ପୁଲିସର ପରିଚୟ ଦେଇ ପୂଜକଙ୍କଠାରୁ ସୁନା ଲୁଟିନେଲେ ୨ ଦୁର୍ବୃତ୍ତ

ପୂଜକଙ୍କଠାରୁ ସୁନା ଲୁଟିନେଲେ ୨ ଦୁର୍ବୃତ୍ତ

କଟକ: ଦିନ ଦ୍ୱିପ୍ରହରରେ ପୁଲିସର ପରିଚୟ ଦେଇ ୨ ଦୁର୍ବୃତ୍ତ ଜଣେ ପୂଜକଙ୍କଠାରୁ ଲୁଟ କରିଥିବାର ଅଭିଯୋଗ ହୋଇଛି। ନିଜକୁ ପୁଲିସ କହି ସତର୍କ କରାଇବା ନାଁରେ ୨ ଦୁର୍ବୃତ୍ତ ସୁନା ଲୁଟିନେଇ ଚମ୍ପଟ ମାରିଥିବା ଜଣାଯାଇଛି। କଟକ ମାଲଗୋଦାମ ଥାନା କଲେଜ ଛକ ପାଟରା ସାହିରେ ଘଟିଛି ଏଭଳି କାଣ୍ଡ।
ନିଜର ପାଟରା ସାହି ଘରୁ ଯୋବ୍ରାକୁ ଆସୁଥିବା ବାଟରେ ଲୁଟର ଶିକାର ହୋଇଛନ୍ତି ଜଣେ ପୂଜକ। ଦୁଇଜଣ ବ୍ୟକ୍ତି ଆଇକାର୍ଡ ଦେଖାଇ ନିଜକୁ ପୁଲିସର ପରିଚୟ ଦେଇଥିଲେ। କଣ ପାଇଁ ଏତେ ସୁନା ଅଳଙ୍କାର ପିନ୍ଧି ବାହାରକୁ ଆସିଛ। ତୁରନ୍ତ ପିନ୍ଧିଥିବା ସୁନା ଚେନ ଏବଂ ବ୍ରେସଲେଟ ଖୋଲିବାକୁ କହିଥିଲେ। ସୁନା ଗହଣା ଖୋଲି ବ୍ୟାଗରେ ରଖିବାକୁ ସେ ଦୁହେଁ କହିଥିଲେ। ପରେ ବ୍ୟାଗକୁ ଚେକ କରି ସେଠାରୁ ପଳାଇଥିଲେ ଦୁଇ ବ୍ୟକ୍ତି। ପରେ ପୂଜକଜଣକ ନିଜ ବ୍ୟାଗ ଚେକ କରିବାରୁ ଜାଣିଥିଲେ ସେ ଲୁଟର ଶିକାର ହୋଇଛନ୍ତି। ଏନେଇ ସେ ମାଲଗୋଦାମ ଥାନାରେ ଏତଲା ଦେଇଛନ୍ତି।

Share Now:

Kalinga News Beuro

Next Post

ନାକଟିଦେଉଳରୁ ବାଘଛାଲ ସହ ଅଭିଯୁକ୍ତ ଗିରଫ

Wed Apr 12 , 2023
ସମ୍ବଲପୁର: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଜି ସମ୍ବଲପୁର ନାକଟିଦେଉଳରେ ଚଢ଼ଉ କରି ଏକ ବାଘଛାଲ ଜବତ କରିଛି। ୫ ଲକ୍ଷ ଟଙ୍କାର ଡିଲ୍‌ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଏସ୍‌ଟିଏଫ୍‌ ଚଢ଼ାଉ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ବାବୁଲି ନୟକକୁ ଜବତ କରାଯାଇଛି।ଚଢ଼ଉ ସମୟରେ ଗୋଟାଏ କଲରାପତରିଆ ବାଘଛାଲ ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତକୁ ଏସ୍‌ଟିଏଫ୍‌ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଏସ୍‌ଡିଜେଏମ୍‌ […]
ବାଘଛାଲ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial