ଶିଶୁର କଟାମୁଣ୍ଡ ଉଦ୍ଧାର : ବଳି ପାଇଁ ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରୁ ଏକ ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି। ଶିଶୁର ପରିଚୟ ମିଳିପାରିନାହିଁ। ଗତକାଲି ବିଳମ୍ବିତ ରାତିରେ ଜଣେ ଗ୍ରାମବାସୀଙ୍କ ବାଡ଼ିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା। ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଦେଖିଥିଲେ ଲୋକେ। ଏନେଇ ଆଜି ସକାଳେ ଯାଜପୁର ରୋଡ୍ ପୁଲିସକୁ ଖବର ଦିଆଯାଇଥିଲା।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶିଶୁର କଟାମୁଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବଳି ଦେବା ପରେ ଶିଶୁର କଟାମୁଣ୍ଡ ପକାଇ ଦେଇଥିବା ଆଶଙ୍କା କରାଯାଉଛି। ତେବେ କଟାମୁଣ୍ଡ ପଛର କ’ଣ ରହିଛି ପ୍ରକୃତ କାରଣ, ସେନେଇ ତଦନ୍ତ ଜାରି ରଖିଛି ପୁଲିସ।

Share Now:

Kalinga News Beuro

Next Post

ପୁଣି ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ

Sun Jan 14 , 2024
ଭୁବନେଶ୍ୱର: ତିନି ଦଫା ଦାବି ନେଇ ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି। ଏଥିଲାଗି ଲୋୟର ପିଏମଜିରେ ଲକ୍ଷାଧିକ ଶିକ୍ଷକ ଏକାଠି ହେବେ। ସଂଘ ପକ୍ଷରୁ କୁହାଯାଇଛି, ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ। ଜାନୁଆରୀ ୨୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial