ନାବାଳିକା ନକ୍ସଲର ଆତ୍ମସମର୍ପଣ

ନାବାଳିକା ନକ୍ସଲର ଆତ୍ମସମର୍ପଣ

ପୁଲିସ ସୂଚନାଦାତା କହି ଜଣକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ମେନପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିକୁ ପୁଲିସ ସୂଚନାଦାତା କହି ନିର୍ମମ ହତ୍ୟା କରିଛନ୍ତି ନକ୍ସଲ। ଓଡିଶାର ନକ୍ସଲମାନେ ଆମାପାରା ପାହାଡରେ ପର୍ଶୁରାମ ଭୁଜିଆ(୩୫) ନାମକ ବ୍ୟକ୍ତିକୁ ଜଙ୍ଗଲରେ ପୁଲିସର ସୂଚନାଦାତା କହି ପ୍ରଥମେ ପ୍ରଜାକୋର୍ଟରେ ଦଣ୍ଡ ଦେଇଥିଲେ। ପରେ ଧାରୁଆ ଅସ୍ତ୍ରରେ ପର୍ଶୁରାମକୁ ହତ୍ୟା କରିଥିଲେ। ଘଟଣାସ୍ଥଳରେ ଓଡିଆରେ ଏକ ପୋଷ୍ଟର ଛଡାଯାଇଛି। ପୋଷ୍ଟରରେ ଓଡିଶାରୁ ପର୍ଶୁରାମ ପୁଲିସର ସୂଚନାଦାତା ଥିଲା। ତେଣୁ ସେ ଦଣ୍ଡ ପାଇଲା। ଆଗକୁ ଯିଏ ବି ପୁଲିସର ସୂଚନାଦାତା ପାଲଟିବ ତାକୁ ମୃତ୍ୟୁଦଣ୍ଡ ମିଳିବ ବୋଲି ଧମକ ଦିଆଯାଇଛି। ଜଙ୍ଗଲରେ ହିଁ ଶବକୁ ଫିଙ୍ଗି ନକ୍ସଲ ଚାଲିଯାଇଥିଲେ। ତେବେ ସେହି ଅଞ୍ଚଳ ବିପଦପୂର୍ଣ୍ଣ ଥିବାରୁ ପୁଲିସ ସେଠାରେ ପହଞ୍ଚି ପାରି ନାହିଁ। ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଜଙ୍ଗଲରୁ ଶବକୁ ଆଣି ବ୍ୟବଛେଦ କରାଯିବ ବୋଲି ପୁଲିସ କହିଛି। ସେହିପରି ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଆଜି ଜଣେ ନାବାଳିକା ନକ୍ସଲ ଆତ୍ମସମର୍ପଣ କରିଛି। ନାବାଳିକା ନକ୍ସଲର ବୟସ ମାତ୍ର ୧୩ ବର୍ଷ ବୋଲି ପୁଲିସ କହିଛି। ଆବୁଝମାଡା ଡିଭିଜନର ନକ୍ସଲମାନେ ଏହି ନାବାଳିକାର ପରିବାରକୁ ଡରାଇ ଧମକାଇ ସଂଗଠନରେ ସାମିଲ କରିଥିଲେ। ସଂଗଠନରେ ଯଦି ଝିଅ ସାମିଲ ନହୁଏ ତେବେ ବାପାକୁ ହତ୍ୟା କରିବୁ ବୋଲି ଧମକ ଦିଆଯାଇଥିବା ନାବାଳିକା ଜଣକ କହିଛି। ପୁଲିସ ଏହି ନାବାଳିକାକୁ ପାଠ ପଢାଇବା ସହ ସମସ୍ତ ପ୍ରକାର ତାଲିମ ପ୍ରଦାନ କରିବ ବୋଲି କହିଛି।

Share Now:

Kalinga News Beuro

Next Post

ରାୟଗଡ଼ାରେ ସେକ୍ସ ରାକେଟ: ଘର ମାଲିକ ସମେତ ୩ ଅଟକ

Fri Jul 16 , 2021
ରାୟଗଡ଼ା: ରାୟଗଡ଼ା ସହରର ଏକ ଭଡ଼ା ଘରେ ଚାଲିଥିବା ସେକ୍ସ ରାକେଟକୁ ଠାବ କରିଛି ପୁଲିସ୍। ଘର ମାଲିକ ସମେତ ରାଣୀ ମହୁମାଛି ଓ ଜଣେ ଗରାଖକୁ ପୁଲିସ୍ ଅଟକ ରଖିଛି। ସମସ୍ତ ଅଭିଯୁକ୍ତକୁ ପୁଲିସ୍ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି। ଗତ ୩ ମାସ ହେଲା ଏପରି କାରବାର ଚାଲିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ରାୟଗଡ଼ା ସହର ଗୌତମ ନଗର ଷଷ୍ଠ […]
ରାୟଗଡ଼ାରେ ସେକ୍ସ ରାକେଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial