ବନ୍ଧା ହେଲେ କୋଟିପତି ହିନ୍ଦୀ ଶିକ୍ଷକ: ଆୟ ବହିର୍ଭୁତ ସମ୍ପତ୍ତିର ମୂଲ୍ୟ ୪ କୋଟିରୁ ଅଧିକ

କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର : କୋଟିପତି ହିନ୍ଦୀ ଶିକ୍ଷକ ଗିରଫ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶିକ୍ଷକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶିକ୍ଷକଙ୍କ ସମ୍ପତ୍ତିି ୪.୯୩ କୋଟି। ଆୟ ବହିର୍ଭୂତ ସମ୍ପତ୍ତିି ମାମଲାରେ ଫସିଛନ୍ତି ଗଂଜାମ ଜିଲ୍ଲା ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ। ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୪କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା। ବ୍ରହ୍ମପୁର ବ୍ରହ୍ମାନଗରଠାରେ ୫ ମହଲା କୋଠା ମୂଲ୍ୟ ୧କୋଟି ୮୬ ଲକ୍ଷ ୬୩ ହଜାର ୧୬୫ ଟଙ୍କା ଥିବା ଆକଳନ କରାଯାଇଛି। ବୈକୁଣ୍ଠନଗର ଦ୍ୱିତୀୟ ଲେନସ୍ଥିତ ୩ ମହଲା କୋଠାର ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା ଆକଳନ କରାଯାଇଛି। ଏହି କୋଠାଟି ଶିକ୍ଷକଙ୍କ ପତ୍ନୀଙ୍କ ନାମରେ ରହିଛି। ସେହିପରି ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଳଟ ଥିବା ବେଳେ ଗୋପଳପୁର, ଭୁବନେଶ୍ୱର, ପୁରୀସମେତ ଏକାଧିକ ସ୍ଥାନରେ ରହିଛି ପ୍ଲଟ। ବହ୍ମପୁର ଭିଜିଲାନ୍ସ ଡିଭିଜନର ୧୦ଟି ଟିମର ପ୍ରାୟ ୫୦ ଜଣ ଅଫିସର ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଭିଜିଲାନ୍ସ ଏସପି ଅନୀଲ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି।

Share Now:

Kalinga News Beuro

Next Post

ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଭିଡିଓ ଭାଇରାଲ ମାମଲା : ଓଟିଭି ସାମ୍ବାଦିକଙ୍କୁ ୪ ଘଣ୍ଟା ଜେରା

Fri Oct 16 , 2020
୨୧ରେ କେନ୍ଦୁଝର ଟାଉନ୍‌ ଥାନାରେ ହାଜର ପାଇଁ ନୋଟିସ ଭୁବନେଶ୍ୱର : କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଥ୍ୟା ଭିଡିଓ ଭାଇରାଲ ଘଟଣାରେ ଗତକାଲି କେନ୍ଦୁଝର ପୁଲିସର ଏକ ଟିମ୍ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରିଛି। ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏହାସହ କେନ୍ଦୁଝର ପୁଲିସ ପକ୍ଷରୁ ଶ୍ରୀ ରଥଙ୍କୁ ସିଆରପିସି ଧାରା ୪୧ ଅନୁସାରେ ନୋଟିସ୍ ଜାରି କରାଯାଇଛି। […]
ଓଟିଭି ସାମ୍ବାଦିକଙ୍କୁ ୪ ଘଣ୍ଟା ଜେରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial