ନାକଟିଦେଉଳରୁ ବାଘଛାଲ ସହ ଅଭିଯୁକ୍ତ ଗିରଫ

ବାଘଛାଲ ଜବତ

ସମ୍ବଲପୁର: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଜି ସମ୍ବଲପୁର ନାକଟିଦେଉଳରେ ଚଢ଼ଉ କରି ଏକ ବାଘଛାଲ ଜବତ କରିଛି। ୫ ଲକ୍ଷ ଟଙ୍କାର ଡିଲ୍‌ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଏସ୍‌ଟିଏଫ୍‌ ଚଢ଼ାଉ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ବାବୁଲି ନୟକକୁ ଜବତ କରାଯାଇଛି।
ଚଢ଼ଉ ସମୟରେ ଗୋଟାଏ କଲରାପତରିଆ ବାଘଛାଲ ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତକୁ ଏସ୍‌ଟିଏଫ୍‌ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଏସ୍‌ଡିଜେଏମ୍‌ କୋର୍ଟକୁ ଫରୱାର୍ଡ କରିବ। ବାଘଛାଲକୁ ପରୀକ୍ଷା ପାଇଁ ଡେରାଡୁନ୍‌ ପଠାଯିବ ବୋଲି ସୂଚନା ରହିଛି। ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।

Share Now:

Kalinga News Beuro

Next Post

ରାଜସ୍ଥାନରେ ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Wed Apr 12 , 2023
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ରାଜସ୍ଥାନର ପ୍ରଥମ ତଥା ଦେଶର ୧୫ଶ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ‘ଭାରତ ଆଗ, ସବୁବେଳେ ଆଗ’ ଉଚ୍ଛ୍ବାସକୁ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ସମୃଦ୍ଧ କରୁଛି। ମୁଁ ଗତ ଦୁଇ ମାସ ମଧ୍ୟରେ ଷଷ୍ଠ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଶୁଭାରମ୍ଭ […]
‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଚଳ ଶୁଭାରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial