ସାବିତ୍ରୀରେ ଧୋକା ଦେଲେ ସତ୍ୟବାନ

ବନ୍ଧା ହେଲା ବିବାହିତ ଯୁବକ

ଭୁବନେଶ୍ୱର: ସାବିତ୍ରୀରେ ଧୋକା ଦେଇଦେଲେ ସତ୍ୟବାନ। ସ୍ତ୍ରୀଙ୍କୁ ଛାଡ଼ି ଆଉ ଜଣେ ଯୁବତୀଙ୍କୁ ଦେଇଥିଲେ ମନ। ସାବିତ୍ରୀର ଦିନକ ପୂର୍ବରୁ ପର କରି ଚାଲି ଯିବାର ଉଦ୍ୟମ କରିଥିଲା ସତ୍ୟବାନ। ଏପରିକି ସେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେବା ଲାଗି ନିର୍ବନ୍ଧ କରିବାକୁ ପ୍ରସ୍ତୁତ ହେଉଥିଲା।
ଅଭିଯୁକ୍ତ ଯୁବକ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରିଥିବା ଜାଣିପାରି ସ୍ତ୍ରୀ ଏନେଇ ପୁଲିସକୁ ସୂଚିତ କରିବା ପରେ ନିର୍ବନ୍ଧ ବେଳେ ପହଞ୍ଚିଗଲା ଭରତପୁର ଥାନା ପୁଲିସ। ସେଠାରୁ ଏହି ଘଟଣାରେ ବିଭୁ ନାୟକକୁ ଗିରଫ କରିଛି ପୁଲିସ। ସୂଚନା ଅନୁଯାୟୀ ପ୍ରାୟ ୩ ବର୍ଷ ତଳେ ମନ୍ଦିରରେ ପ୍ରେମ ବିବାହ କରିଥିଲେ ବିଭୁ ନାୟକ। ସେ ସ୍ତ୍ରୀଙ୍କ ସହ ପଣ୍ଡାକୁଦିଆ ବସ୍ତିରେ ରହୁଥିଲା।

Share Now:

Kalinga News Beuro

Next Post

ସମ୍ବାଦ ଭବନରେ ‘ବେଦ ସନ୍ଦେଶ’ ଉନ୍ମୋଚିତ

Fri May 19 , 2023
ପ୍ରାଚୀନ ଶାସ୍ତ୍ରକୁ ସରଳ ଓଡ଼ିଆରେ ଉପସ୍ଥାପିତ କରୁଥିବା ଲେଖକମାନେ ନମସ୍ୟ: ସୌମ୍ୟରଂଜନ ପଟ୍ଟନାୟକ ଭୁବନେଶ୍ୱର: ସଂସ୍କୃତ ସାଧାରଣ ଲୋକଙ୍କ ଭାଷା ହୋଇନଥିବାରୁ ଆମେ ଶହଶହ ବର୍ଷ ଧରି ଆମ ଭାରତୀୟ ମୂଲ୍ୟବାନ ଶାସ୍ତ୍ରଗୁଡ଼ିକର ପ୍ରକୃତ ତତ୍ତ୍ୱଠାରୁ ଦୂରେଇ ଯାଇଛୁ। କାରଣ ପ୍ରାଚୀନ ଶାସ୍ତ୍ରଗୁଡ଼ିକ ସଂସ୍କୃତ ଭାଷାରେ ହିଁ ରଚିତ। ଯଦି ସଂସ୍କୃତ ଆଜି ସାଧାରଣ ଲୋକର ଭାଷା ହୋଇ ରହିଥା’ନ୍ତା, ଭାରତବର୍ଷ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ହୁଏତ ନ […]
‘ବେଦ ସନ୍ଦେଶ’ ଉନ୍ମୋଚିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial