ଓଡ଼ିଶାରେ ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଆଇଆଇଏମଟିଠାରେ ରୋଜଗାର ମେଳାର ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ତଥା ଉଦ୍ୟାମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ରୋଜଗାର ମେଳାରେ ୧୨୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତବର୍ଷ ୧୦ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜି ଦେଶରେ ୭୧ ହଜାର ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାରେ ୧୨୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜୁନିଅର ଇଞ୍ଜିନିୟର, ଇନ୍ସପେକ୍ଟର, ଜୁନିଅର ଆସିଷ୍ଟାଣ୍ଟ, ନର୍ସିଂ ଅଫିସର, ଭଳି ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରୋଜଗାର ମେଳାର ୩ଟି ସଂସ୍କରଣ ଆୟୋଜନ ହୋଇଥିବା ବେଳେ ପ୍ରତି ସଂସ୍କରଣରେ ୭୦ ହଜାରରୁ ଉର୍ଦ୍ଧ୍ଵ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Share Now:

Kalinga News Beuro

Next Post

‘ଆଇସିଆଇସିଆଇ’ ବ୍ୟାଙ୍କ୍‌-ଭିଡିଓକନ୍‌ ଋଣ ମାମଲା: ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ

Fri Jan 20 , 2023
ମୁମ୍ବାଇ: ‘ଆଇସିଆଇସିଆଇ’ ବ୍ୟାଙ୍କ୍‌-ଭିଡିଓକନ୍‌ ଋଣ ମାମଲାରେ ଆଜି ବମ୍ବେ ହାଇକୋର୍ଟ ‘ଭିଡିଓକନ୍‌ ଗ୍ରୁପ୍‌’ର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ନଗଦ ୧ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତରୁ ମୁକ୍ତ କରାଯିବ। ଧୂତଙ୍କୁ ଜାମିନ ଦେବା ବିରୋଧରେ ମଧ୍ୟ ଅଦାଲତରେ ଓକିଲମାନଙ୍କଦ୍ୱାରା ‘ଇଣ୍ଟର୍‌ଭେନ୍‌ସନ୍‌ ପିଟିସନ୍‌’ ଦାଖଲ କରାଯାଇଥିଲା। ସେମାନଙ୍କ ଉପରେ ଅଦାଲତ ୨୫,୦୦୦ ଟଙ୍କା ଜରିମାନା କରିବାକୁ ଆଦେଶ […]
‘ଆଇସିଆଇସି’ ବ୍ୟାଙ୍କ୍‌-ଭିଡିଓକନ୍‌ ଋଣ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial