କୂଅରୁ ନାବାଳିକାର ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୂଅରୁ ନାବାଳିକାର ମୃତଦେହ ଉଦ୍ଧାର

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ନୂଆପାରା ନିକଟସ୍ଥ କୁସଲଡ଼ିହି ଗ୍ରାମର ଏକ ଚାଷ ଜମି ମଧ୍ୟରେ ଥିବା କୂଅମଧ୍ୟରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ନାବାଳିକା ଜଣକ ଖୁଟୁଗାଁ ଗ୍ରାମର ଆଶାରାମ ଗଣ୍ଡଙ୍କ ଝିଅ ଝରଣା ଗଣ୍ଡ (୧୬)ବୋଲି ଜଣାପଡ଼ିଛି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ ଉଠାଇଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାଇ ଗୁରୁବାର ସନ୍ଧ୍ୟା ସମୟରୁ ଝରଣା ଘରୁ ବାହାରି କେଉଁଆଡ଼େ ଚାଲିଯାଇଥିଲେ। ରାତିରେ ଘରେ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଏଣେତେଣେ ଖୋଜାଖୋଜି କରିଥିଲେ। କିନ୍ତୁ ଝରଣାର କୌଣସି ଖବର ମିଳି ନଥିଲା। ଅନ୍ୟପଟେ ଶୁକ୍ରବାର ସକାଳୁ ଖୁଟୁଗାଁ ନିକଟସ୍ଥ ଚାଷ ଜମି ମଧ୍ୟରେ ରହିଥିବା ଏକ କୂଅରେ ତାର ମୃତଦେହ ଭାସୁଥିବା କିଛି ଗ୍ରାମବାସୀ ଦେଖି ଏହା ଆଶାରାମ ଗଣ୍ଡଙ୍କ ଝିଅ ଝରଣା ବୋଲି ଜାଣିପାରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଝରଣାକୁ କିଏ ମାରି ଫୋପାଡି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଥାନା ଅଧିକାରୀ ରଘୁନାଥ ମାଝୀ ପହଞ୍ଚି କୂଅ ମଧ୍ୟରୁ ମୃତଦେହକୁ ଉଦ୍ଧାର କରିବାକୁ ସ୍ଥାନୀୟ ଅଗ୍ନିଶମ ବିଭାଗର ସହାୟତା ନିଆଯାଇ ନଥିବା ବେଳେ ଖବର ପାଇ ସାଇଣ୍ଟିଫ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୁଲିସର ତଦନ୍ତ ପରେ ନାବାଳିକାର ମୃତ୍ୟୁର ରହସ୍ୟ ପଦାକୁ ଆସିବ ବୋଲି ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା

Fri Sep 1 , 2023
ନୂଆଦିଲ୍ଲୀ: ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା। ଭୋଜପୁରୀ ଇଣ୍ଡଷ୍ଟ୍ରିରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ପ୍ରିୟାନ୍ସୁ ସିଂ ତାଙ୍କ ସହ-କଳାକାର ତଥା ଘନିଷ୍ଠ ବନ୍ଧୁ ପୁନୀତ ସିଂଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ପ୍ରିୟାନ୍ସୁ କହିଛନ୍ତି ଯେ ପୁନୀତ ବିବାହ କରିବି ବୋଲି କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ ବିବାହ […]
ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial