ଜାତିଆଣ ଟିପ୍ପଣୀ ପାଇଁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଗୁରୁତର ଆହତ ହେଲେ ନାରାୟଣପୁର ଏସପି

ଜାତିଆଣ କଥାବାର୍ତ୍ତାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ସହରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାବେଳେ ନାରାୟଣପୁର ପୁଲିସ ଏସପି ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ କେହି ତାଙ୍କ ମୁଣ୍ଡକୁ ପଥରରେ ମାରିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ନାରାୟଣପୁର ସହରର ବିଶ୍ବ ଦିପ୍ତୀ ଖ୍ରିଷ୍ଟିୟାନ ସ୍କୁଲରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜାତିଆଣକୁ ନେଇ କଥା କଟାକଟି ହୋଇଥିଲା।ଏହା ଧିରେ ଧିରେ ଉଗ୍ରରୂପ ନେଇଥିଲା। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପଥର ଓ ଲାଠିରେ ଆକ୍ରମଣ ହେଉଥିଲା।
ତେବେ ଖବର ପାଇ ଏସପି ସଦାନନ୍ଦ କୁମାର ଘଟଣାସ୍ଥଳରେ ପହଞ୍ଚି ଗୋଷ୍ଠୀ ସଂଘର୍ଷକୁ କାବୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କେହି ତାଙ୍କ ମୁଣ୍ଡକୁ ଏକ ପଥର ଫିଙ୍ଗିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କର ମୁଣ୍ଡ ଫାଟି ରକ୍ତ ବାହାରିଥିଲା। ତୁରନ୍ତ ମେଡିକାଲ ନେଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି ଶୁଣିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୋଷ୍ଠୀ ସଂଘର୍ଷକୁ କାବୁ କରି ଦୁଇ ଗୋଷ୍ଠୀର ବହୁ ଲୋକଙ୍କୁ ଗିରଫ କରିଥିବା ଜଣାପଡିଛି। ଏସପି ସଦାନନ୍ଦ କୁମାରଙ୍କ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି।

Share Now:

Kalinga News Beuro

Next Post

ଅଷ୍ଟ୍ରେଲିଆ ଆକାଶରେ ୨ ହେଲିକପ୍ଟର୍‌ ଧକ୍କାରେ ୪ ମୃତ, ୩ ଆହତ

Mon Jan 2 , 2023
ସିଡ୍‌ନି: ଆଜି ଅଷ୍ଟ୍ରେଲିଆର ପର୍ଯ୍ୟଟନସ୍ଥଳୀ ‘ଗୋଲ୍‌ଡ୍‌ କୋଷ୍ଟ୍‌’ ଆକାଶରେ ଦୁଇଟି ହେଲିକପ୍ଟର୍‌ ପରସ୍ପର ସହିତ ଧକ୍କା ଖାଇବାରୁ ୪ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ର ଦୁଇଟିରୁ ଗୋଟିଏ ହେଲିକପ୍ଟର୍‌ର ପଙ୍ଖାଟିଏ ବାଲିରେ ପଡ଼ିଥିବା ଫଟୋଟିଏ ବି ସେମାନେ ଦେଖାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଆଉ ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା ପୁଲିସ କହିଛି। ପବ୍ଲିକ୍‌ ବ୍ରଡ୍‌କାଷ୍ଟର୍‌ ‘ଏବିସି’ରେ ପ୍ରସାରଣ କରିଥିବା […]
ଅଷ୍ଟ୍ରେଲିଆ ଆକାଶରେ ଧକ୍କା ଖାଇଲେ ୨ ହେଲିକପ୍ଟର୍‌-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial