ଆଗାମୀ ୧୨୫ଦିନ ସତର୍କ ରହିବାକୁ ହେବ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଆଗାମୀ ୧୨୫ଦିନ ସତର୍କ ରହିବାକୁ ହେବ

କରୋନା ଟିକାର ୨ଟି ଡୋଜ ମୃତ୍ୟୁ ହାର ୯୫% ହ୍ରାସ କରୁଛି

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆସିଛି ଭଲ ଖବର। ମୃତ୍ୟୁ ହାର କମ କରାଇବାରେ କରୋନା ଟିକା ସକ୍ଷମ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପୌଲ। ତାଙ୍କ କହିବା ମୁତାବକ, ଟିକାର ଗୋଟିଏ ଡୋଜ ମୃତ୍ୟୁ ହାରକୁ ୮୨% ହ୍ରାସ କରିବାରେ ସକ୍ଷମ। ଏହା ସହ ଏହାର ଦ୍ଵିତୀୟ ଡୋଜ ମୃତ୍ୟୁ ହାରକୁ ୯୫% ହ୍ରାସ କରିବାରେ ସଫଳ ବୋଲେ ସେ କହିଛନ୍ତି। ହେଲେ ଦୈନିକ ସଂକ୍ରମଣ ଏବେ ବଢୁଥିବା ବେଳେ ଆଗାମୀ ୧୦୦-୧୨୫ ଦିନ ବେସ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଡାକ୍ତର ଭି.କେ ପୌଲ। ସେ କହିଛନ୍ତି, କିଛିଦିନ ହେବ ଦୈନିକ ସଂକ୍ରମଣ ଯେଉଁ ହାରରେ କମୁଥିଲା ଏବେ ସେଭଳି ଦେଖାଯାଉ ନାହିଁ। ଧିରେ ଧିରେ ତୃତୀୟ ଲହର ଆସୁଥିବା ନେଇ ଅନୁମାନ କରାଯାଉଛି। କରୋନାର ତୃତୀୟ ଲହର କଥା ଏଥିପାଇଁ କୁହାଯାଉଛି କି, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ଗୋଷ୍ଠୀ ରୋଗପ୍ରତିରୋଧକ ଶକ୍ତି ହାସଲ କରିପାରିନାହିଁ। ଦେଶରେ କମୁ୍ଥିବା ଦୈନିକ ସଂକ୍ରମଣ ଧିମା ପଡିଛି। ସ୍ଥିତି ଖରାପ ନହେବା ପାଇଁ ଆମକୁ କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ପଡିବ। ଆଗାମୀ ୧୦୦-୧୨୫ ଦିନ ଆମ ପାଇଁ ବେସ୍ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମକୁ ସତର୍କ ଓ ଦାୟିତ୍ୱର ସହ କରୋନା କଟକଣା ମାନି ଚଳିବାକୁ ପଡିବ।

Share Now:

Kalinga News Beuro

Next Post

ଫେରିଲା କଣ୍ଟେନ୍‌ମେଣ୍ଟ ଜୋନ୍‌: ଲର୍ଡ ଗୁଞ୍ଜନ ପ୍ୟାଲେସ୍‌ ବ୍ଲକ୍‌-ବି, ସତ୍ୟସାଇ ଏନ୍‌କ୍ଲେଭ୍‌ ସିଲ୍‌

Fri Jul 16 , 2021
ଭୁବନେଶ୍ବର : ରାଜଧାନୀକୁ ଛାଡ଼ି ଯାଉନି କରୋନା। କେତେବେଳେ କମିଯାଉଛି, କେତେବେଳେ ବଢ଼ୁଛି। ଗୁରୁବାର ସହରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି। ଏସ୍‌ପ୍ଲାନେଡ୍‌ ମଲ୍‌ କଡ଼ରେ ଥିବା ଲର୍ଡ ଗୁଞ୍ଜନ ପ୍ୟାଲେସ୍‌ରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହେବାରୁ ଏହାର ‘ବ୍ଲକ୍‌-ବି’କୁ ସିଲ୍‌ କରାଯାଇଛି। ଏହି ବ୍ଲକ୍‌ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ କିମ୍ବା ଏହି ବ୍ଲକ୍‌ର ବାସିନ୍ଦା ବାହାରକୁ ବାହାରି ପାରିବେ […]
ଫେରିଲା କଣ୍ଟେନ୍‌ମେଣ୍ଟ ଜୋନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial