ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ : ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଘାଟିକିଆରେ ପାରିବାରିକ କଳହରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାଯାଇଛି। ନିଶା ପାଇଁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି। ଏଣେ ଚର୍ଚ୍ଚା ହେଉଛି ଯେ ପୁଣି ଝିଅ ଜନ୍ମ କରିବା କାରଣରୁ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ସ୍ୱାମୀଙ୍କୁ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ସଂଜିତ ଦାସ ଜଣେ ନିୟମିତ ନିଶା ସେବନକାରୀ। ନିଶା ସେବନକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ନିୟମିତ ପାଟିତୁଣ୍ଡ ହେଉଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ବିଶେଷ କରି ଗତ ୪ ଦିନ ତଳେ ସ୍ତ୍ରୀ ପୁଣି ଏକ କନ୍ୟା ସନ୍ତାନ ଜନ୍ମ କରିବାକୁ ନେଇ ଘରେ କଳି ହେଉଥିଲା। ସଂଜିତ ଦାସଙ୍କର କିଛି ରୋଜଗାର ନଥିଲା। ସେ ସ୍ତ୍ରୀଙ୍କ ରୋଜଗାରରେ ଚଳନ୍ତି। ସ୍ତ୍ରୀ ସରସ୍ବତୀ ଦାସ ଜଣେ ନର୍ସ। ସଂଜିତ ଦାସ ରାଗରେ ପ୍ରଥମେ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା କରିଥିଲେ। ଏହାପରେ ସେ ନିଜର ଏକ ୬ ବର୍ଷର ଝିଅ ଓ ଆଉ ଏକ ୪ ଦିନର ଝିଅକୁ ମରଣାନ୍ତକ ଆକ୍ରମଣ କରିଥିବା କୁହାଯାଉଛି। ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି।

Share Now:

Kalinga News Beuro

Next Post

ଭାରତ-ଦ.ଆଫ୍ରିକା ବାରବାଟୀ ମ୍ୟାଚ୍‌ ପାଇଁ ମୁତୟନ ହେବେ ୬୨ ପ୍ଲାଟୁନ୍‌ ପୁଲିସ: କମିସନରେଟ ପୁଲିସ

Fri Jun 10 , 2022
ଭୁବନେଶ୍ବରରୁ ବାରବାଟୀକୁ ଚାଲିବ ସ୍ବତନ୍ତ୍ର ‘ମୋ ବସ୍‌’ କଟକ: ବହୁ ପ୍ରତିକ୍ଷୀତ ବାରବାଟୀ ଟି-୨୦ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ମ୍ୟାଚ ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ଯାଞ୍ଚ ପରେ ପୁଲିସ କମିସନର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମ୍ୟାଚର ସୁରକ୍ଷା ପାଇଁ ୪ ଡିସିପି, ୭ ଅତିରିକ୍ତ ଡିସିପି, ୨ ଶହ ଅଫିସର ଦାୟିତ୍ୱରେ […]
ଭାରତ-ଦ.ଆଫ୍ରିକା ବାରବାଟୀ ମ୍ୟାଚ୍‌-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial