ପ୍ରଫେସର ରଞ୍ଜନ ବଳ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ କୁଳପତି

ପ୍ରଫେସର ରଞ୍ଜନ ବଳ ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ଓ ବ୍ୟବସାୟ ପରିଚାଳନା ବିଭାଗ ପୂର୍ବତନ ଡିନ୍‌ ରଞ୍ଜନ କୁମା‌ର ବଳ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ବଳ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଡିନ୍‌, ପିଜି କାଉନ୍‌ସିଲ ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ ଓ ସିଣ୍ଡିକେଟ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି।
ସେ ବିଜିନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ପିଏଚ୍‌ଡି କରିବା ସହ ଆଇଆଇଏମ୍‌ ଅହମ୍ମଦାବାଦ୍‌ରୁ ଅଧ୍ୟାପନା ବିକାଶ ବିଷୟରେ ଯୋଗ୍ୟତା ହାସଲ କରିଛନ୍ତି। ତାଙ୍କ ଅଧୀନରେ ୩୨ ଜଣ ଛାତ୍ରଛାତ୍ରୀ ଗବେଷଣା କରି ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି। ସେହିଭଳି ସେ ୭ଟି ପୁସ୍ତକ ଓ ୮୪ଟି ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶ କରିଛନ୍ତି। ପ୍ରଫେସର ବଳ ଉକ୍ତ ବିଶ୍ୱବିଦ୍ୟାଳୟର କୁଳପତି ହେବା ପରେ ତାଙ୍କୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ୍‌ ପଟ୍ଟନାୟକ ସମ୍ବର୍ଦ୍ଧନା ଜଣାଇଛନ୍ତି।

Share Now:

Kalinga News Beuro

Next Post

ବଦଳିବ ଲକ୍ଷ୍ନୌର ନାମ : ହେବ ‘ଲକ୍ଷ୍ମଣ ନଗରୀ’

Wed Feb 8 , 2023
ଲକ୍ଷ୍ନୌ: ବଦଳିବ ଲକ୍ଷ୍ନୌର ନାଁ। ଆଗକୁ ଲକ୍ଷ୍ନୌର ନାଁ ଲକ୍ଷ୍ମଣ ନଗରୀ ହେବ ବୋଲି ଚର୍ଚ୍ଚା ହେଉଛି। ନାଁ ବଦଳାଇବା ପାଇଁ ଦାବି କରାଯିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଲକ୍ଷ୍ନୌର ନାଁ ବଦଳାଇବା ଦାବି ଉପରେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଲକ୍ଷ୍ନୌର ନାଁ ଲକ୍ଷ୍ମଣ ନଗରୀ ହେବ ବୋଲି ଲୋକେ କହିବା ଆରମ୍ଭ କହିଛନ୍ତି।ଲକ୍ଷ୍ନୌର ନାଁ ବଦଳାଇବା ଦାବି ସମ୍ପର୍କରେ […]
‘ଲକ୍ଷ୍ମଣ ନଗରୀ’ ହେବ ଲକ୍ଷ୍ନୌ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial