ଦେଢ଼ମାସ ହେଲା ୩ ପରିବାର ଗୃହବନ୍ଦୀ: ନ୍ୟାୟ ପାଇଁ ବିଷ ପିଇଲେ, ୨ ଗୁରୁତର

ନ୍ୟାୟ ପାଇଁ ବିଷ ପିଇଲେ

ତିହିଡ଼ି : ଦେଢ଼ମାସ ଧରି ଗୃହବନ୍ଦୀ ହୋଇ ରହିବା ପରେ ମଧ୍ୟ ନ୍ୟାୟ ନ ମିଳିବାରୁ ବିଷ ପିଇ ଗୋଟିଏ ପରିବାରର ୨ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ନନ୍ଦପୁର ଗ୍ରାମରେ ଏହି ଘଟଣା ଘଟିଛି। ନନ୍ଦପୁର ଗ୍ରାମର ରବୀନ୍ଦ୍ର ଭଞ୍ଜ, ବୀରେନ୍ଦ୍ର ଭଞ୍ଜ ଓ ଗୋପବନ୍ଧୁ ଭଞ୍ଜ ପ୍ରମୁଖ ୩ ପରିବାରର ଘରକୁ ଯିବା ପାଇଁ ଏକ ସରକାରୀ ରାସ୍ତା ରହିଛି। ସେମାନେ ପୁରୁଷ ପୁରୁଷ ଧରି ଏହି ରାସ୍ତାକୁ ବ୍ୟବହାର କରି ଆସୁଥିବା ବେଳେ, ପ୍ରାୟ ଦେଢ଼ମାସ ତଳେ ସେହି ଗାଁର ପୀତାମ୍ବର ଭଞ୍ଜ, ନିରାକାର ଭଞ୍ଜ, ଶ୍ୟାମସୁନ୍ଦର ଭଞ୍ଜ, କୁଳମଣି ଭଞ୍ଜ ବାଡ଼ ବୁଜି ରାସ୍ତା ବନ୍ଦ କରିଦେଇଛନ୍ତି। ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଏ ସଂକ୍ରାନ୍ତରେ ଅଭିଯୋଗ ପାଇବା ପରେ ଆରଆଇଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ପାଇବା ପରେ ଗତ ଗୁରୁବାର ଦିନ ଅବରୋଧ ହଟାଇବା ପାଇଁ ନୋଟିସ ଜାରି କରାଯାଇଥିଲା। ତେବେ ସେଦିନ କୌଣସି କାରଣରୁ ଉଚ୍ଛେଦ ହୋଇପାରି ନ ଥିଲା। ଗତକାଲି ପାଇଁ ଧାର୍ଯ୍ୟ ହୋଇଥିଲା। ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅବରୋଧ ହଟାଇବା ପାଇଁ କେହି ସରକାରୀ ଅଧିକାର ନ ପହଞ୍ଚିବାରୁ ୩ ପରିବାରର ୧୧ଜଣ ସଦସ୍ୟ ତହସିଲ ଆଗରେ ଧାରଣାରେ ବସିଥିଲେ। ତେବେ କୋର୍ଟ ସ୍ଥଗିତାଦେଶ ଦେଇଥିବାରୁ ଅବରୋଧ ଉଚ୍ଛେଦ ହୋଇପାରିବନି ବୋଲି ତହସିଲଦାର କହିବା ପରେ ବୀରେନ୍ଦ୍ରଙ୍କ ପୁଅ ଜଗବନ୍ଧୁ ଓ ଗୋପବନ୍ଧୁଙ୍କ ପୁଅ ପ୍ରମୋଦ ବିଷ ପିଇଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଭଦ୍ରକ ଓ ଅନ୍ୟଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Share Now:

Kalinga News Beuro

Next Post

ରାଜଧାନୀ ଉପକଣ୍ଠରେ ବନ୍ୟା ପରିସ୍ଥିତି ଗମ୍ଭୀର : ପାଣିରେ ବୁଡ଼ିଛି ୫ ପଞ୍ଚାୟତ

Tue Sep 1 , 2020
ପର୍ଯ୍ୟ‌ାପ୍ତ ହେଉନି ରିଲିଫ୍, ଭୋକ ଉପାସରେ ଗୃହପାଳିତ ପଶୁପକ୍ଷୀ ବାଲିପାଟଣା : ଲୋକ କଥାଟିଏ ଅଛି। ‘ଧନୁଆ ନଈକୁ ବିଶ୍ବାସ ନାହିଁ’। ଚଳିତ ବନ୍ୟା ଏହି ଲୋକକଥାର ସତ୍ୟତା ପ୍ରମାଣିତ କରିଛି। ବଡ଼ ନଦୀ ଭାର୍ଗବୀ, କୁଆଖାଇ ଓ କୁଶଭଦ୍ରା ଯେତିକି ଦୁଃଖ ଦେଇ ନାହାନ୍ତି, ଛୋଟ ନଈ ଧନୁଆ ସେମାନଙ୍କଠାରୁ ଅଧିକ କ୍ଷତି କରିଛି। ଧୁନଆ ନଈର ବନ୍ୟା ଜଳ ବାଲିପାଟଣାର ୫ ପଞ୍ଚାୟତକୁ ବୁଡ଼ାଇ ଦେଇଛି। ଫଳରେ […]
ପାଣିରେ ବୁଡ଼ିଛି ୫ ପଞ୍ଚାୟତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial