ମୁମ୍ବାଇ ଡ୍ରଗ୍ସ ମାମଲା : ମାଦକ ଦ୍ରବ୍ୟ ଯୋଗାଣକାରୀଙ୍କୁ ହାଜତକୁ ନେଲା ‘ଏନ୍‌ସିବି’

ଆର୍ୟ୍ୟାନ୍‌ ଖାନ୍‌ ଗିରଫ

ମୁମ୍ବାଇ: ଗତ ବିଳମ୍ବିତ ରାତ୍ରୀରେ ବାନ୍ଦ୍ରା, ଅନ୍ଧେରୀ ଏବଂ ଲୋଖଣ୍ଡଓ୍ଵାଲା ଅଞ୍ଚଳରେ କ୍ରମାଗତ ଚଢ଼ାଉ ପରେ ‘ନାକ୍ରୋଟିକସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ (ଏନ୍‌ସିବି) ଜଣେ ମାଦକ ଦ୍ରବ୍ୟ ଯୋଗାଣକାରୀଙ୍କୁ ହାଜତ ନେଇଛି। ଗତକାଲି ‘ଏନ୍‌ସିବି’ ମୁମ୍ବାଇ କ୍ରୁଜ୍‌ ପାର୍ଟିରେ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮ଜଣଙ୍କୁ ଗିରଫ କରିଥିଲା। ଆର୍ୟ୍ୟାନ୍‌ ଖାନ୍‌, ଅର୍ବାଜ୍‌ ସେଠ୍‌ ମର୍ଚାଣ୍ଟ୍‌ ଏବଂ ମୁନ୍‌ମୁନ୍‌ ଧମେଚାଙ୍କୁ ଏସ୍‌ପ୍ଲାଣ୍ଡେ୍‌ କୋର୍ଟ ଆଜି ପର୍ଯ୍ୟନ୍ତ ‘ଏନ୍‌ସିବି’ ହାଜତକୁ ରିମାଣ୍ଡ୍‌ରେ ପଠାଇଛନ୍ତି। ଆଜି ଅପରାହ୍ନରେ ସେମାନଙ୍କର ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟ ଅଭିଯୁକ୍ତମାନେ ହେଲେ, ନୁପୂର ସତୀଜା, ଇଶ୍‌ମିତ୍‌ ସିଂହ ଚଢ଼ା, ମୋହକ ଜୟସ୍ୱାଲ୍‌, ଗୋମିତ ଚୋପ୍ରା ଓ ବିକ୍ରାନ୍ତ ଛୋକର୍‌ଙ୍କୁ ଗିରଫ କରାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଆଜି ସେମାନଙ୍କୁ ଅଦାଲତରେ ହାଜର କରାଯିବ। ଶନିବାର ସନ୍ଧ୍ୟାରେ ଗୋଆ ଅଭିମୁଖେ ଯାଉଥିବା ଗୋଟାଏ ‘କ୍ରୁଜ୍‌ ଜାହାଜ’ରେ ‘ଡ୍ରଗ୍‌ ପାର୍ଟି’ର ଆୟୋଜନ କରାଯାଇଥିବା ସମ୍ପର୍କରେ ଆଗୁଆ ସୂଚନା ପାଇବା ପରେ ‘ଏନ୍‌ସିବି’ ଟିମ୍‌ ଯାତ୍ରୀ ସାଜି ସେଥିରେ ଚଢ଼ିଥିଲେ। ଜାହାଜରେ ପାର୍ଟି ଆରମ୍ଭ ହେବା ପରେ ‘ଏନ୍‌ସିବି’ ଟିମ୍‌ ଚଢ଼ାଉ ଆରମ୍ଭ କରି ୮ଜଣଙ୍କୁ ଅଟକ ରଖିବା ସହ କିଛି ମାଦକ ଦ୍ରବ୍ୟ ଜବତ କିରଥିଲା।

Share Now:

Kalinga News Beuro

Next Post

କଟକବାସୀଙ୍କ ଜାଇକା ଦୁଃଖ : ୪ ବର୍ଷ ହେଲା ଶେଷ ହୋଇପାରୁନି ୧ କିଲୋମିଟର ରାସ୍ତା

Mon Oct 4 , 2021
କଟକ: ୪ ବର୍ଷ ହେଲାଣି ସାହିରେ ଚାଲିଛି ଜାଇକା କାମ। ପ୍ରତିବର୍ଷ ଏକାଧିକଥର ରାସ୍ତାକୁ ଖୋଳାଯାଇ କାମ ହେଉଛି। ମାତ୍ର କାମ ପରେ ରାସ୍ତା ମରାମତି ହେଉ ନାହିଁ କି ଜାଇକା ପ୍ରକଳ୍ପ କାମ ଅଞ୍ଚଳରୁ ଶେଷ ହେଉ ନାହିଁ। ୧ କିଲୋମିଟର ରାସ୍ତାରେ ଚ୍ୟାମ୍ବର ଓ ପାଇପ ବିଛା କାମ ‌ଶେଷ କରିବାକୁ ଜାଇକା କର୍ତ୍ତୃପକ୍ଷ ଦୀର୍ଘ ୪ବର୍ଷରୁ ଅଧିକ ସମୟ ନେଇ ସାରିଲେଣି। କାମ ‌ଶେଷ ହେଉ […]
ଜାଇକା ଦୁଃଖ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial