ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା

ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ

ନୂଆଦିଲ୍ଲୀ: ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା। ଭୋଜପୁରୀ ଇଣ୍ଡଷ୍ଟ୍ରିରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ପ୍ରିୟାନ୍ସୁ ସିଂ ତାଙ୍କ ସହ-କଳାକାର ତଥା ଘନିଷ୍ଠ ବନ୍ଧୁ ପୁନୀତ ସିଂଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ପ୍ରିୟାନ୍ସୁ କହିଛନ୍ତି ଯେ ପୁନୀତ ବିବାହ କରିବି ବୋଲି କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ ବିବାହ କରିବାକୁ ମନା କରିଦେଇଥିଲେ।
ଜାତୀୟ ଗଣମାଧ୍ୟମ ଆଜତକକୁ ସାକ୍ଷାତକାର ଦେଇ ପ୍ରିୟାନ୍ସୁ କହିଛନ୍ତି ଯେ, ‘ସେ ଆରମ୍ଭରୁ ମୋତେ କହିଥିଲେ ଯେ ଆମେ ବିବାହ କରିବା। ହେଲେ ପରେ ଉଦ୍ଦେଶ୍ୟମୂଳକ ଭାବରେ ନିଶାଗ୍ରସ୍ତ ହୋଇ ଜୋର ଜବରଦସ୍ତ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରଦିନ ମୁଁ ଏହାର ବିରୋଧ କରିବାରୁ ସେ କହିଥିଲେ, ମୁଁ ଆମ ଘରେ ବିବାହ ବିଷୟରେ କଥା ହୋଇଛି। ଆମର ଜାତି ସମାନ। ତେଣୁ ବିବାହରେ କୌଣସି ସମସ୍ୟା ହେବ ନାହିଁ। ହେଲେ ବର୍ଷ ପରେ ବର୍ଷ ବିତିଥିଲେ ବି ସେ ବିବାହ କରିନଥିଲେ। ମୁଁ ମୁମ୍ବାଇରେ ମୋ ଭଉଣୀ ସହ ରହେ। ପ୍ରଥମେ ପୁନୀତ୍ ଭୋଜପୁରୀ ଇଣ୍ଡଷ୍ଟ୍ରିରେ କାମ କରିବେ ବୋଲି କହି ମୋର ସାହାଯ୍ୟ ମାଗିଥିଲେ। ମୁଁ ତାଙ୍କୁ ସାହାଯ୍ୟ କରିବା ପରେ ସେ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ। ଏହା ମଧ୍ୟରେ ଆମ ଭିତରେ ଘନିଷ୍ଠତା ବଢ଼ିଥିଲା। ହେଲେ ମୁଁ ଶାରୀରିକ ସମ୍ପର୍କ ରଖିବାକୁ ଚାହୁନଥିଲି। କିନ୍ତୁ ଘରେ ମୁଁ ଏକା ଥିବାବେଳେ ସେ ମଦ ପିଇ ଆସୁଥିଲେ। ନିଶାଗ୍ରସ୍ତ ଥିବା ବେଳେ ସେ ଜୋର ଜବରଦସ୍ତ ମୋ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ମନା କଲେ ଆମେ ବିବାହ କରିବା ବୋଲି କହୁଥିଲେ। ନିଶାଗ୍ରସ୍ତ ହୋଇ ସେ ମୋତେ ଅପ୍ରାକୃତିକ କାମ କରିବାକୁ କହୁଥିଲେ। କିଛି ମାସ ଚୁପ ରହିବା ପରେ ଏବେ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହୋଇଛି।

Share Now:

Kalinga News Beuro

Next Post

ଖୁଚୁରା ବେପାରୀଙ୍କ ଶୋଷଣର ଶିକାର ପିଆଜ ଗ୍ରାହକ

Fri Sep 1 , 2023
ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ ଭୁବନେଶ୍ୱର: ସର୍ବସମ୍ମୁଖରେ ଖୁଚୁରା ବଜାରରେ ଶୋଷଣର ଶିକାର ହେଉଛନ୍ତି ପିଆଜ ଗ୍ରାହକ। ପାଇକାରୀ ବଜାରରେ ପିଆଜ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରାଜଧାନୀର ବିଭିନ୍ନ ଖୁଚୁରା ବଜାର ଏବଂ ଦୋକାନରେ ୧୫ ଟଙ୍କା ଅଧିକ ଅର୍ଥାତ କେଜି ପ୍ରତି ୩୫ ଟଙ୍କାରେ ବିକ୍ରି ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଲଗାମ ଛଡ଼ା […]
ଶୋଷଣର ଶିକାର ପିଆଜ ଗ୍ରାହକ

ଆହୁରି ପଢ଼ନ୍ତୁ