ବଜ୍ରାଘାତରେ ଛେଳିଚରାଳିଙ୍କ ମୃତ୍ୟୁ

ବିନା ବର୍ଷାରେ ବଜ୍ରାଘାତ

ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତ ନଖରା ଗାଁରେ ରବିବାର ବିନା ବର୍ଷାରେ ହୋଇଥିବା ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସ୍ଵର୍ଗତ ଉପେନ୍ଦ୍ର ପାଳଙ୍କ ପୁଅ ସୁଦର୍ଶନ (୪୫)। ସୂଚନା ମୁତାବକ ସୁଦର୍ଶନ ଅପରାହ୍ନରେ ନିଜ ଗ୍ରାମ ପୋଖରୀ ନିକଟକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ବିନା ବର୍ଷାରେ ବଜ୍ରାଘାତ ହେବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ। ହେଲେ ନିଛାଟିଆ ସ୍ଥାନ ହୋଇଥିବାରୁ ତାଙ୍କୁ କେହି ଦେଖିପାରିନଥିଲେ କି ଏବିଷୟରେ କେହି ଜାଣିପାରିନଥିଲେ। ସନ୍ଧ୍ୟା ହେବାରୁ ଛେଳି ସବୁ ଆସି ଘରେ ପହଞ୍ଚି ଯାଇଥିବାବେଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସୁଦର୍ଶନ ଆସିନଥିଲେ। ଘରଲୋକ ବ୍ୟସ୍ତ ବିବ୍ରତ ହୋଇ ଏଣେତେଣେ ଖୋଜାଖୋଜି କରି ଶେଷରେ ସୁଦର୍ଶନଙ୍କୁ ପୋଖରୀ ପାଖରେ ପଡିଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ଅଣାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୈଶିଙ୍ଗା ପୁଲିସ ଖବର ପାଇ ୩୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁପୂର୍ବକ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ଓ ସୋମବାର ଶବବ୍ୟବଚ୍ଛେଦ କରିବା ପାଇଁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇବ।

Share Now:

Kalinga News Beuro

Next Post

ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

Sun Sep 24 , 2023
ଇନ୍ଦୋର: ଭାରତୀୟ ଯୁବ ବ୍ୟାଟରମାନେ ଅଷ୍ଟ୍ରେଲିଆ ବିପକ୍ଷରେ ରବିବାର ବିସ୍ପୋରକ ବ୍ୟାଟିଂ କରିଛନ୍ତି। ଉଦୀୟମାନ ବ୍ୟାଟର ଶୁବମନ୍‌ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ କଙ୍ଗାରୁ ଦଳର ବୋଲରଙ୍କୁ ନିରାଶ କରିଛନ୍ତି। ଶ୍ରେୟସ ଓ ଶୁବମନ ଗିଲ ଶତକ ହାସଲ କରିବା ସହିତ ୨୦୦ ରନ୍‌ର ଭାଗିଦାରୀ ହୋଇ ପାରିଛନ୍ତି। ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ରନ ସଂଗ୍ରହ କରିଛନ୍ତି। […]
ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial