ମନ୍ଦିର ପୂଜକଙ୍କୁ ହତ୍ୟା କରି ୨ ଯୁବତୀଙ୍କ ସମେତ ୭ ଗିରଫ

ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା

କୋରାପୁଟ: ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ମାମଲାରେ ୨ ଯୁବତୀଙ୍କ ସମେତ ୭ ଜଣଙ୍କୁ ଟାଉନ୍ ଥାନା ପୁଲିସ ଗିରଫ କରିଛି। ଲୁଟପାଟ୍ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, କୋରାପୁଟ ଜାତୀୟ ରାଜପଥ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ମନ୍ଦିର ପଛରେ ନିଜ ବାସଭବନରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିବାବେଳେ ଘରର ଆସବାବପତ୍ର ଏଣେତେଣେ ପଡ଼ିଥିବାବେଳେ ହାତ ଗୋଡ଼ ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ କୋରାପୁଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

Share Now:

Kalinga News Beuro

Next Post

ରାଜ୍ୟରେ ପ୍ରଥମ : ବ୍ରାଉନ୍‌ସୁଗାର ମାମଲାରେ ନାବାଳକ ଦଣ୍ଡିତ

Sun Nov 12 , 2023
ବାଳ ସୁଧାରଗୃହରେ ରହିବେ, ଜବତ ହୋଇଥିଲା ୧.୩୦ କୋଟିର ଧଳାଜହର ଭୁବନେଶ୍ବର: ବ୍ରାଉନସୁଗାର ବେପାର ଓ ଚୋରା ଚାଲାଣ ମାମଲାରେ ପ୍ରାୟ ୨ବର୍ଷ ତଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ହାତରେ ଧରା ପଡ଼ିଥିବା ଜଣେ ନାବାଳକ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ଦଣ୍ଡିତ ହୋଇଛନ୍ତି। ଏହା ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ହେବା ପରଠାରୁ ସେ ବାଳସୁଧାର ଗୃହରେ ଥିଲେ। ବାକି ଦଣ୍ଡ ମଧ୍ୟ ସେଠାରେ […]
ବ୍ରାଉନ୍‌ସୁଗାର ମାମଲାରେ ନାବାଳକ ଦଣ୍ଡିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial