋଗୀଙ୍କୁ ଏହି ହେଲ୍ପଲାଇନ ମାଧ୍ୟମରେ ଡାକ୍ତରୀ ପରାମର୍ଶ ମଧ୍ୟ ମିଳିପାରିବ। ଏହି ହେଲ୍ପଲାଇନ ନମ୍ବର ୧୦୪ ଭଳି କାମ କରିବ ବୋଲି କହିଛନ୍ତି ସଚିବ ଡ. କ୍ରିଷ୍ଣ କୁମାର। କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଡ. କ୍ରିଷ୍ଣ କୁମାର କହିଛନ୍ତି, ରାଜ୍ୟ ସରକାର ଟେଲିମେଡିସିନ ହେଲ୍ପଲାଇନ ନମ୍ବର-୧୪୪୧୦ ଖୁବ ଶୀଘ୍ର ଜାରି ହେବାକୁ କରବାକୁ ଯାଉଛନ୍ତି। ଟେଲିମେଡିସିନ ହେଲ୍ପଲାଇନରେ ଆଇଭିଆରଏସ ସିଷ୍ଟମ ବ୍ୟବସ୍ଥା ଅଛି। ଏହାରି ମାଧ୍ୟମରେ ଟେଲିମେଡିସିନ ପାଇଁ ନିଯୁକ୍ତ ହୋଇଥିବା ୩୦୦ ଡାକ୍ତର ଯୋଡ଼ି ହୋଇଯିବେ। ଲୋକେ ଏହି ଟେଲିମେଡିସିନ ହେଲ୍ପଲାଇନକୁ ଫୋନ କରି ଉପକୃତ ହେବେ। ରାଜ୍ୟ ସରକାର କହିଛନ୍ତି ୧୦୪ ହେଲ୍ପଲାଇନ ନମ୍ବର ଅଧିକ ସକ୍ରିୟ ହେବ। ଏଥି ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ୧୦୪ ନମ୍ବରରେ ବର୍ତ୍ତମାନ ଦୈନିକ ୧୨ ହଜାରରୁ ୧୪ ହଜାର କଲ ଆସୁଛି। ରାଜ୍ୟ ସରକାର ରାଜ୍ୟର କିଛି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଜୋନ ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ ରହିବ। ଲୋକେ ଘର ଭିତରୁ ବାହାରିପାରିବେ ନାହିଁ। ବ୍ୟକ୍ତିଗତ ସୁଖ ସୁବିଧା ନେଇପାରିବେ ନାହିଁ। ଜୀବନ ବଞ୍ଚାଇବା ପାଇଁ ବ୍ୟକ୍ତିଗତ ସୁବିଧା ତ୍ୟାଗ କରିବାକୁ ପଡ଼ିବ ବୋଲି କୋଭିଡ-୧୯ ମୁଖ୍ୟ ଶ୍ରୀ ବାଗଚୀ କହିଛନ୍ତି। ଶ୍ରୀ ବାଗଚୀ କହିଛନ୍ତି, ଗତ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଥିଲେ ଯେ, ରାଜ୍ୟରେ ଥିବା ନିଜାମୁଦ୍ଦିନ ଫେରନ୍ତା ଲୋକେ ବିନା ଭୟ ଓ ଲଜ୍ଜାରେ କରୋନା ଲକ୍ଷଣ ଦେଖାଗଲେ କୁହନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ଲୋକେ ମାନିଛନ୍ତି। ୪୨ ଜଣ ଆଗେଇ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯଦି ଏବେ ବି କେହି ଲୁଚିଛନ୍ତି, ସେମାନେ ଆଗେଇ ଆସନ୍ତୁ। ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୩ ଲକ୍ଷ ୪୯ ହଜାର ୮୮୯ ଆକ୍ରାନ୍ତ ହୋଇଥିବା ବେଳେ ୭୪ ହଜାର ୮୨ ଜଣଙ୍କ ମୃତ୍ୟୁ ହୋଇଛି। ଭାରତ ସରକାରଙ୍କ ସୂଚନା ଦେଶରେ ୪ ହଜାର ୪୨୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୧୪। ଓଡ଼ିଶାରେ ମୋଟ ୨୨୧୨ ନମୁନା ପରୀକ୍ଷା ହୋଇଛି। ଏଥିରୁ ୪୨ଟି ପଜିଟିଭ। ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୯ ଜଣ। ସେହିପରି ବିଭିନ୍ନ ହସ୍ପିଟାଲର କ୍ୱାରେଣ୍ଟାଇନରେ ୮୬ ଜଣଙ୍କ ଚିକିତ୍ସା ଜାରି ରହିଛି।

Share Now:

Kalinga News Beuro

Leave a Reply

Next Post

ସିଲ୍ ହେଲା ଭୁବନେଶ୍ୱରସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟ

Tue Apr 7 , 2020
ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ଜଣାଯାଇଛି। ଏହାର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣଭାବେ ୧୪ ଦିନ ପାଇଁ ସିଲ୍ କରି ଦିଆଯାଇଛି। ଏହାକୁ ୬ ତାରିଖରୁ ୨୦ ତାରିଖ ଯାଏଁ ସିଲ୍ କରାଯାଇଛି। ସଂକ୍ରମଣ ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial