ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଟକା : ଜବତ କଲା ନଗଦ ୩ କୋଟି ଟଙ୍କା

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ

ଭଦ୍ରକ: ଭିଜିଲାନ୍ସ ଜାଲରେ କୋଟିପତି ବାବୁ। ଜବତ ହୋଇଛି କୋଟି କୋଟି ଟଙ୍କା, ସୁନା, ରୁପା ଅଳଙ୍କାର ଓ ସୁନା ବିସ୍କୁଟ। ଏହି କୋଟିପତି ବାବୁ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ହୋଇଛି ଟେରା। ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ ସହିତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢଉ। ଭୁବନେଶ୍ୱର କାନନ ବିହାରରେ ରହିଛି ଦୁଇମହଲା କୋଠା। ଭୁବନେଶ୍ୱର ଘରୁ ୬ ପେଟି ଟଙ୍କା ଜବତ ହୋଇଛି। ଏହା ସହ କେତେକ ସୁନା ବିସ୍କୁଟ ବି ଜବତ ହୋଇଛି। ତାଙ୍କ ନବରଙ୍ଗପୁର ସରକାରୀ ବାସଭବନରୁ ୭୭ ଲକ୍ଷ ଓ ରାଜଧାନୀର ଘରୁ ୨ କୋଟି ୨୫ ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ଏପରି ଭାବେ ୩ କୋଟିରୁ ଅଧିକ ଟଙ୍କା ଜବତ କଲାଣି ଭିଜିଲାନ୍ସ। ପ୍ରଶାନ୍ତ ତାଙ୍କ ଘରେ ଥିବା ଟଙ୍କା ପେଟିଗୁଡିକୁ ପଡ଼ୋଶୀଙ୍କ ଘରକୁ ଫୋପାଡ଼ି ଦେଇଥିଲ। ତାଙ୍କ ଘରୁ ବହୁ ପରିମାଣର ୫୦୦ ଟଙ୍କିଆ ବିଡ଼ା, ରୁପା, ସୁନା ଅଳଙ୍କାର ଜବତ ହୋଇଛି। ନବରଙ୍ଗପୁରରେ ଥିବା ଘର, ଅଫିସ ଚାମ୍ବରରେ ଚାଲିଛି ଚଢଉ। ଭଦ୍ରକ ବହୁଦରଡାରେ ଥିବା ପୈତୃକ ଘରେ ବି ଚାଲିଛି ଭିଜିଲାନ୍ସ ଚଢଉ। ଏଥିରେ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି ଓ ୮ ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି। ପୂର୍ବରୁ ମଧ୍ୟ ପ୍ରଶାନ୍ତ କୁମାର ରାଉତ ସୁନ୍ଦରଗଡ଼ ବିଶ୍ରାରେ ବିଡିଓ ଥିବାବେଳେ ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ।

Share Now:

Kalinga News Beuro

Next Post

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ଗିରଫ

Fri Jun 23 , 2023
ଭଦ୍ରକ: ଗିରଫ ହେଲେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ (ଡିଏସ୍‌ଡବ୍ଲୁଓ) ଜୟନ୍ତୀ ବେହେରା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ (ଡିଏସ୍‌ଡବ୍ଲୁଓ) ଜୟନ୍ତୀ ବେହେରାଙ୍କ ଘରେ ଗତକାଲି ଚଢ଼ାଉ କରିବା ପରେ ଆଜି ଗିରଫ […]
ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial