୪ ନବାଳିକାଙ୍କ ସହ ୭ ଶ୍ରମିକ ଉଦ୍ଧାର

ଉଦ୍ଧାର ହେଲେ ୪ ନବାଳିକାଙ୍କ ସହ ୭ ଶ୍ରମିକ

ତେଲେଙ୍ଗାନାର ଚିଙ୍ଗୁଡ଼ି କାରଖାନାରେ କାମ ପାଇଁ ଯାଉଥିଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ ଆଜି ଦ୍ବିପହରରେ ବିଶେଷ ସୂତ୍ରରୁ ଖବର ପାଇ ୪ ନାବାଳିକା ଶ୍ରମିକ ସହ ୭ ଜଣ ଶ୍ରମିକଙ୍କୁ ସ୍ଥାନୀୟ ଟିନା ଗ୍ୟାରେଜ ନିକଟରୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ ମାଥିଲି ଅଞ୍ଚଳର ଭଣ୍ଡାରିପାଙ୍ଗାମ ଗ୍ରାମର ବୋଲି ଜଣାପଡିଛି। ଦଲାଲ ଏମାନଙ୍କ ଅଧିକା ଟଙ୍କାର ଲୋଭ ଦେଖାଇ ତେଲେଙ୍ଗାନାର ଭୀମାଲୁର ଅଞ୍ଚଳରେ ରହିଥିବା ଚିଙ୍ଗୁଡ଼ି କାରଖାନାରେ କାମ କରିବା ପାଇଁ ନେଉଥିବା ଜଣାପଡିଛି। ତେବେ ଚାଇଲ୍ଡ ଲାଇନ ପକ୍ଷରୁ ଏମାନଙ୍କୁ ଉଦ୍ଧାର କରାଯାଇ ସିଡବ୍ଲୁସି ନିକଟରେ ହାଜର କରାଯାଇଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ ଦଲାଲମାନେ ଶ୍ରମ ବିଭାଗରେ କୌଣସି ଲାଇସେନସ ନକରି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ସରଳ ଆଦିବାସୀ ନାବାଳିକା ନାବାଳକମାନଙ୍କୁ ଟାର୍ଗେଟ କରି ବାହାରକୁ ଚାଲାଣ କରୁଛନ୍ତି। ଅଧିକା ଟଙ୍କାରେ ଦଲାଲମାନେ ଏମାନଙ୍କୁ ବିକ୍ରି କରୁଛନ୍ତି।ଯାହାଫଳରେ ଏମାନେ ଥରେ ଫସିଗଲେ ଆଉ ବାହାରି ପାରୁନାହାନ୍ତି। ମାଲକାନଗିରି ଜିଲ୍ଲାରେ କାମର ଅଭାବ ରହିଥିବାରୁ ଏମାନେ ବାଧ୍ୟ ହୋଇ ଦଲାଲର କଥାରେ ପଡି ବାହାରକୁ ଦାଦନ ଖଟିବାକୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ତେବେ ଶ୍ରମ ବିଭାଗ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଗାମୀ ଦିନରେ ଏଭଳି ନାବାଳିକା ଚାଲାଣ ହେବ ନାହିଁ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ଆଗାମୀ ୧୨୫ଦିନ ସତର୍କ ରହିବାକୁ ହେବ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Fri Jul 16 , 2021
କରୋନା ଟିକାର ୨ଟି ଡୋଜ ମୃତ୍ୟୁ ହାର ୯୫% ହ୍ରାସ କରୁଛି ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆସିଛି ଭଲ ଖବର। ମୃତ୍ୟୁ ହାର କମ କରାଇବାରେ କରୋନା ଟିକା ସକ୍ଷମ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପୌଲ। ତାଙ୍କ କହିବା ମୁତାବକ, ଟିକାର ଗୋଟିଏ ଡୋଜ ମୃତ୍ୟୁ ହାରକୁ ୮୨% ହ୍ରାସ କରିବାରେ ସକ୍ଷମ। ଏହା ସହ ଏହାର ଦ୍ଵିତୀୟ […]
ଆଗାମୀ ୧୨୫ଦିନ ସତର୍କ ରହିବାକୁ ହେବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial