ପରପୁରୁଷ ସହ ସଂପର୍କ ରଖିବାକୁ ଚାପ : ମହିଳା ଥାନା‌ର ଦ୍ୱାରସ୍ଥ ହେଲେ ନବବଧୂ

ପରପୁରୁଷ ସହ ସଂପର୍କ ରଖିବାକୁ ଚାପ

ଭୁବନେଶ୍ୱର: ନବବଧୂକୁ ପରପୁରୁଷ ସହ ସଂପର୍କ ରଖିବାକୁ ବାଧ୍ୟ କଲେ। ରାଜି ନ ହେବାରୁ ନିର୍ଯାତନା ଦେଇ ଘରୁ ତଡ଼ିଦେଲେ। ଆପୋସ ବୁଝାମଣା କରିବାକୁ ଚେଷ୍ଟା କରିବାରୁ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍‌ ଓ ଲକ୍ଷେ ଟଙ୍କା ଯୌତୁକ ଦାବି କଲେ। ଏ ସମ୍ପର୍କରେ ନିର୍ଯାତିତା ମହିଳାଜଣକ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସ୍ୱାମୀ, ଶାଶୂ ଓ ନଣନ୍ଦ ନାମ‌ରେ ଅଭିଯୋଗ କରିଛନ୍ତି। ନିର୍ଯାତିତା ମହିଳାଜଣଙ୍କ ହେଲେ, ମଞ୍ଚେଶ୍ୱର ଥାନା ଅଞ୍ଚଳର ମିତା ପରମାଣିକ। ତାଙ୍କ ଅଭିଯୋଗ ଅନୁସାରେ, ମେ’ ୩୦ ତାରିଖ‌ରେ ‌ସେ ରାଜେଶ ବେହେରାଙ୍କୁ ବିବାହ କରିଥିଲେ। ସ୍ୱାମୀଙ୍କ ସହ ପାଣ୍ଡରା ଜଗନ୍ନାଥ ମନ୍ଦିର ନିକଟରେ ଭଡା ଘରେ ରହୁଥିଲେ। କିଛି ଦିନ ପରେ ଶାଶୂ, ନଣନ୍ଦ ଓ ଅନ୍ୟ ଜଣେ ପୁରୁଷ ସେଠାରେ ଆସି ରହିଲେ। ପରେ ସେମାନେ ମିତାଙ୍କୁ ଉକ୍ତ ପୁରୁଷଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାପ ପକାଇଥିଲେ।

Share Now:

Kalinga News Beuro

Next Post

ସୁଟକେସରେ ଚାଲାଣ ହେଉଥିଲା ଗଞ୍ଜେଇ : ରେଳଷ୍ଟେସନରୁ ଧରାପଡ଼ିଲେ ୫ ଅଭିଯୁକ୍ତ

Wed Jul 12 , 2023
ରାୟଗଡା: ଗଞ୍ଜେଇ ଚୋରା ଚାଲାଣ ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବାର ଆପଣ ଅନେକ ସମୟରେ ପଢୁଥିବେ। ତେବେ ରାୟଗଡା ରେଳ ସୁରକ୍ଷା ବଳ ଏଭଳି ଏକ ଗ୍ୟାଙ୍ଗକୁ ଗିରଫ କରିଛି ଯେଉଁମାନେ ସୁଟକେସରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ। ମିଳିଥିବା ସୂଚନା ମୁତାବକ ଗତକାଲି ବିଶ୍ୱସ୍ତ ସୂତ୍ରରୁ ରେଳସୁରକ୍ଷା ବଳଙ୍କୁ ସୂଚନା ମିଳିଥିଲା ଯେ ବିଶାଖାପାଟଣା-ଦୁର୍ଗ ଏକ୍ସପ୍ରେସ ମାଧ୍ୟମରେ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ କରାଯାଉଛି।ଏହାପରେ ରାୟଗଡାରେ ଟ୍ରେନ ପହଞ୍ଚିବା […]
ସୁଟକେସରେ ଚାଲାଣ ହେଉଥିଲା ଗଞ୍ଜେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial