କୋଭିଡ୍‌ ନିୟମ ଭଙ୍ଗ ଅଭିଯୋଗରେ ଜଣେ ଗିରଫ

କୋଭିଡ୍‌ ନିୟମ ଭଙ୍ଗ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର : କୋଭିଡ୍‌ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଗ୍ୟାରେଜ୍‌ ଛକର ସନ ଶତପଥୀ(୩୨)। ପୁଲିସ ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ପ୍ରଭାତ ମହାନ୍ତି ଓ ସନ ଶତପଥୀ ଏକ ବାଇକ୍‌ରେ ଯାଉଥିଲେ। ମୁଣ୍ଡରେ ହେଲମେଟ୍‌ ନଥିଲା କି ମୁହଁରେ ମାସ୍କ ନଥିଲା। ତେଣୁ ପୁଲିସ ସେମାନଙ୍କୁ ଗ୍ୟାରେଜ୍‌ ଛକ ନିକଟରେ ଅଟାକାଇଥିଲା। କୋଭିଡ୍ କଟକଣାକୁ ବେଖାତିର କରିଥିବାରୁ ପୁଲିସ ସେମାନଙ୍କୁ ଜରିମାନା କରିଥିଲା। କିନ୍ତୁ ସେମାନେ ଜରିମାନା ଦେବା ବଦଳରେ ପାଲଟା ପୁଲିସକୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ଏଏସ୍ଆଇ ଜ୍ୟୋତ୍ସ୍ନାମୟୀ ବରାଳ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୂର୍ବରୁ ପୁଲିସ ପ୍ରଭାତ ମହାନ୍ତିଙ୍କୁ ଗିରଫ କରିଥିବା ବେଳେ ଆଜି ସନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share Now:

Kalinga News Beuro

Next Post

ଦେଶରେ କରୋନା ମୃତ୍ୟୁ ୫୦ ହଜାର ପାର୍‌: ୨୪ ଘଣ୍ଟାରେ ୫୭,୯୮୧ ନୂଆ ସଂକ୍ରମିତ

Tue Aug 18 , 2020
୩ କୋଟି ଟପିଲା କରୋନା ପରୀକ୍ଷା ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀଜନିତ ମୃତ୍ୟୁସଂଖ୍ୟା ଆଜି ୫୦ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ ଜଣ କରୋନାରେ ପ୍ରାଣ ହରାଇବା ପରେ ତଦଜନିତ ମୃତ୍ୟୁସଂଖ୍ୟା ୫୦୯୨୧ରେ ପହଞ୍ଚିଛି। ତେବେ ଗତ କିଛିଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ ରହୁଥିବାବେଳେ ଆଜି ତାହା ଅପେକ୍ଷାକୃତ ଭାବେ କମ୍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ […]
କରୋନା ପରୀକ୍ଷା ୩ କୋଟି ଟପିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial