ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର: ମିଳିଲା ଜାମିନ

ଯୋଧପୁର: ସଲମାନ୍‌ ଖାଁ’ଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଶେଷରେ ମିଳିଲା ଜାମିନ।
ଆଜି ପୂର୍ବାହ୍ନ ୧୧ଟା ପରେ ଯୋଧପୁର ସେସନ୍ସ କୋର୍ଟରେ ଅଭିନେତା ସଲମାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ଆରମ୍ଭ ହୋଇଥିଲା। ଅଦାଲତର କେସ୍‌ ତାଲିକାର ୧୫ ନମ୍ବରରେ ଥିଲା ସଲମାନ୍‌ଙ୍କର ଆବେଦନ ମାମଲା। ପ୍ରଥମେ ସଲମାନ୍‌ଙ୍କ ଭଉଣୀ ଓ ଅଙ୍ଗରକ୍ଷୀ ଅଦାଲତରେ ପହଞ୍ଚିଥିଲେ। ବିଚାରପତି ଦେବ କୁମାର ଖାତ୍ରୀଙ୍କୁ ପଦନ୍ନୋତି ଦିଆଯାଇ ବଦଳି କରାଯାଇଥିବାରୁ ନୂତନ ବିଚାରପତି ରବୀନ୍ଦର୍‌ କୁମାର ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ କେସ୍‌ ଡାଏରି ଦାଖଲ କରାଯାଇ ନ ଥିବାରୁ ନିଷ୍ପତ୍ତି ଶୁଣାଇବାକୁ ବିଚାରପତି ମନା କରି ଦେବା ପରେ ପୁନଶ୍ଚ କେସ୍‌ ଡାଏରି ଦାଖଲ କରାଯାଇଥିଲା। ପରେ ପରେ ସଲମାନଙ୍କ ଜାମିନ୍‌ ଆବେଦନ ଉପରେ ଯୁକ୍ତିତର୍କ ଉପସ୍ଥାପନ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ପହଞ୍ଚାଯାଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ବିଚାରପତି ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଖରା ଦିନେ ଥଣ୍ଡା ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସତର୍କ

Sat Apr 7 , 2018
ସାଧାରଣତଃ ଆମେ ଖରା ଦିନେ ଥଣ୍ଡା ପାଣି ପିଇବାକୁ ଭଲ ପାଉ। କେହି ଫ୍ରିଜ୍‌ ପାଣି ପିଏ ତ ଆଉ କିଏ ମାଟି ହାଣ୍ଡିର ପାଣି ପିଇଥାଏ। ହେଲେ ଖରାରୁ ଆସିଲା ମାତ୍ରେ ତୁରନ୍ତ ଫ୍ରିଜ୍‌ରେ ଥିବା ଥଣ୍ଡା ପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ। ଏପରି ଅଭ୍ୟାସ ଯଦି ଅଛି ତେବେ ରୋଗ ଆପଣଙ୍କୁ ଗ୍ରାସ କରିପାରେ। ଏହି ଅଭ୍ୟାସରୁ ଦୂରେଇ ରହିବାକୁ ଆୟୁର୍ବେଦରେ ମଧ୍ୟ କୁହାଯାଇଛି। ‘ଦ କମ୍ପଲିଟ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial