ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ପ୍ରଦୀପଙ୍କ ସହ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ୧୫ଟି ଟିମ ଚଢ଼ାଉ କରୁଛି। ଆଜି ସକାଳ ୬ଟାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ଜଣେ ଏସପି, ୨ ଜଣ ଅତିରିକ୍ତ ଏସପି ଓ ୧୭ ଜଣ ଡିଏସପି ଏହି ଚଢ଼ାଉ କରୁଛନ୍ତି। ପ୍ରଦୀପଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଲୋକାୟୁକ୍ତଙ୍କ ନିକଟରେ ସରକାରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତଦନ୍ତ କରୁଛି। ପ୍ରଦୀପ ପାଣିଗ୍ରାହୀ ୨୦୦୯ ରୁ ୨୦୨୦ ଭିତରେ ୫.୫ କୋଟି ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଥିଲା। ୨୦୨୦ ଡିସେମ୍ବର ୯ ତାରିଖରେ ରୁଜୁ ହୋଇଥିଲା ଅଭିଯୋଗ। ୨୦୨୦ ଡିସେମ୍ବର ୧୧ ତାରିଖରେ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ୨୦୦୯ ମେ ୨୪ରୁ ୨୦୨୦ ନଭେମ୍ବର ୩୦ ତାରିଖ ମଧ୍ୟରେ ପ୍ରଦୀପଙ୍କ ଆୟର ଯାଞ୍ଚ କରିଥିଲା ଭିଜିଲାନ୍ସ। ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଥିବା ଆକଳନ କରିଥିଲା ଭିଜିଲାନ୍ସ। ପ୍ରଦୀପ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ନେଇ ଭିଜିଲାନ୍ସରେ ଆଉ ଏକ ମାମଲା କେସ ନମ୍ବର ୬/୨୧ରେ ଭିଜିଲାନ୍ସ ସେଲରେ ରୁଜୁ ହୋଇଛି।

Share Now:

Kalinga News Beuro

Next Post

୨୧ ଦିନର ସଂଘର୍ଷ ପରେ ପ୍ରାଣ ହାରିଲେ ସୌମ୍ୟରଞ୍ଜନ

Sun Oct 17 , 2021
ଆହୁରି ୩ ଅଭିଯୁକ୍ତ ଫେରାର୍ ଭୁବନେଶ୍ବର : ଗତ ୨୬ ସେପ୍ଟେମ୍ବରରେ ଫାୟାର୍‌ ଷ୍ଟେସନ୍‌ ନିକଟରେ ମହାବୀର ଫାଇନାନ୍ସର କିଛି କର୍ମଚାରୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡା ଭୁଲ୍ ବୁଝାମଣାକୁ କେନ୍ଦ୍ର କରି ସ୍ୱିଗି ବୟ ସୁପ୍ରଭାସ ଓ ବଡ଼ ଭାଇ ସୌମ୍ୟରଂଜନ ମାନ୍ଧାତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେବେଠାରୁ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟରଞ୍ଜନ ଶେଷରେ ହାର୍‌ ମାନି ଯାଇଛନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ […]
ପ୍ରାଣ ହାରିଲେ ସୌମ୍ୟରଂଜନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial