ରାୟଗଡ଼ାରେ ସେକ୍ସ ରାକେଟ: ଘର ମାଲିକ ସମେତ ୩ ଅଟକ

ରାୟଗଡ଼ାରେ ସେକ୍ସ ରାକେଟ୍

ରାୟଗଡ଼ା: ରାୟଗଡ଼ା ସହରର ଏକ ଭଡ଼ା ଘରେ ଚାଲିଥିବା ସେକ୍ସ ରାକେଟକୁ ଠାବ କରିଛି ପୁଲିସ୍। ଘର ମାଲିକ ସମେତ ରାଣୀ ମହୁମାଛି ଓ ଜଣେ ଗରାଖକୁ ପୁଲିସ୍ ଅଟକ ରଖିଛି। ସମସ୍ତ ଅଭିଯୁକ୍ତକୁ ପୁଲିସ୍ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି। ଗତ ୩ ମାସ ହେଲା ଏପରି କାରବାର ଚାଲିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ରାୟଗଡ଼ା ସହର ଗୌତମ ନଗର ଷଷ୍ଠ ଲାଇନରେ ଘର ଭଡ଼ା ନେଇ ସେକ୍ସ ରାକେଟ୍ ଚାଲିଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ରାୟଗଡ଼ା ଥାନା ଏସଆଇ ମାନସ ସାହୁଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ସଂଧ୍ୟାରେ ଘର ଉପରେ ଚଢ଼ାଉ କରିବା ପରେ ଅସଂଯତ ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କୁ ଘର ଭିତରୁ ଉଦ୍ଧାର କରିଥିଲା। ଘର ମାଲିକ ଜାଣି ଶୁଣି ଏପରି କାରବାର ଚଲାଇଥିବା ଅଭିଯୋଗ ପରେ ପୁଲିସ୍ ସମସ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରତି ମାସ‌ରେ ଭଡ଼ା ଘରକୁ ଜଣେ ପରେ ଜଣେ ଯୁବତୀ ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍ ପଦକ୍ଷେପ ନେଇଛି।

Share Now:

Kalinga News Beuro

Next Post

କମଲ ନାଥ ହୋଇପାରନ୍ତି କଂଗ୍ରେସ ପାର୍ଟିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ

Fri Jul 16 , 2021
ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଛି। ହେଲେ ଏବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଏହି ପଦ ମିଳିପାରେ ବୋଲି ସୂତ୍ରରୂ ସୂଚନା ମିଳିଛି। କୁହାଯାଇଛି କି ଏହି ପ୍ରସଙ୍ଗକୁ ନେଇ ଗତକାଲି କମଲନାଥ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିଥିଲେ। ଏପଟେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅନିଚ୍ଛା ପ୍ରକାଶ କରିବା […]
କମଲ ନାଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial