କମଲ ନାଥ ହୋଇପାରନ୍ତି କଂଗ୍ରେସ ପାର୍ଟିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ

କମଲ ନାଥ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଛି। ହେଲେ ଏବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଏହି ପଦ ମିଳିପାରେ ବୋଲି ସୂତ୍ରରୂ ସୂଚନା ମିଳିଛି। କୁହାଯାଇଛି କି ଏହି ପ୍ରସଙ୍ଗକୁ ନେଇ ଗତକାଲି କମଲନାଥ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିଥିଲେ। ଏପଟେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅନିଚ୍ଛା ପ୍ରକାଶ କରିବା ଓ ବର୍ତ୍ତମାନର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶାରିରୀକ ଅସୁସ୍ଥତା ଯୋଗୁ ଦଳ ପୁଣିଥିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ନିର୍ବାଚିତ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପଟେ ୨୦୧୪ ପରେ କଂଗ୍ରେସ ବିଭିନ୍ନ ନିର୍ବାଚନରେ ଯେଭଳି ପ୍ରଦର୍ଶନ କରୁଛି ଏହାକୁ ନେଇ ପାର୍ଟି ବାରମ୍ବାର ଅଧ୍ୟକ୍ଷ ପଦକୁ ନେଇ ମନ୍ଥନ ଜାରି ରଖିଛି। ହେଲେ ଯେତେବେଳ ପର୍ଯ୍ୟନ୍ତ ପାର୍ଟି କୌଣସି ନେତାଙ୍କୁ ଅଧ୍ୟକ୍ଷ ପଦ ଦେଇ ନାହିଁ ସେପର୍ଯ୍ୟନ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ନିଷ୍ପତ୍ତି କରିଛି। ଏହି କାରଣରୁ ପାର୍ଟି ପ୍ରତି ବିଶ୍ୱାସ ଭାଜନ ଥିବା ତଥା ଦଳର ବରିଷ୍ଠ ନେତା କମଲ ନାଥଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତ କରିବା ନେଇ ଚିନ୍ତା କରିଛି। ଏହି ପ୍ରସଙ୍ଗରେ କମଲ ନାଥ ଓ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। କହିରଖୁ କି କରୋନା ମହାମାରୀ ପାଇଁ ଜୁନ ୨୩ ରେ ପ୍ରସ୍ତାବିତ ପାର୍ଟିର ଅଧ୍ୟକ୍ଷ ପଦ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏହାସହ ପାର୍ଟି ତରଫରୁ ନିଷ୍ପତ୍ତି ନିଆଯାଇଥିଲା କି ଯେ ପର୍ଯ୍ୟନ୍ତ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିର୍ବାଚନ ହୋଇନାହିଁ ସେ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁୂଲାଇବେ।

Share Now:

Kalinga News Beuro

Next Post

୪ ନବାଳିକାଙ୍କ ସହ ୭ ଶ୍ରମିକ ଉଦ୍ଧାର

Fri Jul 16 , 2021
ତେଲେଙ୍ଗାନାର ଚିଙ୍ଗୁଡ଼ି କାରଖାନାରେ କାମ ପାଇଁ ଯାଉଥିଲେ ମାଲକାନଗିରି: ମାଲକାନଗିରି ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ ଆଜି ଦ୍ବିପହରରେ ବିଶେଷ ସୂତ୍ରରୁ ଖବର ପାଇ ୪ ନାବାଳିକା ଶ୍ରମିକ ସହ ୭ ଜଣ ଶ୍ରମିକଙ୍କୁ ସ୍ଥାନୀୟ ଟିନା ଗ୍ୟାରେଜ ନିକଟରୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ ମାଥିଲି ଅଞ୍ଚଳର ଭଣ୍ଡାରିପାଙ୍ଗାମ ଗ୍ରାମର ବୋଲି ଜଣାପଡିଛି। ଦଲାଲ ଏମାନଙ୍କ ଅଧିକା ଟଙ୍କାର ଲୋଭ ଦେଖାଇ ତେଲେଙ୍ଗାନାର ଭୀମାଲୁର ଅଞ୍ଚଳରେ ରହିଥିବା ଚିଙ୍ଗୁଡ଼ି […]
ଉଦ୍ଧାର ହେଲେ ୪ ନବାଳିକାଙ୍କ ସହ ୭ ଶ୍ରମିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial