କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ପାଇବେ ୧୦୮ ମହିଳା ସେନା ଅଧିକାରୀ

କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ପାଇବେ ୧୦୮ ମହିଳା ସେନା ଅଧିକାରୀ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ରୁ କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍‌ ସିଲେକ୍‌ସନ୍‌ ବୋର୍ଡ’ ପ୍ରକ୍ରିୟା ଚଳାଇଥିବା କଥା ସେନା ଅଧିକାରୀମାନେ କହିଛନ୍ତି। ସେନାର ପୁରୁଷ ଅଧିକାରୀମାନଙ୍କ ସହିତ ମହିଳା ଅଧିକାରୀମାନଙ୍କୁ ସମକକ୍ଷ କରିବା ନିମନ୍ତେ ୨୦୨୩ ଜାନୁଆରି ୨ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଜାନୁଆରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସେନା ଅଧିକାରୀମାନଙ୍କ କହିବା ଅନୁସାରେ, ଖାଲି ପଡ଼ିଥିବା ୧୦୮ ପଦବୀ ପାଇଁ ସମୁଦାୟ ୨୪୪ଜଣ ମହିଳା ଅଧିକାରୀଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥିନୀମାନଙ୍କୁ ମନୋନୟନ କରାଯିବ। ୧୯୯୨ରୁ ୨୦୦୬ ବ୍ୟାଚ୍‌ ମଧ୍ୟର ଏହି ମହିଳା ଅଧିକାରୀମାନେ ‘ଆର୍ମସ୍‌ ଆଣ୍ଡ୍‌ ସର୍ଭିସେସ୍‌’ର ଇଞ୍ଜିନିୟରିଙ୍ଗ୍‌, ସିଗ୍‌ନାଲ୍‌ସ୍‌, ଆର୍ମି ଏୟାର୍‌ ଡିଫେନ୍‌ସ୍‌, ଇଣ୍ଟେଲିଜେନ୍‌ସ୍‌ କର୍ପସ୍‌’, ‘ଆର୍ମି ସର୍ଭିସ୍‌ କର୍ପସ୍‌’, ‘ଆର୍ମି ଅର୍ଡିନାନ୍‌ସ୍‌ କର୍ପସ୍‌’ ଏବଂ ‘ଇଲେକ୍ଟ୍ରିକାଲ୍‌ ଆଣ୍ଡ୍‌ ମେକାନିକାଲ୍‌ ଇଞ୍ଜିନିୟର୍ସ’ ବିଭାଗର। ଭାରତୀୟ ସେନାରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବା ନିମନ୍ତେ ଓ ପ୍ରଭାବିତ ମହିଳା ଅଧିକାରୀମାନଙ୍କୁ ପଦୋନ୍ନତି ଦେବା ନିମନ୍ତେ ସରକାର ଏହି ‘ସ୍ପେସାଲ୍‌ ନମ୍ବର ୩ ସିଲେକ୍ସନ୍‌ ବୋର୍ଡ’ ପାଇଁ ପଦବୀ ଖାଲି ପଡ଼ିଥିବା କଥା ଘୋ‌ଷଣା କରିଥିଲେ।
ମନୋନୟନ ପ୍ରକ୍ରିୟା ନିରପେକ୍ଷ ବୋଲି ସୁନିଶ୍ଚିତ ହେବା ଓ ଏଥି ପ୍ରତି ଯଦି କୌଣସି ସନ୍ଦେହ ଥାଏ ତାହା ଦୂର କରିବା ନିମନ୍ତେ ଏହି ‘ସିଲେକ୍‌ସନ୍‌ ବୋର୍ଡ’ ନିମନ୍ତେ ସମୁଦାୟ ୬୦ଜଣ ପ୍ରଭାବିତ ମହିଳା ଅଧିକାରୀଙ୍କୁ ନିରୀକ୍ଷକଭାବେ ସାମିଲ କରାଯାଇଛି। ମନୋନୟନ ବୋର୍ଡଦ୍ବାରା ଉପଯୁକ୍ତ ବିବେଚିତ ୧୦୮ଜଣ ମହିଳା ଅଧିକାରୀମାନଙ୍କୁ ବିଭିନ୍ନ ‘କମାଣ୍ଡ୍‌ ଆସାଇନ୍‌ମେଣ୍ଟ୍‌’ରେ ନିଯୁକ୍ତି ମିଳିବ। ଚଳିତ ଜାନୁଆରି ଶେଷ ସୁଦ୍ଧା ଏହି ମନୋନୟନର ପ୍ରାରମ୍ଭିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବ‌ୋଲି ସେନା ଅଧିକାରୀମାନେ କହିଛନ୍ତି।

Share Now:

Kalinga News Beuro

Next Post

ଓଡ଼ିଶାରେ ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Fri Jan 20 , 2023
ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଆଇଆଇଏମଟିଠାରେ ରୋଜଗାର ମେଳାର ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ତଥା ଉଦ୍ୟାମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ରୋଜଗାର ମେଳାରେ ୧୨୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତବର୍ଷ ୧୦ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜି ଦେଶରେ ୭୧ ହଜାର ଜଣଙ୍କୁ […]
ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial